ETV Bharat / state

କୋଭିଡ ଲଢେଇରେ ଝାରସୁଗୁଡ଼ାରେ ସାମିଲ ହେଲା ଏମସିଏଲ

author img

By

Published : Jul 17, 2020, 10:27 PM IST

ଝାରସୁଗୁଡା କୋଭିଡ ଲଢେଇରେ ସାମିଲ ହେଲା ଏମସିଏଲ । ଝାରସୁଗୁଡା ଜିଲ୍ଲା ବନ୍ଧବାହଲ ଠାରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ 70 ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ କେୟାର ସେଣ୍ଟର । ଅଧିକ ପଢନ୍ତୁ...

କୋଭିଡ ଲଢେଇରେ ଝାରସୁଗୁଡ଼ାରେ ସାମିଲ ହେଲା ଏମସିଏଲ
କୋଭିଡ ଲଢେଇରେ ଝାରସୁଗୁଡ଼ାରେ ସାମିଲ ହେଲା ଏମସିଏଲ

ଝାରସୁଗୁଡା: କୋଭିଡ ଲଢେଇରେ ସାମିଲ ହେଲା ଏମସିଏଲ । ଝାରସୁଗୁଡା ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢାଇଲା । ଝାରସୁଗୁଡା ଜିଲ୍ଲା ବନ୍ଧବାହଲ ଠାରେ ଆସନ୍ତାକାଲି ଠାରୁ ଆରମ୍ଭ ହେବ 70 ଶଯ୍ୟା ବିଶିଷ୍ଟ କୋଭିଡ ହେଲଥ କେୟାର ସେଣ୍ଟର ।

ଝାରସୁଗୁଡା ଜିଲ୍ଲାପାଳଙ୍କ ସହ ଏକ ଏମଓୟୁରେ ଦସ୍ତଖତ କରିଛି ଏମସିଏଲ । ଜିଲ୍ଲାପାଳ ସରୋଜ ସାମଲ ଓ ଏମସିଏଲ ଡ଼ାଇରେକ୍ଟର ପର୍ସନାଲ କେଶବ ରାଓ ଏହି ଏମଓୟୁ ରେ ସ୍ବାକ୍ଷର କରିଛନ୍ତି । ଏମସିଏଲ ସହାୟତାରେ ଆରମ୍ଭ ହେବାକୁ ଥିବା ଏହି ଡାକ୍ତରଖାନାରେ କୋଭିଡ ପଜିଟିଭ ରୋଗୀ ଚିକିତ୍ସିତ ହେବେ । ଏଥିପାଇଁ ଏମସିଏଲ ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ସହ ସମସ୍ତ ଶଯ୍ୟା ନିକଟରେ ଅକ୍ସିଜେନ ସପୋର୍ଟ ରଖାଯାଇଛି । କୋଭିଡ ପଜିଟିଭ ରୋଗୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ଏମସିଏଲ ବହନ କରିବା ସହ ମାଗଣାରେ ଖାଇବା ବ୍ୟବସ୍ଥା ମଧ୍ୟ କରିବ । ଏମସିଏଲ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦେବାକୁ ଚୁକ୍ତି ସ୍ବାକ୍ଷର କରିଛନ୍ତି ।

ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବୈଷୟିକ ସହାୟତା ଯୋଗାଇ ଦିଆଯିବ । ଜିଲ୍ଲା ପ୍ରଶାସନ ପକ୍ଷରୁ ଏମସିଏଲ କୁ ଏଭଳି ସେବା କରିବା ସୁଯୋଗ ଦିଆଯାଇଥିବା ଯୋଗୁଁ ଜିଲ୍ଲା ପ୍ରଶାସନକୁ ଏମସିଏଲ କୃତଜ୍ଞତା ଜଣାଇଛି ।

ଝାରସୁଗୁଡାରୁ ରବିନାରାୟଣ ସାହୁ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.