ETV Bharat / state

କ୍ରସରରେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣାରତ କର୍ମଚାରୀ

କ୍ରସରରେ ଚାପିହୋଇ ଯୁବକଙ୍କ ମୃତ୍ୟୁ । କ୍ଷତିପୂରଣ ମିଲିବା ନେଇ ଇମ୍ଫାର କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ବିଧାୟକଙ୍କ ମଧ୍ୟରେ ଆଲୋଚନା । ଅଧିକ ପଢନ୍ତୁ...

କ୍ରସରରେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣାରତ କର୍ମଚାରୀ
କ୍ରସରରେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣାରତ କର୍ମଚାରୀ
author img

By

Published : May 24, 2021, 7:51 PM IST

ଯାଜପୁର: ପଥର ତଳେ ଚାପିହୋଇ ଯୁବକଙ୍କ ମୃତ୍ୟୁ । ଗତରାତିରେ ଯାଜପୁର ଜିଲ୍ଲା କଳିଆପାଣି ସ୍ଥିତ ଇମ୍ଫା କମ୍ପାନୀରେ କାର୍ଯ୍ୟରତ ଥିବା ସମୟରେ କ୍ରସରରେ ଚାପିହୋଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତାହତ ହୋଇଥିବା ମୁନାଙ୍କ ପରିବାରକୁ ପଚାଶ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ସହ ପରିବାରର ଜଣଙ୍କୁ ଚାକିରୀ ଦାବିରେ ଇମ୍ଫା କମ୍ପାନୀର ମୁଖ୍ୟ ଫାଟକ ସମ୍ମୁଖରେ କର୍ମଚାରୀ ମାନେ ଧାରଣାରେ ବସିଛନ୍ତି ।

କ୍ରସରରେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଧାରଣାରତ କର୍ମଚାରୀ

ତେବେ ଇମ୍ଫାର କର୍ତ୍ତୃପକ୍ଷ ଏବଂ ସ୍ଥାନୀୟ ବିଧାୟକଙ୍କ ମଧ୍ୟରେ ଆଲୋଚନା ପରେ କ୍ଷତିପୂରଣ ବାବଦରେ ନିଷ୍ପତ୍ତି ନିଆଯିବା ନେଇ ସୂଚନା ମିଳିଛି । ବର୍ତ୍ତମାନ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖା ଦେଇଥିବାରୁ ସମ୍ପୃକ୍ତ ଅଞ୍ଚଳରେ କାଳିଆପାଣି ପୋଲିସ ମୃତୟନ ହୋଇଛନ୍ତି ।

ମୃତ ଶ୍ରମିକଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ଦୁଇଲକ୍ଷ ଟଙ୍କା, ପରିବାରକୁ କ୍ଷତିପୂରଣ ବାବଦରେ ପଚିଶ ଲକ୍ଷ ଟଙ୍କା ପ୍ରଦାନ ଏବଂ ମୃତକଙ୍କ ପୁଅକୁ ଯୋଗ୍ୟତା ଅନୁସାରେ କମ୍ପାନୀରେ ଚାକିରୀ ପ୍ରଦାନ କରାଯିବ । ଏଥିସହିତ ଗୁରୁତର ଆହତ ଥିବା କର୍ମଚାରୀଙ୍କୁ ସୁସ୍ଥ ହେବାପରେ ଯୋଗ୍ୟତା ଅନୁସାରେ ଅଫିସ ମଧ୍ୟରେ ନିଯୁକ୍ତି ଦିଆଯିବ ବୋଲି ଇମ୍ଫା ପକ୍ଷରୁ ସୂଚନା ଦିଆଯାଇଛି । ଏନେଇ ଅପରାହ୍ନରେ କାରଖାନାର ବରିଷ୍ଠ ଅଧିକାରୀ ଏବଂ ସୁକିନ୍ଦା ବିଧାୟକଙ୍କ ମଧ୍ୟରେ ଏନେଇ ଆଲୋଚନା ମଧ୍ୟ କରାଯାଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.