ଯାଜପୁର: ନିଜ ହକରୁ ବଞ୍ଚିତ ହୋଇଥିବା ଜଣେ ମହିଳା ଗୁହାରି ଜଣାଇବାକୁ ଆସି ବିଡ଼ିଓଙ୍କ ଗୋଡ଼ତଳେ ପଡିଛନ୍ତି । ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।
ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲା ବରୀ ବ୍ଲକ ବାଲିବିଲି ପଞ୍ଚାୟତର ଜଣେ ମହିଳା ନିଜର ଚାଉଳ ଆଣିବାକୁ ଡିଲରଙ୍କ ପାଖକୁ ଯାଇଥିଲେ । ହେଲେ ଡିଲର ମହିଳାଙ୍କ କୋଟାରୁ 5 କେଜି ଚାଉଳ କାଟି ଦେଇଥିଲେ । ମହିଳା ଜଣକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଗାଳି ଗୁଲଜ କରିବା ସହିତ ମାଡ଼ମାରିଥିବା ଅଭିଯୋଗ ହୋଇଛି । ଏନେଇ ମହିଳା ଜଣକ ବିଡିଓଙ୍କ ନିକଟକୁ ଗୁହାରି ଜଣାଇବାକୁ ଆସି ନ୍ୟାୟ ପାଇଁ ଶତାଧିକ ଲୋକଙ୍କ ସାମ୍ନାରେ ବିଡ଼ିଓଙ୍କ ଗୋଡତଳେ ପଡିଯାଇଥିଲେ । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ