ଝାରସୁଗୁଡ଼ା: ବିଜୁ ପକ୍କା ଘର ମରାମତି ପାଇଁ ହିତାଧିକାରୀଙ୍କୁ ଅର୍ଥ ଯୋଗାଇଦେବେ ରାଜ୍ୟ ସରକାର । ଏହାକୁ ନେଇ ଆସିଛି ଜିଲ୍ଲାର ଖଣି ଅଞ୍ଚଳବାସୀଙ୍କ ପ୍ରତିକ୍ରିୟା । ସେମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ସଠିକ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଅର୍ଥ ଦିଆଯାଉ ବୋଲି ସେମାନେ କହିଛନ୍ତି ।
ଖଣି ଅଞ୍ଚଳରେ ଥିବା ପକ୍କା ଘର ଯୋଜନାର ହିତାଧିକାରୀଙ୍କୁ ଘର ମରାମତି ପାଇଁ ୩ ହଜାର ଟଙ୍କା ମିଳିବ । ଏଥିସହ କେନ୍ଦ୍ରୀୟ ଯୋଜନା ଅର୍ଥାତ PM ଆବାସ ଯୋଜନାରୁ ବଞ୍ଚିତ ଲୋକଙ୍କୁ ଘର ମରାମତି ପାଇଁ ୫ ହଜାର ଟଙ୍କା ସହାୟତା ରାଶି ମିଳିବ। ଏନେଇ ଜିଲ୍ଲାର କିଛି ହିତାଧିକାରୀ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସେମାନେ ସ୍ବାଗତ କରିଛନ୍ତି । ମହାମାରୀ ସମୟରେ ଲୋକଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ଏହି ନିଷ୍ପତ୍ତି ଫଳରେ ଲୋକେ ଉପକୃତ ହେବେ ।
ସେପଟେ ଅନ୍ୟ ଜଣେ ହିତାଧିକାରୀ କହିଛନ୍ତି ଯେ ପ୍ରଶାସନ ପ୍ରକୃତ ହିତାଧିକାରୀଙ୍କୁ ଚିହ୍ନଟ କରି ଏହି ପଦକ୍ଷେପ ନେଉ ବୋଲି ସେ କହିଛନ୍ତି ।
ଝାରସଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ