ETV Bharat / state

ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼, ଭିଡ଼ିଓ ଭାଇରାଲ

author img

By

Published : Jul 23, 2021, 8:35 AM IST

ଉଧାର ଟଙ୍କାକୁ ନେଇ ମହିଳାଙ୍କୁ ନିସ୍ତୁକ ମାଡ । ଭିଡିଓ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ...

ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼,  ଭିଡ଼ିଓ ଭାଇରାଲ
ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼, ଭିଡ଼ିଓ ଭାଇରାଲ

ଯାଜପୁର: ଟଙ୍କା ନେଣ ଦେଣକୁ କେନ୍ଦ୍ର କରି ମହିଳାଙ୍କୁ ଗଛରେ ବାନ୍ଧି ମାଡ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ,ଧର୍ମଶାଳା ଥାନା ଅଧୀନ ବନ୍ଧଡିହ ପଞ୍ଚାୟତରେ । ଜୟସଙ୍ଗଡ଼ା ଗ୍ରାମର ଜଣେ ବିବାହିତ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ମାରିବା ଘଟଣାର ଭିଡିଓ ଏବେ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଘଟଣା ସମ୍ପର୍କରେ ଅଭିଯୋଗ ହୋଇନଥିବା ବେଳେ ଭାଇରାଲ ଭିଡିଓ ଆଧାରରେ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଘଟଣାକୁ ନେଇ ମିଳିଥିବା ସୂଚନା ଅନୁସାରେ ଜୟସଙ୍ଗଡ଼ା ଗ୍ରାମର ବିକାଶ କୁମାର ରାଉତଙ୍କ ସ୍ତ୍ରୀ ବିଶ୍ଵାମିତ୍ରା ରାଉତ ଗ୍ରାମର ଅନ୍ୟଜଣେ ମହିଳାଙ୍କୁ କିଛି ଟଙ୍କା ଧାର ସୂତ୍ରରେ ଦେଇଥିଲେ । ଦୁଇ ମାସ ପରେ ଧାର ଟଙ୍କା ମାଗିବାରୁ ମହିଳାଙ୍କୁ ଟଙ୍କା ନେଇଥିବା ପରିବାର ଲୋକେ ସଂଘବଧ ଭାବେ ଆକ୍ରମଣ କରିବା ସହ ମହିଳାଙ୍କୁ ଗଛରେ ବାନ୍ଧି ମାଡ଼ ମାରିଥିଲେ । ଯାହାର ଏକ ଭିଡ଼ିଓ ଭାଇରାଲ ହୋଇଛି । ସ୍ଥାନୀୟ କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ଉଦ୍ଧାର କରିଥିଲେ । ତେବେ ଏ ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇ ନଥିବାବେଳେ ପୋଲିସ ନିଜ ଆଡୁ ପ୍ରାଥମିକ ତଦନ୍ତ ଚଳାଇଛି । ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.