ETV Bharat / state

ଡଙ୍ଗା ଜବତ କଲା ମେରାଇନ ପୋଲିସ, ଘଟଣାସ୍ଥଳରେ ଉତ୍ତେଜନା - ପାରାଦୀପ ମତ୍ସ୍ୟବିଭାଗ ଓ ମେରାଇନ୍ ପୋଲିସ

ପାରାଦୀପ ମତ୍ସ୍ୟବିଭାଗ ଓ ମେରାଇନ୍ ପୋଲିସ ଦ୍ବାରା ଫାଶୀ ଓ ରିଙ୍ଗ୍ ଜାଲ ସହ ୪ଟି ବୋଟ ଜବତ । ସମୁଦ୍ରରେ ଫାଶୀ ଓ ରିଙ୍ଗ୍ ଜାଲ ବ୍ୟବହାର ଉପରେ ସରକାରୀ କଟକଣା ସତ୍ତ୍ୱେ ମାନୁ ନାହାଁନ୍ତି ମତ୍ସଜୀବୀ । ଅଧିକ ପଢ଼ନ୍ତୁ

ମେରାଇନ ପୋଲିସ ଓ ମତ୍ସ ବିଭାଗ ଦ୍ୱାରା 4ଡଙ୍ଗା
ମେରାଇନ ପୋଲିସ ଓ ମତ୍ସ ବିଭାଗ ଦ୍ୱାରା 4ଡଙ୍ଗା
author img

By

Published : Feb 25, 2023, 12:44 PM IST

ମେରାଇନ ପୋଲିସ ଓ ମତ୍ସ ବିଭାଗ ଦ୍ୱାରା 4ଡଙ୍ଗା

ପାରାଦ୍ବୀପ: ପାରାଦ୍ବୀପ ମତ୍ସ୍ୟବିଭାଗ ଓ ମେରାଇନ୍ ପୋଲିସ ଦ୍ବାରା ମାଛଧରା ଡଙ୍ଗା ଜବତ । ଯାହାକୁ ନେଇ ମାଛଧରା ବନ୍ଦରରେ ଉତ୍ତେଜନା ପ୍ରକାଶ ପାଇଛି । ସମୁଦ୍ରରେ ଫାଶୀ ଓ ରିଙ୍ଗ୍ ଜାଲ ବ୍ୟବହାର ଉପରେ ସରକାରୀ କଟକଣା କରାଯାଇଥିବା ସତ୍ତ୍ୱେ ମତ୍ସ୍ୟଜୀବୀମାନେ ଫାଶୀ ଓ ରିଙ୍ଗ୍ ଜାଲ ବ୍ୟବହାର କରିଛନ୍ତି । ଏହାକୁ ନେଇ ଗତକାଲି ଯାଞ୍ଚ ସମୟରେ ପାରାଦ୍ବୀପ ଷଣ୍ଢକୁଦ ନିକଟସ୍ଥ ସମୁଦ୍ରରେ ଲଙ୍ଗର ପକାଇ ରହିଥିବା ୪ଟି ଡଙ୍ଗାକୁ ମିଳିତ ଭାବେ ମେରାଇନ୍ ପୋଲିସ ଓ ମତ୍ସ୍ୟ ବିଭାଗ ଜବତ କରିଛି ।

ଏହି ୪ଟି ଡଙ୍ଗାରେ ଥିବା ସମସ୍ତ ଫାଶୀ ଓ ରିଙ୍ଗ୍ ଜାଲକୁ ମଧ୍ୟ ଜବତ କରାଯାଇ ମାଛଧରା ବନ୍ଦରକୁ ଅଣାଯିବା ପରେ ମାଛଧରା ବନ୍ଦରରେ ଉତ୍ତେଜନା ଦେଖାଦେଇଛି । ଷଣ୍ଢକୁଦର ଶହଶହ ମତ୍ସ୍ୟଜୀବୀ ମାନେ ଆସି ମାଛଧରା ବନ୍ଦର ଗେଟ୍ ସମ୍ମୁଖରେ ହୋହଲ୍ଲା କରିବା ସହିତ ସେମାନଙ୍କ ଡଙ୍ଗାକୁ ଫେରାଇ ନେବା ପାଇଁ ଅଡି ବସିଥିଲେ ।

ଅଧିକ ପଢ଼ନ୍ତୁ: Odisha Budget 2023: ବଜେଟରେ ନୂଆ ଯୋଜନା, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ପାଇଁ ୧୨୦ କୋଟି

ପରେ ମତ୍ସ୍ୟ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଜବତ ହୋଇଥିବା ଡଙ୍ଗା ର କାଗଜପତ୍ର ଦେଖାଇବା ସହିତ ରିଙ୍ଗ୍ ଜାଲ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ପରିବେଶ ଶାନ୍ତ ପଡିଥିଲା । ତେବେ ସମୁଦ୍ରରେ ଏହି ରିଙ୍ଗ୍ ଜାଲ ବ୍ୟବହାର କଲେ ସେଥିରେ ସବୁ ପ୍ରକାର ମାଛ ଜାଲରେ ରହିବା ସହିତ ମାଛ ଯାଆଁଳ ମଧ୍ୟ ମରିଥାନ୍ତି । ଏଥି ଯୋଗୁ ସମୁଦ୍ରରେ ମାଛବଂଶ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ସମୁଦ୍ରରେ ଫାଶୀ କିମ୍ବା ରିଙ୍ଗ୍ ଜାଲ ବ୍ୟବହାର ବନ୍ଦ କରିବାକୁ ସରକାରଙ୍କ ନିୟମ ରହିଥିବା ବେଳେ ଏହାକୁ ସମସ୍ତ ମତ୍ସ୍ୟଜୀବୀମାନଙ୍କୁ ମାନିବା ପାଇଁ ନିର୍ଦ୍ଦେଶ ରହିଛ । କିନ୍ତୁ କେତେକ ମତ୍ସଜୀବୀ ଏହାକୁ ମାନୁ ନଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇଛି।

ଯାହାକୁ ନେଇ ଜିଲ୍ଲା ମତ୍ସ୍ୟବିଭାଗ ମତ୍ସଜୀବୀଙ୍କ ଉପରେ କଡା ନଜର ରଖିଥିବା ଦେଖିବାକୁ ମିଳିଛି । ଗତକାଲି ଏହି ଘଟଣା ଘଟିବା ପରେ କେତେକ ମତ୍ସ୍ୟଜୀବୀ ଏହିଭଳି ଜାଲ ବ୍ୟବହାର ନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ଯଦି ଆଗାମୀ ଦିନରେ ଏହିଭଳି ଜାଲ କୌଣସି ମତ୍ସଜୀବୀ ବ୍ୟବହାର କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମେରାଇନ ପୋଲିସ ଓ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.