ETV Bharat / state

ପାରିବାରିକ କଳହର କରୁଣ ପରିଣତି, ଅଟୋ ଡ୍ରାଇଭରଙ୍କ ଆତ୍ମହତ୍ୟା - ପାରିବାରିକ କଳହ

ଝାରସୁଗୁଡ଼ା ସଦର ଥାନା ଅଞ୍ଚଳରେ ଜଣେ ଅଟୋ ଡ୍ରାଇଭରଙ୍କ ଆତ୍ମହତ୍ୟା । ପାରିବାରିକ କଳହକୁ ନେଇ ଏପରି ଅଘଟଣ ଘଟିଥିବା ସମ୍ପର୍କୀୟ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ

ପାରିବାରିକ କଳହର କରୁଣ ପରିଣତି, ଅଟୋ ଡ୍ରାଇଭରଙ୍କ ଆତ୍ମହତ୍ୟା

author img

By

Published : Aug 27, 2022, 4:18 PM IST

ଝାରସୁଗୁଡ଼ା: ଜିଲ୍ଲାର ସଦର ଥାନା ଅନ୍ତର୍ଗତ ନୟାପଡ଼ାର ଏକ ଘରୁ ଅଟୋ ଡ୍ରାଇଭରର ଝୁଲନ୍ତା ମୃତଦେହ ଉଦ୍ଧାର । ସ୍ଥାନୀୟ ଲୋକ ମୃତଦେହକୁ ଦେଖିବା ପରେ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ତେବେ ପାରିବାରିକ କଳହ ଯୋଗୁଁ ଅଟୋ ଡ୍ରାଇଭର ଜଣକ ଆତ୍ମହତ୍ୟା କରିଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି ।

ପାରିବାରିକ କଳହର କରୁଣ ପରିଣତି, ଅଟୋ ଡ୍ରାଇଭରଙ୍କ ଆତ୍ମହତ୍ୟା

ମୃତକ ହେଉଛନ୍ତି ୨୭ ବର୍ଷୀୟ ଯୁବକ ପ୍ରୀତମ ସିଂ । ସେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରନ୍ତି । ମୃତକଙ୍କ ସମ୍ପର୍କୀୟ ମନୋଜ ସିଂ କହିଛନ୍ତି, "ବିଗତ କିଛି ମାସ ଧରି କୌଣସି କାରଣକୁ ନେଇ ମୃତକଙ୍କ ପରିବାରରେ ଅଶାନ୍ତିର ବାତାବରଣ ହୋଇଥିଲା । ଯାହାଫଳରେ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲା । ଏଭଳି ପାରିବାରିକ କଳହ ଲାଗି ରହିବାରୁ ସ୍ତ୍ରୀ ଘରଛାଡି ଚାଲିଯାଇଥିଲେ । ପରେ ପ୍ରୀତମ ନିଜ ସ୍ତ୍ରୀକୁ ଘରକୁ ଫେରିବା ପାଇଁ ବାରମ୍ବାର ଅନୁରୋଧ କରିଥିଲେ ଏବଂ ମାନସିକ ଚାପରେ ରହୁଥିଲେ ।"

ତେବେ ସ୍ତ୍ରୀ ନ ଫେରିବାରୁ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଅନୁମାନ କରାଯାଉଥିବା ସେ କହିଛନ୍ତି । ପ୍ରୀତମଙ୍କ ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରୀତମଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ଏହାସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇ ପୋଲିସ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.