ETV Bharat / state

ଅଟୋ ଋଣ ଶୁଝି ନପାରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

author img

By

Published : Aug 17, 2020, 3:40 PM IST

କୋରୋନା ମହାମାରୀର ସଟଡାଉନ ଓ ଲକଡାଉନରେ ପ୍ରଭାବିତ ହୋଇ ଅଟୋ ଋଣ ଶୁଝିନପାରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଯାଜପୁର ଜିଲ୍ଲା ଦଶରଥପୁର ଗାଁରେ ଯୁବକ ଜଣକ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ...

ଅଟୋ ଋଣ ଶୁଝିନପାରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଯାଜପୁର: ଅଟୋ ଋଣ ଶୁଝିନପାରି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । କୋରୋନା କଟକଣା ଯୋଗୁଁ ଘରୁ ବାହାରିପାରୁନି ଅଟୋ । ବାରମ୍ବାର ଋଣପ୍ରଦାନକାରୀ ସଂସ୍ଥା ତାଗିଦର ଡର ଏବଂ ଗାଡି ନେଇଯିବା ଭୟରେ ନିଜ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ ।

ଯାଜପୁର ଜିଲ୍ଲା ଦଶରଥପୁର ଗାଁର ଶଙ୍କର୍ଷଣ ସାହୁ ନିଜ ଦେହରେ କିରୋସିନ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ ପ୍ରାୟ ବର୍ଷକ ତଳେ ଋଣ କରି ଏକ ଅଟୋ ଚଳାଉଥିଲେ । କିନ୍ତୁ ଗତ ୪/୫ ମାସ ହେଲା କୋରୋନାର ଲକଡାଉନ ଏବଂ ସଟଡାଉନ ଯୋଗୁଁ ନିଜର କିସ୍ତି ଦେବାକୁ ଅସମର୍ଥ ହୋଇଥିଲେ ।

ସେପଟେ ଋଣ ପ୍ରଦାନକାରୀ ସଂସ୍ଥା ବାରମ୍ବାର ଶଙ୍କର୍ଷଣଙ୍କ ଉପରେ ଋଣ ପଇଠ କରିବା ପାଇଁ ଚାପ ପ୍ରୟୋଗ କରୁଥିଲେ । ଋଣ କରି ଅଟୋ କରିଥିବା ଯୁବକଙ୍କ ପାଇଁ ଶୁଝିବା କଷ୍ଟକର ହୋଇପଡିଥିଲା । ଏପରିକି ଗାଡି ଫେରସ୍ତ ନେଇଯିବାକୁ ମଧ୍ୟ ଧମକ ଦେଉଥିଲେ । ଏଥିରେ ଭୟଭୀତ ହୋଇ ଶଙ୍କର୍ଷଣ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.