ETV Bharat / state

ଅନୁପ ସାଏ ଗିରଫ ମାମଲା; ତଦନ୍ତକାରୀ ପୋଲିସଟିମ ପୁରସ୍କୃତ

ଅନୁପ ସାଏ ଗିରଫ ହୋଇଥିବା ଡବଲ ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାସ କରିଥିବା ତଦନ୍ତକାରୀ ପୋଲିସ ଟିମ୍‌କୁ ପୁରସ୍କୃତ କରିଛି ଛତିଶଗଡ ପୋଲିସ । ରାୟଗଡ ଏସପି ସନ୍ତୋଷ ସିଂ ଓ ତଦନ୍ତକାରୀ ଦଳକୁ ପ୍ରଶଂସା ପତ୍ର ଦେବାସହ ତଦନ୍ତ କରୁଥିବା ଚକ୍ରଧର ନାଗର ପୋଲିସ ଟିମ୍‌କୁ ନଗଦ 20 ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ବିଳାସପୁର ଆଇଜି ଦିପାଂଶୁ କାବ୍ରା ।

anup sai link double murder case
ଅନୁପ ସାଏ ଗିରଫ ମାମଲା; ତଦନ୍ତକାରୀ ପୋଲିସକୁ ବିଳାସପୁର ଆଇଜିଙ୍କ ପୁରସ୍କାର ଘୋଷଣା
author img

By

Published : Feb 14, 2020, 8:51 PM IST

ଝାରସୁଗୁଡା: ଅନୁପ ସାଏ ଗିରଫ ହୋଇଥିବା ଡବଲ ମର୍ଡର ମିଷ୍ଟ୍ରିର ପର୍ଦ୍ଦାଫାସ କରିଥିବା ତଦନ୍ତକାରୀ ପୋଲିସ ଟିମ୍‌କୁ ପୁରସ୍କୃତ କରିଛି ଛତିଶଗଡ ପୋଲିସ । ରାୟଗଡ ଏସପି ସନ୍ତୋଷ ସିଂ ଓ ତଦନ୍ତକାରୀ ଦଳକୁ ପ୍ରଶଂସା ପତ୍ର ଦେବାସହ ତଦନ୍ତ କରୁଥିବା ଚକ୍ରଧର ନାଗର ପୋଲିସ ଟିମ୍‌କୁ ନଗଦ 20 ହଜାର ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ବିଳାସପୁର ଆଇଜି ଦିପାଂଶୁ କାବ୍ରା ।

ଦୀର୍ଘ 4 ବର୍ଷକାଳ ଧୈର୍ଯ୍ୟର ସହ ଏହି ଡବଲ ମର୍ଡର ଘଟଣାର ତଦନ୍ତ ପୋଲିସ ଜାରି ରଖି ଶେଷରେ ଅଭିଯୁକ୍ତକୁ ଗିରଫ କରିଥିବାରୁ ଏହି ପୁରସ୍କାର ଦିଆଯାଇଥିବା ଜଣାପଡିଛି । ତେବେ ପୂର୍ବତନ ବିଧାୟକ ଅଭିଯୁକ୍ତ ଅନୁପ ସାଏ ଜଣେ ପ୍ରଭାବଶାଳୀ ବ୍ୟକ୍ତି ହୋଇଥିବାରୁ ତାଙ୍କ ବିରୋଧରେ ସମସ୍ତ ପ୍ରମାଣ ଯୋଗାଡ କରି ପୋଲିସ ତାଙ୍କୁ ଗିରଫ କରିଥିବାରୁ ଏହି ପୁରସ୍କାର ମିଳିଥିବା କୁହାଯାଉଛି ।

ସୂଚନାଥାଉକି, 2016 ମସିହା ମେ ମାସରେ କଳ୍ପନା ଦାସ ଓ ତାଙ୍କ ଝିଅଙ୍କୁ ହତ୍ୟା କରାଯାଇଥିଲା । ପୋଲିସ ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ତଦନ୍ତ କରିବା ସହ ଦୀର୍ଘ 4 ବର୍ଷ ପରେ ଅଭିଯୁକ୍ତ ଅନୁପ ସାଏକୁ ଗିରଫ କରିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.