ଯାଜପୁର: ଜିଲ୍ଲାର ଦାନଗଦି ବ୍ଲକ କାର୍ଯ୍ୟାଳୟ ନିକଟରେ ଅଭାବନୀୟ ଘଟଣା । ଦାନଗଦି ବିଡିଓଙ୍କୁ ଦୁର୍ବ୍ୟବହାର କଲେ ମହିଳା ! ଲକଡାଉନ କଟକଣା ନେଇ ସ୍ଥାନୀୟ ବିଡିଓଙ୍କ ନେତୃତ୍ବରେ ଏକ ଟିମ୍ ଯାଞ୍ଚ ଚଳାଇଥିବା ବେଳେ ଜଣେ ମହିଳା ବିଡିଓ ଏବଂ ତାଙ୍କ ସହକର୍ମୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବିଡିଓ ଏନେଇ ସମ୍ପୃକ୍ତ ମହିଳାଙ୍କ ନାମରେ ଅଭିଯୋଗ କରିବା ପରେ,ମହିଳାଙ୍କୁ ଦାନଗଦୀ ଫାଣ୍ଡିରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛି ପୋଲିସ୍ ।
ଯାଜପୁର ରୋଡ୍ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରୁଛନ୍ତି । ତେବେ ମହିଳା ଜଣକ କଳିଙ୍ଗନଗରର ଏକ ଶିଳ୍ପ ସଂସ୍ଥାରେ କାର୍ଯ୍ୟ କରୁଥିବା ଜଣାପଡିଛି । ମହିଳା ଜଣକ ଏକ ସ୍କୁଟିରେ ଯାଉଥିବା ବେଳେ ବିଡିଓ ତାଙ୍କୁ ସ୍କୁଟି ରଖିବାକୁ କହିବାରୁ ସେ ବିଡିଓଙ୍କ ଉପରକୁ ସ୍କୁଟି ଫିଙ୍ଗିଦେବା ସହ ତାଙ୍କ ମୁହଁରୁ ମାସ୍କ ଛଡାଇ ନେଇଥିଲେ । ତେବେ ମହିଳା ଜଣକ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ