ETV Bharat / state

Samarth Murder Case: ଆଉ ଜଣେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ - ସମର୍ଥ ହତ୍ୟାକାଣ୍ଡ ଘଟଣାରେ ଆଉ ଜଣେ ଗିରଫ

ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ହତ୍ୟାକାଣ୍ଡ ଘଟଣା । ଟଙ୍କା ପାଇଁ ଅପହରଣ କରି ହତ୍ୟା କରାଯାଇଥିବା ଝାରସୁଗୁଡ଼ା ଏସପି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

Samarth Murder Case
ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ହତ୍ୟାକାଣ୍ଡ ଘଟଣା
author img

By

Published : Apr 4, 2023, 10:30 PM IST

ବହୁଚର୍ଚ୍ଚିତ ସମର୍ଥ ଅଗ୍ରୱାଲ ହତ୍ୟାକାଣ୍ଡ ଘଟଣା

ଝାରସୁଗୁଡ଼ା: ସମର୍ଥ ଅଗ୍ରୱାଲ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାସ କଲା ଝାରସୁଗୁଡ଼ା ପୋଲିସ । ଟଙ୍କା ପାଇଁ ଅପହରଣ କରିଥିଲା ଅଭିଯୁକ୍ତ । ଋଣ ଭାର ସୁଝିବା ପାଇଁ ଅପହରଣ ଯୋଜନା କରା ଯାଇଥିଲା । ଟଙ୍କା ଆଦାୟ କରି ଋଣ ସୁଝିଥାନ୍ତା ଅଭିଯୁକ୍ତ । ଧରା ପଡିଯିବା ଡରରେ ସମର୍ଥକୁ ହତ୍ୟା କରିଥିଲା ବୋଲି ଝାରସୁଗୁଡ଼ା ଏସପି ସୂଚନା ଦେଇଛନ୍ତି । ହତ୍ୟା ଘଟଣାରେ ପୂର୍ବରୁ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲକୁ ଗିରଫ କରିଥିଲା ପୋଲିସ । ଏହି ଘଟଣାରେ ଆଉ ଜଣେ ସମ୍ପୃକ୍ତି ଥିବା ଜାଣିବା ପରେ ଗଣେଶ ନାଏକକୁ ପୋଲିସ ଗିରଫ କରିଛି । ସମର୍ଥ ଅଗ୍ରୱାଲଙ୍କୁ ଅପହରଣରେ ଗଣେଶ ସହଯୋଗ କରିଥିବା ଜଣାପଡ଼ିଛି ।

ସମର୍ଥ ଅଗ୍ରୱାଲ ହତ୍ୟାକାଣ୍ଡ ଘଟଣାରେ ଝାରସୁଗୁଡ଼ା ପୋଲିସ ଅଭିଯୁକ୍ତ ଅମିତ ଶର୍ମା ଓ ଦିନେଶ ଅଗ୍ରୱାଲକୁ ତିନିଦିନିଆ ରିମାଣ୍ଡରେ ନେଇଥିଲା । ରିମାଣ୍ଡର ଶେଷ ଦିନରେ ଦୁଇ ଅଭିଯୁକ୍ତକୁ SDJM କୋର୍ଟରେ ହାଜର କରିବାର ଥିଲା । ଏହାର କିଛି ସମୟ ପୂର୍ବରୁ ଅଭିଯୁକ୍ତ ଅମିତ ଶର୍ମା ଆତ୍ମହତ୍ୟା ଉଦ୍ୟମ କରିଥିଲା । ରିଜର୍ଭ ବାଟାଲିୟନ ବାଥରୁମ ସାମ୍ନାରେ ଥିବା ଦର୍ପଣ କାଚ ଭାଙ୍ଗି ହାତ କାଟିଥିଲା ଅଭିଯୁକ୍ତ । ବେକ କାଟିବାକୁ ଉଦ୍ୟମ କରୁଥିବା ବେଳେ କାବୁ କରିଥିଲା ପୋଲିସ । ଏହାପରେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅଭିଯୁକ୍ତ ଅମିତ ଶର୍ମା କାଚରେ ନିଜ ହାତ ଓ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା ବୋଲି ଏସପି ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, " ଅଭିଯୁକ୍ତ ଅମିତ ଶର୍ମାର ଶରୀରର କେତେକ ସ୍ଥାନରେ ଆଘାତ ହୋଇଛି । ଡାକ୍ତରଖାନାରେ ତାର ଚିକିତ୍ସା କରାଗଲା ପରେ ସେମାନଙ୍କୁ SDJM କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଝାରସୁଗୁଡ଼ା ଉପକାରାଗାରକୁ ନିଆଯାଇଛି ।"

ଗତ ୨୭ ତାରିଖରେ ସରବାହାଲରେ ରହୁଥିବା ୧୫ ବର୍ଷୀୟ ସମର୍ଥ ଅଗ୍ରୱାଲଙ୍କୁ ଅପହରଣ ପରେ ହତ୍ୟା କରାଯାଇଥିଲା । ଏହି ଘଟଣାରେ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲଙ୍କୁ ପୋଲିସ ଗିରଫ କରି ଗୁରୁବାର ଏସଡିଜେଏମ କୋର୍ଟକୁ ଚାଲାଣ କରିଥିଲା । ପରେ ଅଭିଯୁକ୍ତଙ୍କୁ କୋର୍ଟରୁ ୩ଦିନ ପାଇଁ ରିମାଣ୍ଡରେ ଅଣାଯାଇ ସିନ୍‌ ରିକ୍ରିଏସନ୍ କରିଥିଲା ପୋଲିସ । ସମର୍ଥଙ୍କୁ ଝାରସୁଗୁଡ଼ାରୁ ଅପହରଣ କରି ବୁର୍ଲା ସ୍ଥିତ ଅଭିଯୁକ୍ତଙ୍କ ସମ୍ପର୍କୀୟ ଗଣେଶ ନାଏକଙ୍କ ଘରେ ଗୋଟିଏ ରାତି ରଖିବା ପରେ ବରଗଡ଼କୁ ନେଇ ହତ୍ୟା କରିଥିଲା । ଘଟଣାରେ ସମ୍ପୃକ୍ତ ଥିବା ଗଣେଶ ନାଏକକୁ ପୋଲିସ ଅଟକ ରଖି ଅଧିକ ତଦନ୍ତ କରିଥିଲା । ଏହାପରେ ତାକୁ ଗିରଫ କରଯାଇଥିବା ଏସପି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.