ETV Bharat / state

ବେଆଇନ କଫ ସିରପ ଓ ନିଶା ଇଞ୍ଜେକ୍ସନ କାରବାର, 2 ଗିରଫ - ବେଆଇନ ନିଶା ଇଞ୍ଜେକ୍ସନ କାରବାର

ବେଆଇନ କଫ୍‌ ସିରଫ କାରବାରକୁ ନେଇ ଝାରସୁଗୁଡା ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଗତ ଗୁରୁବାର ନିଶା ଇଞ୍ଜେକ୍ସନ ଓ ନିଶା ବଟିକା କାରବାରରେ 2 ଜଣକୁ ଗିରଫ କରିଛି ଝାରସୁଗୁଡା ବ୍ରଜରାଜନଗର ପୋଲିସ । ଅଧିକ ପଢନ୍ତୁ...

ବେଆଇନ ନିଶା ଇଞ୍ଜେକ୍ସନ ଓ ନିଶା ବଟିକା କାରବାରେ 2 ଗିରଫ

author img

By

Published : Oct 16, 2020, 8:45 AM IST

ଝାରସୁଗୁଡା: ନିଶା ଇଞ୍ଜେକ୍ସନ ଓ ନିଶା ବଟିକା କାରବାରରେ 2 ଜଣକୁ ଗିରଫ କରିଛି ଝାରସୁଗୁଡା ବ୍ରଜରାଜନଗର ପୋଲିସ । ଜିଲ୍ଲାରେ ବେଆଇନ କଫ୍‌ ସିରଫ ପୋଲିସର ମୁଣ୍ଡ ବ୍ୟଥାର କାରଣ ପାଲଟିଥିବାବେଳେ ଏବେ ନିଶା ବଟିକା କାରବାରକୁ ନେଇ ପୋଲିସ ଧରପଗଡ ଆରମ୍ଭ କରିଛି ।

ବେଆଇନ ନିଶା ଇଞ୍ଜେକ୍ସନ ଓ ନିଶା ବଟିକା କାରବାରେ 2 ଗିରଫ

ଗତ ଗୁରୁବାର ପୋଲିସର ପାଟ୍ରୋଲିଂ ସମୟରେ ମଣ୍ଡଳିଆ ଅଞ୍ଚଳର ବିନୋଦ ସାହୁ ବାଇକରେ ନିଶା ଔଷଧ ଧରି ଯାଉଥିବା ବେଳେ ଧରାପଡିଥିଲା। ପୋଲିସ ତା ନିକଟରୁ 5 ଶହଟି pentazocine lactate injection ଜବତ କରିବା ସହ ପଚରାଉଚୁରା କରିଥିଲା । ଏହି ସମୟରେ ପୋଲିସ ଜାଣିବାକୁ ପାଇଥିଲା ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ନିକଟସ୍ଥ ଲିପଲୋଇ ଅଞ୍ଚଳର ବିଜୟ ପାତ୍ରଙ୍କ ଠାରୁ ସେ ଏହି ଇଞ୍ଜେକ୍ସନ ଓ ବଟିକା ଆଣି ବିକୁଥିଲା।

ପୋଲିସ ବିନୋଦ ନିକଟରୁ ଏହି ସୂଚନା ପାଇବା ପରେ ଲିପଲୋଇରେ ବିଜୟ ପାତ୍ରଙ୍କ ଔଷଧ ଦୋକାନରେ ଚଢାଉ କରାଯାଉଥିଲା। ବେଆଇନ ଭାବେ ବିକ୍ରି କରୁଥିବା ସୁପ୍ରାଲ-10 ନାମକ 28ଶହ ବଟିକା ଓ ସୋପୋର୍-10 ନାମକ 1600 ନିଶା ବଟିକା ଜବତ କରି ସେମାନଙ୍କ ନିକଟରୁ ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଜବତ କରି ଗିରଫ କରି କୋର୍ଟ ଚାଲାଣ କରିଛି ।

ଝାରସୁଗୁଡା ଜିଲ୍ଲାରେ ଏହି ବ୍ୟବସାୟ ବହୁଳ ଭାବେ ଚାଲୁଥିବାରୁ ଏହି ବେପାରର ସମ୍ପୂର୍ଣ୍ଣ ବନ୍ଦ କରାଯିବ ବୋଲି ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.