ETV Bharat / state

ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି - Again demand for establishment

ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି । ଏନେଇ ଆଜି ଝାରସୁଗୁଡା ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ଜିଲ୍ଲା କୋର୍ଟ ସମ୍ମୁଖରେ ଆନ୍ଦୋଳନ କରାଯାଇଛି । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ନେଇ ସତ୍ୟାଗ୍ରହ କରିଛନ୍ତି ଆନ୍ଦୋଳନରତ ଆଇନଜୀବୀ । ଅଧିକ ପଢ଼ନ୍ତୁ

ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି

author img

By

Published : Dec 12, 2022, 6:58 PM IST

ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି

ଝାରସୁଗୁଡା : ପୁଣି ତେଜିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି । ଏନେଇ ଆଜି ଝାରସୁଗୁଡା ଜିଲ୍ଲା ବାର ଆସୋସିଏସନ ପକ୍ଷରୁ ଜିଲ୍ଲା କୋର୍ଟ ସମ୍ମୁଖରେ ଆନ୍ଦୋଳନ କରାଯାଇଛି (Again demand for establishment of a permanent high court bench) । ଏପରିକି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ନେଇ ସତ୍ୟାଗ୍ରହ କରିଛନ୍ତି ଆନ୍ଦୋଳନରତ ଆଇନଜୀବୀ ।

ଝାରସୁଗୁଡା ବାର ଆସୋସିଏସନର ସଭାପତି ତ୍ରିନାଥ ଗୁଆଲ, ସମ୍ପାଦକଙ୍କ ସମେତ ବାରର ସଦସ୍ୟ ଓ ସଦସ୍ୟା ଏହି ସତ୍ୟାଗ୍ରହରେ ଯୋଡି ହୋଇଥିଲେ । ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ କୌଣସି ବାର ଆସୋସିଏସନ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦାବି ନେଇ କୌଣସି ପ୍ରକାର ଆନ୍ଦୋଳନ କରିପାରିବେ ନାହିଁ । ଯିଏ ଏହି ନିର୍ଦ୍ଦେଶ ବିରୋଧରେ ଯିବେ ସେହି ଓକିଲଙ୍କ ଲାଇସେନ୍ସକୁ ବାତିଲ କରାଯିବ ।

ଏହାମଧ୍ୟ ପଢ଼ନ୍ତୁ . ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବି: ଓକିଲଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଜାରି

ହେଲେ ସୁପ୍ରିମକୋର୍ଟଙ୍କର ଏହି ନିର୍ଦ୍ଦେଶକୁ ଆଜି ଝାରସୁଗୁଡା ବାର ଆସୋସିଏସନର ସଦସ୍ୟ, ସଦସ୍ୟାମାନେ ଏକ ପ୍ରକାର ଚ୍ୟାଲେଞ୍ଜ ଦେଇ ଆନ୍ଦୋଳନ କରିଛନ୍ତି । ଯଦି କୌଣସି ଓକିଲର ଲାଇସେନ୍ସ ବାତିଲ କରନ୍ତି ତେବେ ପଶ୍ଚିମ ଓଡିଶାର ସମସ୍ତ ଓକିଲ ନିଜ ନିଜ ଲାଇସେନ୍ସକୁ ସରେଣ୍ଡର କରିଦେବେ ବୋଲି କହିଛନ୍ତି ।

ଏ ସମ୍ପର୍କରେ ଆନ୍ଦୋଳନରତ ଆଇନଜୀବୀ କହିଛନ୍ତି, ''ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶ ଦେଲେ ଯେ ଓକିଲମାନେ ଯେଉଁ ଆନ୍ଦୋଳନ କରିବେ ତାଙ୍କ ଲାଇସେନ୍ସ ବାତିଲ କରାଯାଉ । ସେଥିପାଇଁ ବିଗତ ୪ ତାରିଖରେ ଭିବନେଶ୍ବରରେ ସମସ୍ତେ ଏକତ୍ରିତ ହୋଇଥିଲୁ । ସେଠାରେ ଏକ ନିଷ୍ପତ୍ତି ନିଆଯାଇଥିଲା ଯେ ସୁପ୍ରିମକୋର୍ଟ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ ପ୍ରତିବାଦ କରି ସବି ବାର ଆସୋସିଏସନର କର୍ମକର୍ତ୍ତାମାନେ ଏକାଠି ବସି ଏହା ଉପରେ ଆଲୋଚନା କରନ୍ତୁ । ଯେଉଁ ପର୍ଯ୍ୟନ୍ତ ସୁପ୍ରିମକୋର୍ଟ ନିଷ୍ପତ୍ତି ବଦଳାଇ ନାହାଁନ୍ତି । ଆଉ ଏ ଦାବି ଥିଲା ରହିଛି ଆଉ ରହିଥିବା ।''

ତେବେ କୌଣସି ନା କୌଣସି ସ୍ଥାନରେ ରାଜ୍ୟ ସରକାରର ବୈମାତୃକ ମନୋଭାବ ରହିଛି । ପଶ୍ଚିମ ଓଡ଼ିଶାର ନ୍ୟାର୍ଯ୍ୟ ଦାବିକୁ ସେ ଜାଣିଶୁଣି ଗ୍ରହଣ କରୁନାହାଁନ୍ତି । ମୁଖ୍ୟମନ୍ତ୍ରୀ ନିଜେ ମତ ଦେଇ ସାରିଛନ୍ତି ଯେ ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚର ଆବଶ୍ୟକ ଅଛି । ତେବେ ସରକାର ଏ କଥାକୁ ସ୍ବୀକାର କଲାପରେ କାହିଁକି ଆଜି ଯାଏଁ ପଶ୍ଚିମ ଓଡ଼ିଶାରେ ଏକ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ହୋଇପାରିନି । ତେଣୁ ଆଜି ଯେଉଁ ପରିସ୍ଥିତିରେ ପଶ୍ଚିମ ଓଡ଼ିଶା ଓକିଲ ସଂଘ ପହଞ୍ଚିଛି ସେଥିପାଇଁ ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଦାୟୀ ବୋଲି ଆନ୍ଦୋଳନରତ ଆଇନଜୀବୀ କହିଛନ୍ତି ।

ଇଟିଭି ଭାରତ, ଝାରସୁଗୁଡ଼ା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.