ETV Bharat / state

ସାବିତ୍ରୀରେ ମଥାରୁ ଲିଭିଲା ସିନ୍ଦୁର, ଦୁଇ ବାଇକ ମୁହାଁମୁହିଁ ଧକ୍କାରେ 3 ମୃତ

author img

By

Published : May 20, 2023, 7:34 AM IST

ଝାରସୁଗୁଡା-ସୁନ୍ଦରଗଡ ମୁଖ୍ୟ ରାସ୍ତାର ଦୁର୍ଲଗାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା । ଘଟଣସ୍ଥଳରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା । ଅଧିକ ପଢନ୍ତୁ

road accident in jharsuguda
road accident in jharsuguda
road accident in jharsuguda

ଝାରସୁଗୁଡା: ଝାରସୁଗୁଡା-ସୁନ୍ଦରଗଡ ମୁଖ୍ୟ ରାସ୍ତାର ଦୁର୍ଲଗାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ସାବିତ୍ରୀ ବ୍ରତ ଦିନ ଦୁଇ ବାଇକ ମୁହାଁମୁହିଁ ଧକ୍କାରେ ଚାଲିଗଲା ୩ ଜୀବନ । ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବାଇକର ଦ୍ରୁତଗତି ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା ଜଣାପଡିଛି । ମୃତକମାନେ ହେଲେ ଲାଇକେରା ଥାନା ଅନ୍ତର୍ଗତ ନାଚେନଡିହି ଗ୍ରାମର ଅଜୁ ରୋହିଦାସ ଓ ଭବାନୀ ରୋହିଦାସ ଏବଂ ଉତ୍ତର ପ୍ରଦେଶର ରମେଶ ଯାଦବ ।

ସୂଚନାଅନୁସାରେ, ଲାଇକେରା ଥାନା ଅନ୍ତର୍ଗତ ନାଚେନଡିହି ଗ୍ରାମର ଅଜୁ ରୋହିଦାସ ଓ ଭବାନୀ ରୋହିଦାସ ମିସ୍ତ୍ରୀ କାମ ସାରି ଗୋଟିଏ ବାଇକରେ ନିଜ ଗ୍ରାମକୁ ଫେରୁଥିଲେ । ଅନ୍ୟପଟେ ଠେଳକୁଳି ଭୂଷଣରେ କାମ କରୁଥିବା ଶ୍ରମିକ ଉତ୍ତର ପ୍ରଦେଶର ରମେଶ ଯାଦବ ନିଜ ସ୍ତ୍ରୀକୁ ବାଇକରେ ବସାଇ ସୁନ୍ଦରଗଡ଼ରୁ ଫେରୁଥିଲ । ଏହି ସମୟରେ ଝାରସୁଗୁଡା-ସୁନ୍ଦରଗଡ ମୁଖ୍ୟ ରାସ୍ତାର ଦୁର୍ଲଗାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ରହିଥିଲା ଯେ, ଘଟଣାସ୍ଥଳରେ ହିଁ ୩ ଜଣଙ୍କ ପ୍ରାଣବାୟୁ ଉଡିଯାଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଥିଲେ । ଅଜୁ ରୋହିଦାସ, ଭବାନୀ ରୋହିଦାସ ଏବଂ ରମେଶ ଯାଦବଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ପାଣି ନପାଇ ନଷ୍ଟ ହେଇଗଲା ଚିନାବାଦାମ ଚାଷ, ସରକାରୀ ସହାୟତା ନମିଳିଲେ ଆତ୍ମହତ୍ୟା କରିବୁ କହିଲେ ଚାଷୀ

ଏହା ମଧ୍ୟ ପଢନ୍ତୁ: Savitri Brata: ୧୦ବର୍ଷ ପରେ ସାବିତ୍ରୀଙ୍କ ପାଖକୁ ଫେରିଲେ ସତ୍ୟବାନ ! ପରିବାରରେ ଖୁସିର ମାହୋଲ

ଗତକାଲି (ଶୁକ୍ରବାର) ସନ୍ଧ୍ୟାରେ ଏହି ଭୟାନକ ଦୁର୍ଘଟଣା ହୋଇଥିଲା । ଉତ୍ତର ପ୍ରଦେଶର ରମେଶ ଯାଦବଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ସମସ୍ତ ୪ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ୩ଜଣଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ବାଇକକୁ ଜବତ କରିବା ସହ ମୃତଦେହକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି । 3 ଜଣଙ୍କ ମୃତଦେହକୁ ଜିଲ୍ଲା ଡାକ୍ତରଖାନାରେ ରଖାଯାଇଛି । ତେବେ ମୃତକଙ୍କ ପରିବାର ପରିଜନ ହସ୍ପିଟାଲରେ ପହଞ୍ଚିଥିବା ବେଳେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

ପ୍ରକାଶଥାଉକି, ଶୁକ୍ରବାର ବଲାଙ୍ଗୀରରେ ମଧ୍ୟ ସଡକ ଦୁର୍ଘଟଣା ହୋଇଥିଲା । ବାଇକକୁ ବୋଲେରୋ ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ସାବିତ୍ରୀ ବ୍ରତ ପାଇଁ ପୂଜା ସାମଗ୍ରୀ ନେଇ ଘରକୁ ଫେରୁଥିବାବେଳେ ଦୁର୍ଘଟଣାରେ ଶଳା, ଭେଣୋଇ ଓ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିଲା ।

ଇଟିଭି ଭାରତ, ଝାରସୁଗୁଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.