ETV Bharat / state

ବିନା ଭକ୍ତରେ ମା' ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ - jajpur news

କୋରୋନା କଟକଣା ଭିତରେ ପୀଠରେ ମା'ଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ଏହି ଅବସରରେ ବ୍ୟାସନଗର ସହରର ବିଭିନ୍ନ ମଣ୍ଡପରେ ସକାଳୁ କଳସ ବୁଡ଼ିଲା ପରେ ଆରମ୍ଭ ହୋଇଛି ମା'ଙ୍କ ପୂଜା । ଅଧିକ ପଢନ୍ତୁ...

ବିନା ଭକ୍ତରେ କୋଭିଡ କଟକଣାରେ ମା' ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ

author img

By

Published : Oct 23, 2020, 7:43 PM IST

ଯାଜପୁର: ଆଜି ଠାରୁ ଆରମ୍ଭ ହେଉଛି ମା' ଦୁର୍ଗାଙ୍କ ପୂଜା । କୋରୋନା କଟକଣା ଭିତରେ ପୀଠରେ ମା'ଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଛି । ଏହି ଅବସରରେ ବ୍ୟାସନଗର ସହରର ବିଭିନ୍ନ ମଣ୍ଡପରେ ସକାଳୁ କଳସ ବୁଡ଼ିଲା ପରେ ଆରମ୍ଭ ହୋଇଛି ମା'ଙ୍କ ପୂଜା ।

ବିନା ଭକ୍ତରେ କୋଭିଡ କଟକଣାରେ ମା' ଦୁର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ

ଚଳିତ ବର୍ଷ ବ୍ୟାସନଗର ପୌରପରିଷଦରେ ୬ଟି ମେଢ ହେଇଛି । ଆଉ କୌଣସି ମଣ୍ଡପରେ ସାଜସଜା କି ଭକ୍ତଙ୍କୁ ଦେଖିବାକୁ ମିଳିନାହିଁ । ହାଇକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଚାଲିଛି ପୂଜାର୍ଚ୍ଚନା । ପ୍ରତ୍ୟେକ ମଣ୍ଡପରେ କୋଭିଡ ନିୟମ ଅନୁଯାୟୀ ପୂଜାରୀ ଓ କର୍ମକର୍ତ୍ତାଙ୍କୁ ମିଶାଇ ରହୁଛନ୍ତି ୭ ଜଣ । ତେବେ ମା'ଙ୍କ ପାଖକୁ ଭକ୍ତ ଯାଇ ନପାରି ମନରେ ଦୁଃଖ ଥିଲେ ବି ସମସ୍ତେ ମାନିଛନ୍ତି କୋଭିଡ ନିୟମ । ଶନିବାର ମହାଷ୍ଟମୀ ପୂଜା ସମସ୍ତ ଭକ୍ତ ଘରେ ରହି କରିବାକୁ ମଣ୍ଡପ ପକ୍ଷରୁ ନିବେଦନ କରାଯାଇଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.