ETV Bharat / state

ଝାରସୁଗୁଡ଼ାରେ ବାରମ୍ବାର କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ - accused of repeatedly violating the covid violation

ଝାରସୁଗୁଡ଼ା ଜିଲ୍ଲାରୁ କୋଭିଡ ନିୟମ ବାରମ୍ବାର ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଛି । ପୂର୍ବରୁ ବ୍ରଜରାଜନଗରର କ୍ବାରେଣ୍ଟାଇନ କେନ୍ଦ୍ରରେ ଥାଇ ନିୟମ ଭଙ୍ଗ କରିବା ଅଭିଯୋଗରେ 2 ଜଣଙ୍କ ନାଁରେ ଏତଲା ଦେଇଥିଲେ ଜିଲ୍ଲା ପ୍ରଶାସନ ।

jharsuguda
କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ
author img

By

Published : Jul 9, 2020, 7:25 PM IST

ଝାରସୁଗୁଡ଼ା: ରାଜ୍ୟରେ କୋରୋନା ମହାମାରୀ ସ୍ଥିତି ଦିନକୁ ଦିନ ଉଦବେଗଜନକ ହେଉଥିବାବେଳେ ଏଥିରେ କୋଭିଡ ନିୟମ ବାରମ୍ବାର ଉଲ୍ଲଂଘନ ହେଉଥିବା ଅଭିଯୋଗ ହୋଇଛି । ଝାରସୁଗୁଡ଼ା ଜିଲ୍ଲାରୁ ଏଭଳି ଅଭିଯୋଗ ସାମ୍ନାକୁ ଆସୁଥିବାବେଳେ ପୂର୍ବରୁ ବ୍ରଜରାଜନଗରର କ୍ବାରେଣ୍ଟାଇନ କେନ୍ଦ୍ରରେ ଥାଇ ନିୟମ ଭଙ୍ଗ କରିବା ଅଭିଯୋଗରେ 2 ଜଣଙ୍କ ନାଁରେ ଏତଲା ଦେଇଥିଲେ ଜିଲ୍ଲା ପ୍ରଶାସନ ।

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ

ତେବେ ପୁଣିଥରେ ଅନ୍ୟ ରାଜ୍ୟରୁ ଆସିଥିବା ପ୍ରବାସୀଙ୍କୁ ପ୍ରଶାସନକୁ ନଜଣାଇ ଘରେ ରହିଥିବା ଅଭିଯୋଗରେ 3 ଜଣଙ୍କ ନାମରେ ଝାରସୁଗୁଡା ଥାନାରେ ଏତଲା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଝାରସୁଗୁଡା ଜିଲ୍ଲାରେ 130 ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଥିବାବେଳେ 106 ସୁସ୍ଥ ହୋଇଛନ୍ତି । 24 ଜଣ ସକ୍ରିୟ କେସ ଏବେ ଚିକିତ୍ସିତ ହେଉଛନ୍ତି ।

21 ଜଣ ଝାରସୁଗୁଡ଼ା କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ 3ଜଣ ଭୁବନେଶ୍ବରରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଏହି ମହାମାରୀର ନିପାତ ପାଇଁ ଜିଲ୍ଲାରେ ସର୍ବେକ୍ଷଣ ଜାରି ରହିଥିବା ଜିଲ୍ଲାପାଳ ସରୋଜ କୁମାର ସାମଲ ସୂଚନା ଦେଇଛନ୍ତି ।

ଜିଲ୍ଲାରେ 1 ଲକ୍ଷ 42 ପରିବାରଙ୍କୁ ସର୍ବେକ୍ଷଣ କରିବା ଲକ୍ଷ୍ୟ ରହିଥିବାବେଳେ ଏବେ ସୁଦ୍ଧା ଶତକଡା 48 ଭାଗ ସର୍ବେକ୍ଷଣ ହୋଇ ସରିଥିବା ଜିଲାପାଳ ସୂଚନା ଦେଇଛନ୍ତି। କ୍ୱାରେଣ୍ଟାଇନ କୁ କଡାକଡି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଝାରସୁଗୁଡ଼ାରୁ ରବିନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.