ETV Bharat / state

ମଦ ଦୋକାନ ଭାଙ୍ଗିଲେ ମହିଳା - Women demolished the shop in jajpur

କୁଆଖିଆ ଥାନା ନଠୁଆବର ପଞ୍ଚାୟତ ଆଦମପୁର ପେଟ୍ରୋଲ ପମ୍ପ କୁରୁକୁରା ନିକଟରେ ଥିବା ମଦ ଦୋକାନକୁ ବିରୋଧ କରି ଭାଙ୍ଗିଲା ସ୍ଥାନୀୟ ମହିଳା। ଅଧିକ ପଢନ୍ତୁ...

ମଦ ଦୋକାନ ଭାଙ୍ଗିଲେ ମହିଳା
ମଦ ଦୋକାନ ଭାଙ୍ଗିଲେ ମହିଳା
author img

By

Published : May 5, 2021, 8:33 PM IST

ଯାଜପୁର: କୁଆଖିଆ ଥାନା ନଠୁଆବର ପଞ୍ଚାୟତ ଆଦମପୁର ପେଟ୍ରୋଲ ପମ୍ପ କୁରୁକୁରା ନିକଟରେ ଥିବା ମଦ ଦୋକାନକୁ ବିରୋଧ ବ୍ୟାପକ ଭଙ୍ଗାରୁଜା କରିଛନ୍ତି ସ୍ଥାନୀୟ ମହିଳା । ଆଜି ଉତ୍ୟକ୍ତ ମହିଳାମାନେ ଏକତ୍ରିତ ହୋଇ ମଦ ଦେକାନକୁ ଭଙ୍ଗିବା ସହ ପେଟି ପେଟି ବିଦେଶୀ ମଦ ମଧ୍ୟ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।

ମଦ ଦୋକାନ ଭାଙ୍ଗିଲେ ମହିଳା

ସ୍ଥାନୀୟ ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେଠାରେ ସ୍କୁଲ ଓ ମନ୍ଦିର ଭଳି ସମ୍ବେଦନଶୀଳ ଅନୁଷ୍ଠାନ ଗୁଡିକ ରହିଛି । ତେଣୁ ସେଠାରେ ମଦ ଦୋକାନ ଖୋଲାଗଲେ ସାଧାରଣ ଲୋକେ କ୍ଷତିଗ୍ରସ୍ତ ହେବେ ଏବଂ ସ୍ଥାନୀୟ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ । ଏଠାରେ କୌଣସି ମଦ ଦୋକାନ ନ ଖୋଲିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ମହିଳା । ଆଜି ମହିଳାମାନେ ଦୋକାନ ଭାଙ୍ଗିବା ସହ ମଦ ଫିଙ୍ଗିଥିବାବେଳେ କିଛି ସ୍ଥାନୀୟ ଗ୍ରାମବାସୀ ମଦ ବୋହି ନେଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.