ETV Bharat / state

କେନ୍ଦ୍ର କୃଷି ଆଇନ ବିରୋଧରେ ଅଲ ଇଣ୍ଡିଆ କିଷାନ ଖେତ ମଜଦୁର ସଙ୍ଗଠନର ଶୋଭାଯାତ୍ରା

author img

By

Published : Jan 20, 2021, 4:41 PM IST

କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଯାଜପୁର ଅଲ ଇଣ୍ଡିଆ କିଷାନ ଖେତ ମଜଦୁର ସଙ୍ଗଠନର ଶୋଭାଯାତ୍ରା । ଅଧିକ ପଢନ୍ତୁ...

କେନ୍ଦ୍ର କୃଷି ଆଇନ ବିରୋଧରେ ଅଲ ଇଣ୍ଡିଆ କିଷାନ ଖେତ ମଜଦୁର ସଙ୍ଗଠନର ଶୋଭାଯାତ୍ରା
କେନ୍ଦ୍ର କୃଷି ଆଇନ ବିରୋଧରେ ଅଲ ଇଣ୍ଡିଆ କିଷାନ ଖେତ ମଜଦୁର ସଙ୍ଗଠନର ଶୋଭାଯାତ୍ରା

ଯାଜପୁର: କେନ୍ଦ୍ର କୃଷି ଆଇନକୁ ବିରୋଧ କରି ଯାଜପୁର ଅଲ ଇଣ୍ଡିଆ କିଷାନ ଖେତ ମଜଦୁର ସଙ୍ଗଠନ ବୁଧବାର ବିକ୍ଷୋଭ କରିଛି । ଏଭଳି କଳା ଆଇନ ଆସିଲେ ଦେଶର କୃଷକମାନେ ପ୍ରଭାବିତ ହେବେ ଏବଂ କର୍ପୋରେଟ ହାଉସମାନେ ଏହାର ଲାଭ ଉଠାଇବେ ବୋଲି ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି ।

ଏହି କିଷାନ ସଙ୍ଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଛି । ଶୋଭାଯାତ୍ରାଟି କିଆନାଳି ଛକରୁ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଛି । ସେଠାରେ ସଙ୍ଗଠନର କର୍ମକର୍ତ୍ତା କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ତୁରନ୍ତ ଏହି ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଙ୍ଗଠନ ଚେତାବନୀ ଦେଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.