ETV Bharat / state

ଅନ୍ଧାରରେ ଅକାମୀ ଦୀପକଙ୍କ ଭବିଷ୍ୟତ, ଅର୍ଥ ସାଜିଛି ବାଧକ

ଦୁଃଖର ପାହାଡ ତଳେ ଯାଜପୁର ଜିଲ୍ଲା ସକରଣ ଗାଁର ଦୀପକ । ବାପା-ମାଙ୍କ ଏକମାତ୍ର ପୁଅ ଏବେ ନିଜ ଗୋଡରେ ଠିଆ ହେବାକୁ ଅକ୍ଷମ । ପରିବାର ପ୍ରତିପୋଷଣ ବୟସରେ ସେ ଏବେ ଖୋଦ ପାଲଟି ଯାଇଛି ବୋଝ । ଅନ୍ଧାର ଭବିଷ୍ୟତକୁ ଆଖି ଆଗରେ ଦେଖି ହତୋତ୍ସାହ ଦୀପକ ।

author img

By

Published : Jun 10, 2019, 5:48 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାଜପୁର: ବିନା ସହାୟତାରେ ଉଠୁନି ଗୋଡ । ଭେଣ୍ଡା ପୁଅର ଅଶାବାଡି ଏବେ ବୃଦ୍ଧ ବାପା-ମା। ପୁଅର ଚିକିତ୍ସାରେ ସର୍ବସ୍ବାନ୍ତ ପରିବାର। ଏପରିକି 2 ଓଳି 2 ମୁଠା ଖାଇବାକୁ ଏବେ ଡହଳ ବିକଳ ଏଇ 3 ପ୍ରାଣୀ କୁଟୁମ୍ବ । ସାହାଯ୍ୟ ପାଇଁ ବାରମ୍ବାର ଗୁହାରୀ ପରେ ମିଳିଛି କେବଳ ପ୍ରତିଶ୍ରୁତି । ଏଥିମଧ୍ୟରେ ଅନେକ ବର୍ଷ ବିତି ଯାଇଥିଲେ ସୁଦ୍ଧା ପ୍ରଶାସନ ଚୁପ । କୋହ ଓ ରାଗ ଭରା କଣ୍ଠରେ ଦୁଃଖ ବଖାଣୁଥିବା ବେଳେ ଛଳଛଳ ହୋଇଯାଉଛନ୍ତି ଯାଜପୁର ଜିଲ୍ଲା ସକରଣ ଗାଁର ଲକ୍ଷ୍ମୀପ୍ରିୟା ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଭରତ ଓ ଲକ୍ଷ୍ମୀପ୍ରିୟାଙ୍କ ପୁଅ ଦୀପକ । ପିଲାବେଳୁ ଭଲ ପାଠସାଠରେ ବେଶ ପାରଙ୍ଗମ ଥିଲେ । ସବୁକିଛି ଭଲ ଚାଲିଥିଲା । ହେଲେ ହଠାତ ମେରୁଦଣ୍ଡ (ସ୍ପାଇନାଲ କଡ) ରେ ଆଘାତ ଲାଗିବା ଯୋଗୁଁ ସେ ପାଲଟିଯାଇଥିଲେ ପଙ୍ଗୁ। ଚିକିତ୍ସା ପାଇଁ ପରିବାର ଠାରୁ ଆରମ୍ଭ କରି ପରିଜନ ସମସ୍ତେ ସାହାଯ୍ୟ କଲେ । ହେଲେ ଦୀପକଙ୍କ ଏହି ବଡ କ୍ଷତିକୁ ଏହି ସାହାଯ୍ୟ ସମୁଦ୍ରକୁ ସଙ୍ଖେ ସଦୃଶ । ଏତେ ପରେ ବି ବାପା ମା’ ହାର ମାନିନ ଥିଲେ । ଘର , ଜମି ସବୁ ବିକିଦେଲେ । କିନ୍ତୁ ନିଜ ଗୋଡରେ ଠିଆ ହୋଇପାରିଲେନି ଦୀପକ । ଏ ନେଇ ଭଙ୍ଗା ଗୋଡ ଧରି ନିଜେ ଦୀପକ ମଧ୍ୟ ଅଖିଆ , ଅପିଆରେ ରାତି ଅନିଦ୍ରା ରହି ବାରମ୍ବାର ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ । ଦେଖୁ ଦେଖୁ 3ଟି ବିଡିଓ ବଦଳିଗଲେ କିନ୍ତୁ ବଦଳିଲାନି ଦୀପକଙ୍କ ସ୍ଥିତି । ଶେଷରେ ସହାନୁଭୂତି ଦେଖାଇ ଭିନ୍ନକ୍ଷମ କାର୍ଡଟିଏ ଦେଇ ଦାୟିତ୍ବ ସାରିଦେଲା ପ୍ରଶାସନ ।

ଦୀପକଙ୍କ ବାପା ଜଣେ ଡ୍ରାଇଭର ଓ ମାଆ ସରକାରୀ ସ୍କୁଲର ରୋଷେୟା । ଆଉ ଦୀପକଙ୍କ ଭତ୍ତା ବାବଦକୁ ମାସକୁ ମାତ୍ର 700 ଟଙ୍କା । ଘର ଭଡା ମଧ୍ୟ ବର୍ଷେ ହେଲା ଦିଆଯାଇପାରୁନି । ଏପରି ସ୍ଥିତିରେ ଚୁଲି ଜଳିବା କଷ୍ଟକର ହୋଇପଡିଥିବା ବେଳେ ଦାମୀ ହସ୍ପିଟାଲରେ ଚିକିତ୍ସା କଥା ଭାବିଲେ ମୁଣ୍ଡ କାମ କରୁନି ।

ତେବେ ଆତ୍ମନିର୍ଭରଶୀଳ ହେବାକୁ ପିଲାଙ୍କୁ ଟ୍ୟୁସନ କରୁଛନ୍ତି ଦୀପକ । ଆଗକୁ ପଢିବାର ମଧ୍ୟ ଲକ୍ଷ୍ୟ ସେ ରଖିଥିବା ଚାରି ସେ ଆଡୁ ନିରାଶ ହୋଇପଡି଼ଛନ୍ତି । ଏପରିକି ସହାୟତା ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ।

ଏ ସମ୍ପର୍କରେ ଆମେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସରକାରୀ ଯୋଜନାରେ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲାପାଳ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:ପାଟଣାଗଡର ତାତି ସୋମବାର ବୌଦ୍ଧ ଜିଲ୍ଲାରେ ଦେଖିବାକୁ ମିଳିଛି ।ପାଟଣାଗଡର ବିଧାୟକ ଜନୈକ ଯନ୍ତ୍ରୀ ଙ୍କୁ ସର୍ବ ସମ୍ମୁଖରେ ଦଣ୍ଡିତ କରିବା ଘଟଣାକୁ ବୌଦ୍ଧ ଜିଲ୍ଲାର ଯନ୍ତ୍ରୀ ସଂଘ ଦୃଢ ନିନ୍ଦା କରିବା ସହ ଅଭିଯୁକ୍ତ ଙ୍କ ତୁରନ୍ତ ଗିରଫ ଦାବୀ କରି ଏକ ଦାବୀପତ୍ର ଜିଲ୍ଲାପାଳ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।

Body:ପାଟଣାଗଡର ବିଧାୟକ ସରୋଜ ମେହେର ଜଣେ ସ୍ଥାନୀୟ ଯନ୍ତ୍ରୀ ଙ୍କୁ ସର୍ବସାଧାରଣରେ ଶହେଥର ବସ ଉଠ ଘଟଣାକୁ ବୌଦ୍ଧ ଡିପ୍ଲୋମା ଇଂଜିନିୟରିଂ ସଂଘ ତିବ୍ର ନିନ୍ଦା କରିବା ସହ ବିଧାୟକ ଙ୍କ ତୁରନ୍ତ ଗିରଫ ଦାବୀ କରିଛି ।ଏନେଇ ସୋମବାର ଏକ ସ୍ବତନ୍ତ୍ର ବୈଠକ ସଂଘ ଆୟୋଜିତ କରି ଏହା ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାପାଳ ସୀତାଂଶୁ କୁମାର ରାଉତଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ।ଜିଲ୍ଲାର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସମସ୍ତ ଯନ୍ତ୍ରୀ ଉପସ୍ଥିତ ରହି ଦାବୀ ପତ୍ର ପ୍ରଦାନ କରିଥିଲେ ।

Conclusion:ବାଇଟ-୧-ସ୍ମୃତି ରଂଜନ ସେଠୀ, ସଭାପତି, ଯନ୍ତ୍ରୀ ସଂଘ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.