ETV Bharat / state

ବର୍ଷାଦିନେ ଉପୁଜିଛି ପରିବହନ ସମସ୍ୟା, କୋଲ କରିଡର ନିର୍ମାଣ ନେଇ ଉଠିଲା ଦାବି

author img

By

Published : Jul 3, 2023, 6:26 PM IST

ଝାରସୁଗୁଡ଼ା ଜିଲ୍ଲାରେ କୋଲ କରିଡର ନିର୍ମାଣ ପାଇଁ ଉଠିଲା ଦାବି । ବର୍ଷା ଦିନେ ପରିବହନରେ ସମସ୍ୟା ଉପୁଜୁଥିବାରୁ ଯଥାଶୀଘ୍ର ନିର୍ମାଣ କାର୍ଯ୍ୟ ଶେଷ ଲାଗି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ଦାବିପତ୍ର । ଅଧିକ ପଢନ୍ତୁ

Etv Bharat
Etv Bharat
କୋଲ କରିଡର ନିର୍ମାଣ ନେଇ ଉଠିଲା ଦାବି

ଝାରସୁଗୁଡ଼ା: ପୁଣି କୋଲ କରିଡର ନିର୍ମାଣ ପାଇଁ ଉଠିଲା ଦାବି । ଆଜି ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଚାଲିଥିବା ମହାସମାଧନ ଶିବିରରେ ବନ୍ଧବାହାଲର ମା' ସମଲେଶ୍ବରୀ ଟ୍ରକ ମାଲିକ ସଂଘ ପକ୍ଷରୁ କୋଲ କରିଡରକୁ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଯଥାଶୀଘ୍ର କୋଲ କରିଡର ନିର୍ମାଣ ପାଇଁ ଦାବି କରାଯାଇଛି । ନଚେତ ସମସ୍ତ ଟ୍ରକ ମାଲିକ ନିଜର ଗାଡ଼ି କାଗଜପତ୍ର ପରିବହନ ବିଭାଗ ପାଖରେ ଜମା କରି ଗାଡ଼ି ଚଳାଚଳ ଓ ମାଲ ପରିବହନ ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ବର୍ତ୍ତମାନ ବର୍ଷା ସମୟ ଥିବାରୁ କୋଇଲା ପରିବହନରେ ସମସ୍ୟା ଦେଖାଦେଉଛି । ଗତ କିଛି ଦିନ ପୂର୍ବରୁ ହୋଇଥିବା ବର୍ଷା ଯୋଗୁଁ ରାସ୍ତା ଧୋଇ ହୋଇଯାଇଛି । ଯାହା ଫଳରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇପାରୁ ନଥିବା ଯୋଗୁଁ ମାଲ ପରିବହନ ଠିକ ଭାବରେ ହୋଇପାରୁନାହିଁ । କୋଲ କରିଡର ନହେବାରୁ ମାଲ ପରିବହନରେ ସମସ୍ୟା ସୃଷ୍ଟି ହେଉଛି । ଯଥାଶୀଘ୍ର କୋଲ କରିଡର ନିର୍ମାଣ ନହେଲେ ସମସ୍ତ ଟ୍ରକ ମାଲିକ ନିଜର ଗାଡ଼ି କାଗଜପତ୍ର ପରିବହନ ବିଭାଗ ପାଖରେ ଜମା କରି ଗାଡ଼ି ଚଳାଚଳ ଓ ମାଲ ପରିବହନ ବନ୍ଦ କରାଯିବ ବୋଲି ବନ୍ଧବାହାଲର ମା' ସମଲେଶ୍ବରୀ ଟ୍ରକ ମାଲିକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏହା ବି ପଢନ୍ତୁ- ରେଳବାଇ ଠିକାଦାରଙ୍କ ଶିକାର ଜମୁଆ ଡୁଙ୍ଗୁରି: ଚାଲିଛି ବେଧଡକ ଗଛ କଟା, ମୋରମ ଚାଲାଣ

ଏ ନେଇ ଆଜି ଝାରସୁଗୁଡା ଜିଲ୍ଲାପାଳଙ୍କୁ ବନ୍ଧବାହାଲର ମା' ସମଲେଶ୍ବରୀ ଟ୍ରକ ମାଲିକ ସଂଘ ପକ୍ଷରୁ କୋଲ କରିଡରକୁ ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସୂଚନା ଅନୁସାରେ ଝାରସୁଗୁଡା ଜିଲ୍ଲାର ବେଲପାହାଡ଼ ଓ ବନ୍ଧବାହାଲ ଅଞ୍ଚଳରେ ୧୦୦୦ରୁ ଊର୍ଦ୍ଧ୍ବ କୋଇଲା ଟ୍ରକ କୋଇଲା ଖଣିରୁ ରାଜ୍ୟର ବିଭିନ୍ନ ଶିଳ୍ପ ଅନୁଷ୍ଠାନକୁ କୋଇଲା ପରିବହନ କରାଯାଉଛି । ଖଣିରୁ କୋଇଲା ଆଣି ୪୯ନଂ ଜାତୀୟ ରାଜପଥକୁ ଆସିବା ପାଇଁ ଏକ ଭଲ ରାସ୍ତା ନାହିଁ କିଛି ବର୍ଷ ପୂର୍ବେ ଏହି କୋଲ କରିଡର ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରାଯାଇଥିଲା ହେଲେ ଏବେବି ତାହା ଅସମ୍ପୂର୍ଣ୍ଣ ହୋଇ ପଡିରହିଛି ।

ଯାହାଦ୍ଵାରା ଭଲ ରାସ୍ତା ନଥିବାରୁ କୋଇଲା ପରିବହନ ପାଇଁ ଟ୍ରକ ମାଲିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଆଜି ଜିଲ୍ଲାପାଳଙ୍କ ମହାସମାଧାନ ଶିବିରକୁ ଯାଇ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏନେଇ ମା' ସମଲେଶ୍ବରୀ ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ସନ୍ତୋଷ ମହାନ୍ତି କହିଛନ୍ତି, "ଦୀର୍ଘ 8 ଦିନ ହେଲାଣି ଲଖନପୁରର କୋଇଲା ଗାଡ଼ି ପରିବହନ ରାସ୍ତା ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି । ଫଳରେ ପରିବହନ ହୋଇପାରୁନାହିଁ । ହେଲେ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଏଣୁ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ନଚେତ ଆଗାମୀ ଦିନରେ ଗାଡ଼ି ଚଳାଚଳ ବନ୍ଦ କରିବ ।"

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.