ଝାରସୁଗୁଡା: ବିଶ୍ବକର୍ମା ପୂଜା ଉପଲକ୍ଷେ ଝାରସୁଗୁଡା ସ୍ଥିତ ମହାନଦୀ କୋଲଫିଲ୍ଡର ଲଖନପୁର ଖଣି କ୍ଷେତ୍ରରେ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶିଳ୍ପ ନଗରୀ ଝାରସୁଗୁଡାରେ ବିଭିନ୍ନ କଳକାରଖାନା ସହ ମହାନଦୀ କୋଲଫିଲ୍ଡର ଖଣି ଅଞ୍ଚଳ ଥିବାବେଳେ ଏଠାରେ ୫୦ରୁ ଉର୍ଦ୍ଧ ଛୋଟ ବଡ ପୂଜା ମଣ୍ଡପ ପ୍ରସ୍ତୁତ କରାଯାଇଛି ।
ଲଖନପୁର ଖଣି ଅଞ୍ଚଳରେ ଆୟୋଜକ ମାନଙ୍କ ମଧ୍ୟରେ ନିଜ ନିଜ ଭିତରେ ପ୍ରତିଯୋଗିତା ଦେଖିବାକୁ ମିଳେ । ବିଶ୍ବକର୍ମା ପୂଜା ସମୟରେ ତୋରଣ ଓ ପୂଜାମଣ୍ଡପ ବେଶ ଆକର୍ଷଣୀୟ ହୋଇଛି । ବିଭିନ୍ନ ଅନୁଷ୍ଠାନ ମାନଙ୍କ ମଧ୍ୟରୁ ବିଓସିଏମ ଏସ୍କଭେସନ, ଇଆଣ୍ଡଏମ , ସେଣ୍ଟ୍ରାଲ ୱାର୍କସପ , ଲଖନପୁର ମାଇନ୍ସ, ଟ୍ରକ ମାଲିକ ସଂଘ ଭଳି ପ୍ରଭୃତି ସଂସ୍ଥା ମାନଙ୍କରେ ମୁର୍ତ୍ତି, ସାଜସଜ୍ଜା, ମଡେଲ ଓ ତୋରଣ ଦର୍ଶକ ମାନଙ୍କୁ ବେଶ ଆକୃଷ୍ଟ କରିଥାଏ ।
ସାସ୍କୃତିକ କାର୍ଯ୍ୟକ୍ରମ ପାଇଁ ତୟାର ବିଭିନ୍ନ ସଂସ୍ଥା ଓ ବିଭାଗ । ପୂଜା ମହୋତ୍ସବ ସମୟରେ ବ୍ୟାପକ ଜନସାମଗମ ହେବାର ସମ୍ଭାବନା ଥିବାରୁ ଆଇନ ଶୃଙ୍ଖଳା ପରିସ୍ଥିତ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ