ETV Bharat / state

କୋଚିଂ ସେଣ୍ଟରରେ ଅଗ୍ନିଶମ ବିଭାଗର ଚଢାଉ

ସୁରଟରେ ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡରେ 20ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ତତ୍ପର ଓଡିଶା ଅଗ୍ନିଶମ ବିଭାଗ । ବିଭିନ୍ନ ସ୍ଥାନରେ ଏନେଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଥିବା ବେଳେ ଝାରସୁଗୁଡାରେ ଅଗ୍ନିଶମ ବିଭାଗ 10ଟି କୋଚିଂ ସେଣ୍ଟରରେ ଚଢାଉ କରିଛି  ।

author img

By

Published : Jun 13, 2019, 3:16 AM IST

ଫଟୋ ସୌଜନ୍ଯ:ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ଝାରସୁଗୁଡା ସହରର 10ଟି କୋଚିଂ ସେଣ୍ଟରରେ ଚଢାଉ କରିଛି ଅଗ୍ନିଶମ ବିଭାଗ | ସୁରଟରେ ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡରେ 20ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ ଝାରସୁଗୁଡାରେ କିଭଳି ରହିଛି କୋଚିଂ ସେଣ୍ଟରରେ ବ୍ୟବସ୍ଥା ଏନେଇ ବୁଧବାର ଅଗ୍ନିଶମ ବିଭାଗ 10ଟି କୋଚିଂ ସେଣ୍ଟରରେ ଚଢାଉ କରିଛି ।

ଭିଡିଓ ସୌଜନ୍ଯ:ପ୍ରତିନିଧି, ଝାରସୁଗୁଡା

ସୂଚନା ଅନୁଯାୟୀ, ବୁଧବାର ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ରାଉରକେଲା, ଯୋଡା, କୋଇଡା, ବଣାଇ ସମେତ ବିଭିନ୍ନ ଜିଲ୍ଲାରୁ ଅଗ୍ନିଶମ ବିଭାଗ ଅଧିକାରୀମାନେ ଯାଞ୍ଚ ଅଭିଯାନରେ ସାମିଲ ହୋଇଥିଲେ | ତେବେ ଏହି ଯାଞ୍ଚ କରିବା ପୁର୍ବରୁ ସମ୍ବଲପୁର ରେଞ୍ଜର ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ଭୋଳ ଝାରସୁଗୁଡା ଅଗ୍ନିଶମ କେନ୍ଦ୍ରରେ ସମସ୍ତ କର୍ନଚାରୀଙ୍କୁ ଟିପ୍ସ ଦେଇଥିଲେ |

ଏହାପରେ ଝାରସୁଗୁଡା ଅଗ୍ନିଶମ ବିଭାଗ 10ଟି କୋଚିଂ ସେଣ୍ଟରରେ ଚଢାଉ କରିଥିଲେ । ଏହି ଚଢାଉ ଦ୍ବାରା କୌଣସି ସ୍ଥାନରେ ଅଗ୍ନି ନିର୍ବାକ ଯନ୍ତ୍ର ଲାଗି ନଥିବା ସହ ଅନ୍ୟ କୌଣସି ନିୟମକୁ ପାଳନ କରାଯାଉନଥିବା ଜାଣିବାକୁ ପାଇଛି ଅଗ୍ନିଶମ ବିଭାଗ |

ତେଣୁ ସେମାନଙ୍କୁ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନିୟମକୁ ପାଳନ କରିବାକୁ ଚେତାବନୀ ଦିଆଯାଇ ଥିବାବେଳେ ଏଥିରେ ଖାମଖିଆଲି କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଅଧିକାରୀମାନେ ଚେତାବନୀ ଦେଇଛନ୍ତି |

ଝାରସୁଗୁଡାରୁ ରବି କୁମାର ସାହୁ, ଇଟିଭି ଭାରତ

Intro:Body:

SGSF

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.