ETV Bharat / state

ବ୍ୟାଙ୍କ ସାମ୍ନାରେ ସ୍କୁଟି ଡିକି ଖୋଲି 3 ଲକ୍ଷ ଲୁଟିନେଲେ ଦୁବୃର୍ତ୍ତ

author img

By

Published : Nov 3, 2020, 3:58 AM IST

ବ୍ରଜରାଜନଗରରେ ବ୍ୟାଙ୍କ ସାମ୍ନାରୁ ସ୍କୁଟି ଡିକି ଖୋଲି 3 ଲକ୍ଷ ଲୁଟିନେଲେ ଦୁବୃର୍ତ୍ତ । ଏ ନେଇ ବ୍ରଜରାଜନଗର ଥାନାରେ ଏତଲା ଦାୟର କରିଛନ୍ତି । ଅଧିକ ପଢନ୍ତୁ...

ବ୍ୟାଙ୍କ ସାମ୍ନାରେ ସ୍କୁଟି ଡିକି ଖୋଲି 3 ଲକ୍ଷ ଲୁଟିନେଲେ ଦୁବୃର୍ତ୍ତ
ବ୍ୟାଙ୍କ ସାମ୍ନାରେ ସ୍କୁଟି ଡିକି ଖୋଲି 3 ଲକ୍ଷ ଲୁଟିନେଲେ ଦୁବୃର୍ତ୍ତ

ଝାରସୁଗୁଡା : ବ୍ୟାଙ୍କ ସାମ୍ନାରୁ ସ୍କୁଟି ଡିକି ଖୋଲି 3 ଲକ୍ଷ ଲୁଟିନେଲେ ଦୁବୃର୍ତ୍ତ । ଏ ଭଳି ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଅଞ୍ଚଳରେ । ଏ ନେଇ ବ୍ରଜରାଜନଗର ଥାନାରେ ଏତଲା ଦାୟର କରିଛନ୍ତି ଲୁଟର ଶିକାର ବ୍ୟକ୍ତି ।

ଅପରାହ୍ନରେ ବ୍ରଜରାଜନଗର ଅଞ୍ଚଳର ଗାନ୍ଧିଛକ ନିକଟରୁ ସ୍କୁଟି ଡ଼ିକି ଭାଙ୍ଗି 3 ଲକ୍ଷ ଟଙ୍କା ଲୁଟ ହୋଇଥିବା ନେଇ ବ୍ରଜରାଜନଗର ଥାନାରେ ଅଭିଯୋଗ ହୋଇଛି । ଏଚ କଣ୍ଟାପାଲି ଗ୍ରାମର ମଙ୍ଗଳ ଖଡ଼ିଆ ବ୍ରଜରାଜନଗର ୟୁକୋ ବ୍ୟଙ୍କରୁ ନିଜ ଘର ତିଆରି ଓ ଝିଅ ବାହାଘର ପାଇଁ ତିନି ଲକ୍ଷ ଦଶ ହଜାର ଟଙ୍କା ଉଠାଇଥିଲେ । ସ୍କୁଟି ଡ଼ିକିରେ ତିନି ଲକ୍ଷ ରଖିବା ସହ ବାକି ଦଶ ହଜାର ଟଙ୍କା ପକେଟରେ ଧରି ଆସିଥିଲେ । ଏହା ପରେ ଗାନ୍ଧୀ ଛକ ସ୍ଥିତ ଏକ ରାସନ ଦୋକାନରୁ ଅଟକି ଜିନିଷ କିଣିଥିଲେ ଓ ଘର ଅଭମୁଖେ ଯାଇଥିଲେ । ନିଜ ଘରକୁ ପହଞ୍ଚି ସ୍କୁଟି ଡିକି ଖୋଲି ଦେଖିବା ବେଳେ ଡ଼ିକିରେ ଥିବା ଟଙ୍କା ଓ ଅନ୍ୟାନ୍ୟ କାଗଜପତ୍ର ନ ଥିବା ଦେଖିବାକୁ ମିଳିଥିଲା ।

ଝାରସୁଗୁଡା ରବିନାରାୟଣ ସାହୁ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.