ETV Bharat / state

ପିପିଲିକାନି ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ, ସ୍କୁଲରେ ଉତ୍ତେଜନା

author img

By ETV Bharat Odisha Team

Published : Aug 29, 2023, 9:34 AM IST

Updated : Aug 29, 2023, 1:04 PM IST

ଝାରସୁଗୁଡା ଜିଲ୍ଲା ପିପିଲିକାନି ଆଶ୍ରମ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀ ଛାତ୍ରୀ ମୃତ । ମୃତଦେହ ରଖି ପରିବାର ଲୋକଙ୍କ ଧାରଣା । ଅଧିକ ପଢନ୍ତୁ

student died
student died
ପିପିଲିକାନି ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ପିପିଲିକାନି ଆଶ୍ରମ ବିଦ୍ୟାଳୟରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ । ଏନେଇ ଆଶ୍ରମ ସ୍କୁଲ ସମ୍ମୁଖରେ ମୃତଦେହ ରଖି ପରିବାର ଓ ସ୍ଥାନୀୟ ଲୋକେ ଧାରଣା ଦେଇଥିଲେ । ତେବେ ମୃତ ଛାତ୍ର ଜଣକ ଛାତ୍ରୀ ଜଣକ ଅଇଁଲାପାଲି ଗ୍ରାମର ବବଲି ସା ବୋଲି ଜଣାପଡିଛି ।

ସୂଚନା ମୁତାବକ, ଗତ 18 ତାରିଖ ଦିନ ସ୍କୁଲ କର୍ତ୍ତୁପକ୍ଷ ବବଲିଙ୍କୁ ଖାଲି ପେଟରେ ଫାଇଲେରିଆ ମେଡ଼ିସିନ ଖାଇବାକୁ ଦେଇଥିଲେ । ଏନେଇ ଗତ ୨୫ ତାରିଖ ଦିନ ବବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ 26 ତାରିଖରେ ପରିବାର ଲୋକେ ତାଙ୍କୁ ଘରକୁ ନେଇଥିଲେ । ଏହାପରେ କୁମ୍ଭାରବନ୍ଧ ଚିକିତ୍ସାଳୟରେ ଦେଖାଇବା ପରେ ଗତକାଲି ତାଙ୍କୁ ଜିଲ୍ଲାମୁଖ୍ୟ ଚିକିତ୍ସାଳୟକୁ ଆଣିଥଲେ l ହେଲେ ଜିଲ୍ଲା ଚିକିତ୍ସାଧୀନ ଅବସ୍ଥାରେ ବବଲିଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦେଇଛନ୍ତି l

ଅନ୍ୟପଟେ ପିପିଲିକାନି ଆଶ୍ରମ ସ୍କୁଲ କର୍ତ୍ତୁପକ୍ଷଙ୍କ ଅବହେଳା ଯୋଗୁଁ ବବଲିଙ୍କ ଦେହ ଅସୁସ୍ଥ ହେବା ପରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏନେଇ ଗତକାଲି(ସୋମବାର) ବବଲିଙ୍କ ମୃତଦେହ ରଖି ଆନ୍ଦୋଳନ କରିଥିଲେ ପରିବାର ଲୋକେ l ସେପଟେ 18 ତାରିଖ ଦିନ ମଧ୍ୟାହ୍ନ ଭୋଜନ ପରେ ଫାଇଲେରିଆ ମେଡ଼ିସିନ ଦିଆଯାଇଥିବା ବେଳେ 21 ତାରିଖ ଦିନ ଜଣେ ସ୍ୱାସ୍ଥ୍ୟକର୍ମୀ ସ୍କୁଲକୁ ଆସି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ପ୍ରକାଶ କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ।

ଏହା ମଧ୍ୟ ପଢନ୍ତୁ- ଭଙ୍ଗାକୁଡିଆ ପାଖରେ ଖେଳିବା ହେଲା କାଳ, କାନ୍ଥ ପଡି ନାବାଳକ ମୃତ

ପ୍ରକାଶ ଥାଉକି, ଗତ କିଛି ମାସ ପୂର୍ବେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ ବେଲଘର ଥାନା ଅନ୍ତର୍ଗତ ଏକ ଆବାସିକ ବିଦ୍ୟାଳୟରେ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଆବାସିକ ବିଦ୍ୟାଳୟର ଜନୈକା ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ହୋଇଥିବା ଜଣା ପଡିଥିଲା । ଏହା ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଲଘର ଥାନାରେ ଏତଲା ଦେବାପରେ ଘଟଣା ସଂପର୍କରେ ଜଣାପଡିଥିଲା । ଏନେଇ ଜିଲ୍ଲା ଶିଶୁ ମଙ୍ଗଳ ସମିତି ପକ୍ଷରୁ ନାବାଳିକାଙ୍କୁ ଜି. ଉଦୟଗିରି ସୁଭଦ୍ରା ମହତାବ ଶିଶୁ ଯତ୍ନ ଗୃହରେ ଥଇଥାନ କରାଯାଇଥିଲା । ପରେ ନାବାଳିକାଙ୍କ ପ୍ରସବ ଯନ୍ତ୍ରଣା ଆସିବା ପରେ ତାଙ୍କୁ ଜି. ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ନାବାଳିକା ଜଣକ ଏକ ମୃତ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସେହି ଦିନ ହିଁ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ଝାରସୁଗୁଡା

Last Updated : Aug 29, 2023, 1:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.