ETV Bharat / state

ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବୀ - ପଶ୍ଚିମ ଓଡ଼ିଶା ହାଇକୋର୍ଟ ବେଞ୍ଚ ଦାବୀ ଖବର

ପୁଣି ତେଜିଲା ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଓ ପଶ୍ଚିମ ଓଡ଼ିଶା ଓକିଲ ସମୂହର ଚେତନା ଦିବସ ପାଳନ । ଅଧିକ ପଢନ୍ତୁ

ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି

author img

By

Published : Jul 8, 2022, 4:24 PM IST

ଝାରସୁଗୁଡ଼ା: ପୁଣି ତେଜିଲା ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀ । କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପଶ୍ଚିମ ଓଡ଼ିଶା ଓକିଲ ସମୂହ ତରଫରୁ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବିରେ ଆଜି(ଶୁକ୍ରବାର) ଚେତନା ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ବାର୍ ଆସୋସିଏସନ ତରଫରୁ ଜିଲ୍ଳାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।

ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି

ଏହିସମୟରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପଶ୍ଚିମ ଓଡ଼ିଶା ଓକିଲ ସମୂହଙ୍କ ନିଷ୍ପତ୍ତି କ୍ରମେ ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓକିଲ ସଂଘ ପକ୍ଷରୁ ବିଭିନ୍ନ ସ୍ଲୋଗାନ ଦିଆଯାଇଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ, ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ପୂର୍ବରୁ ଦାବୀ ହୋଇଆସୁଛି । ମାତ୍ର ପ୍ରତିଷ୍ଠା କରଯିବାରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ଦେଖା ଦେଉଛି । ସେପଟେ କୋଶଳକୁ ସ୍ବତନ୍ତ୍ର ଭାଷା ଓ ରାଜ୍ୟ ମାନ୍ୟତା ଦାବୀରେ ତେଜିଛି ନୂଆ ବିବାଦ ।
ଇଟିଭି ଭାରତ, ଝାରସୁଗୁଡା

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.