ଯାଜପୁର: କୋରୋନା ପାଇଁ ସବୁକିଛି ଅଟକିଛି । ଯାଜପୁରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଦଶରଥପୁର ବ୍ଲକ ଅଞ୍ଚଳରେ ଦେଖା ଦେଇଛି ଗ୍ୟାସ ସମସ୍ୟା । ଗାଁକୁ ପାଇପ୍ ଲାଇନ ଗ୍ୟାସ ସଂଯୋଗ ହେବାକୁ ଥିବାବେଳେ କୋରୋନା ଜନିତ କଟକଣା ଯୋଗୁଁ କାମ ସମ୍ପୂର୍ଣ୍ଣ ବନ୍ଦ ହୋଇ ପଡିଛି ।
ଦଶରଥପୁର ବ୍ଲକ ଠାରୁ କୟାଁଗୋଲା ପର୍ଯ୍ୟନ୍ତ ରାସ୍ତା କଡେ କଡେ ଗ୍ୟାସ ପାଇପ ଲାଇନ ଗୁଡିକ ପଡିଥିବା ଦେଖିବାକୁ ମିଳିଛି । କେବେ ଏହି ଅଞ୍ଚଳରେ ଲୋକେ ପାଇପ୍ ଯୋଗେ ଗ୍ୟାସ ପାଇବେ ସେ ତାକୁ ଚାହିଁ ବସିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ