ETV Bharat / state

କଳିଙ୍ଗନଗର ଟାଟା ଷ୍ଟିଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଶ୍ରମିକ ମୃତ - jajpur district news

କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାରେ ଲିଫ୍ଟରେ ଚାପି ହୋଇ ଜଣେ ଅଣଓଡିଆ ଶ୍ରମିକ ମୃତ । ତଦନ୍ତ କରୁଛି ପୋଲିସ । ଅଧିକ ପଢନ୍ତୁ...

କଳିଙ୍ଗନଗର ଟାଟା ଷ୍ଟିଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଶ୍ରମିକ ମୃତ

author img

By

Published : Aug 25, 2021, 7:53 PM IST

ଯାଜପୁର: କଳିଙ୍ଗନଗର ଟାଟା ଷ୍ଟିଲ କାରଖାନାରେ ଦୁର୍ଘଟଣା । ଲିଫ୍ଟରେ ଚାପି ହୋଇ ଜଣେ କାର୍ଯ୍ୟରତ ଶ୍ରମିକ ପ୍ରାଣ ହରାଇଛନ୍ତି । ମୃତ ଶ୍ରମିକଜଣଙ୍କ ୨୩ ବର୍ଷିୟ ରାହୁଲ ପାଶ୍ବାନ ଓ ତାଙ୍କ ଘର ଝାଡଖଣ୍ଡ ବୋଲି ଜଣାପଡିଛି ।

କଳିଙ୍ଗନଗର ଟାଟା ଷ୍ଟିଲରେ ଅଘଟଣ, ଲିଫ୍ଟରେ ଚାପି ହୋଇ ଶ୍ରମିକ ମୃତ

ମିଳିଥିବା ସୂଚନା ଅନୁସାରେ, ଶ୍ରମିକ ଜଣଙ୍କ ପେଲେଟ ପ୍ଲାଣ୍ଟ ସାଇଟରେ ନିଜେ କ୍ରେନ ଚଳାଇ ଲିଫ୍ଟରେ କାମ କରୁଥିବା ସମୟରେ ଏକ ଲୁହ ଏଙ୍ଗେଲ ସହିତ ଚାପି ହୋଇ ରହିଯାଇଥିଲେ । ଫଳରେ କ୍ରେନଟି ବନ୍ଦ ହୋଇଯାଇଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଟାଟା ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କଳିଙ୍ଗନଗର ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ଦାନଗଦି ମେଡିକାଲକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.