ETV Bharat / state

ଓପିଜିସି ୟୁନିଟ-3ରେ ଦୁର୍ଘଟଣା, ଶ୍ରମିକଙ୍କ ଉପରେ ପଡିଲା ଗରମ ପାଉଁଶ

author img

By

Published : Sep 6, 2020, 10:02 AM IST

Updated : Sep 6, 2020, 10:44 AM IST

ସ୍ଥାନୀୟ ବନହରପାଲିରେ ଥିବା ଓପିଜିସିର ୟୁନିଟ-3ରେ ଅଘଟଣ । ଆଶ୍‌ ହ୍ୟାଣ୍ଡଲିଂ ପ୍ଲାଣ୍ଟ ବା ପାଉଁଶ ନିୟନ୍ତ୍ରଣ ପ୍ଲାଣ୍ଟରେ ହପର ଖସି ପଡିବାରୁ ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ପଡିଯାଇଥିଲା ଗରମ ପାଉଁଶ । ଘଟଣାରେ 3 ଜଣ ଆହତ ଥିବା ବେଳେ 2 ଜଣ ଗୁରୁତର ହୋଇ ପଡିଛନ୍ତି । ଅଧିକ ପଢନ୍ତୁ...

accident in opgc unit-3, accident in jharsuguda opgc, jharsuguda latest news, hot ash fell on labourers in opgc, ଓପିଜିସି ୟୁନିଟ-3ରେ ଦୁର୍ଘଟଣା, ଝାରସୁଗୁଡା ଓପିଜିସିରେ ଦୁର୍ଘଟଣା, ଝାରସୁଗୁଡା ଲାଟେଷ୍ଟ ନ୍ୟୁଜ୍‌, ଓପିଜିସିରେ ଶ୍ରମିକଙ୍କ ଉପରେ ପଡିଲା ଗରମ ପାଉଁଶ
ଓପିଜିସି ୟୁନିଟ-3ରେ ଦୁର୍ଘଟଣା, ଶ୍ରମିକଙ୍କ ଉପରେ ଢଳିଲା ଗରମ ପାଉଁଶ

ଝାରସୁଗୁଡା: ସ୍ଥାନୀୟ ବନହରପାଲିରେ ଥିବା ଓପିଜିସିର ୟୁନିଟ-3ରେ ଅଘଟଣ । ଆଶ୍‌ ହ୍ୟାଣ୍ଡଲିଂ ପ୍ଲାଣ୍ଟ ବା ପାଉଁଶ ନିୟନ୍ତ୍ରଣ ପ୍ଲାଣ୍ଟରେ ହପର ଖସି ପଡିବାରୁ ତଳେ କାମ କରୁଥିବା ଶ୍ରମିକଙ୍କ ଉପରେ ପଡିଯାଇଥିଲା ଗରମ ପାଉଁଶ । ଫଳରେ ସେଠାରେ କାମ କରୁଥିବା ଠିକା ଶ୍ରମିକମାନେ ଆହତ ହୋଇଥିବା ବେଳେ ସେମାନେ ହେଉଛନ୍ତି ଆକାଶ ଖମାରୀ, ହୃଷିକେଶ କର୍ତ୍ତା ଓ ପି ଭଗବାନ ପାତ୍ର । ସମସ୍ତେ ଏଆରଏସ ଠିକା ସଂସ୍ଥାର ଶ୍ରମିକ ବୋଲି ଜଣାପଡିଛି ।

ତେବେ ଆହତ ଶ୍ରମିକଙ୍କୁ ତୁରନ୍ତ ଓପିଜିସି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହେଲେ ଚିକିତ୍ସିତଙ୍କ ମଧ୍ୟରୁ 2 ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଭୁବନେଶ୍ବର ଆପୋଲୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ବର୍ତ୍ତମାନ ସୁଦ୍ଧା ଓପିଜିସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିନଥିବା ବେଳେ ଶନିବାର ରାତି ପ୍ରାୟ 9ଟା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Sep 6, 2020, 10:44 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.