ETV Bharat / state

ବ୍ରଜରାଜନଗର ଦମ୍ପତି ହତ୍ୟାକାଣ୍ଡର ପର୍ଦ୍ଦାଫାଶ, 5 ଗିରଫ

author img

By

Published : Oct 17, 2020, 9:31 PM IST

ବ୍ରଜରାଜନଗର ଦମ୍ପତି ହତ୍ୟାକାଣ୍ଡ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ହତ୍ୟା ପରେ ଦୁର୍ଘଟଣାର ରୂପ ଦେବା ପାଇଁ ହୋଇଥିଲା ଚେଷ୍ଟା । ଅଧିକ ପଢନ୍ତୁ......

ବ୍ରଜରାଜନଗର ଦମ୍ପତ୍ତି ହତ୍ୟାକାଣ୍ଡ ଘଟଣା, 5 ଗିରଫ

ବ୍ରଜରାଜନଗର: ବ୍ରଜରାଜନଗର ଦମ୍ପତି ହତ୍ୟାକାଣ୍ଡ ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ରାମପୁର କୋଇଲା ଚୁଲିରେ ନିଆଁଲାଗି ଦମ୍ପତିଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଦାଫାଶ କରିଛି ପୋଲିସ । ପାରିପାର୍ଶ୍ବିକ ଅବସ୍ଥାରୁ ହତ୍ୟା ହୋଇଥିବା ସନ୍ଦେହ କରି ବ୍ରଜରାଜନଗର ପୋଲିସ ତଦନ୍ତ କରିଥିଲା । ପରେ ପୋଲିସ ହତ୍ୟା ସନ୍ଦେହରେ ୫ ଜଣଙ୍କୁ ଅଟକ ରଖି ତଦନ୍ତ କରି ଏହା ଏକ ହତ୍ୟାକାଣ୍ଡ ବୋଲି ଜାଣିବା ପରେ 5 ଜଣଙ୍କୁ ଗିରଫ କରିଛି ।

ଗିରଫ ହୋଇଥିବା 5 ଜଣ ମୃତ ଦମ୍ପତିଙ୍କ ନିକଟ ସମ୍ପର୍କୀୟ ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ମଧ୍ୟରେ 3 ଜଣ ମହିଳା ମଧ୍ୟ ଅଛନ୍ତି । ଘରୋଇ ହିଂସା ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ରଚାଯାଇଥିଲା । ତେବେ ପ୍ରମାଣ ନଷ୍ଟ କରିବା ପାଇଁ ମୃତ ଦେହରେ କିରୋସିନି ଢାଲି ନିଆଁ ଲଗାଇ ଏହାକୁ ଦୁର୍ଘଟଣାର ରୂପ ଦେବାପାଇଁ ଚେଷ୍ଟା କରାଯାଇଥିବା ପୋଲିସ କହିଛି । ମୃତକ ଦମ୍ପତି ହେଲେ ଗିରିବର ଦାଶ ଓ ଗୀତା ଦାଶ । ମୃତକଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ରହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.