ETV Bharat / state

ଧର୍ମଶାଳାରେ କିଏ କଂଗ୍ରେସ ପ୍ରାର୍ଥୀ: ସ୍ମୃତିରେଖା ନା କିଶାନ?

author img

By

Published : Apr 10, 2019, 3:36 PM IST

ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା ଆସନରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହି ଆସନ ପାଇଁ ଦୁଇ ଦୁଇ ଜଣ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଯାହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିବା ସହ ରାଜନୈତିକ ବାତାବରଣକୁ ସରଗରମ କରିଛି।

ଫାଇଲ ଫଟୋ

ଯାଜପୁର: ବର୍ତ୍ତମାନ ନିର୍ବାଚନ ମାହୋଲ ଚାଲିଥିବା ବେଳେ ପ୍ରାୟ ସମସ୍ତ ଦଳ, ଦଳୀୟ ଶୃଙ୍ଖଳା ରକ୍ଷା କରିବା ଉପରେ ଜୋର ଦେଉଛନ୍ତି । ମାତ୍ର ରାଜ୍ୟରେ ସରକାର ଗଢିବାକୁ ସ୍ବପ୍ନ ଦେଖୁଥିବା କଂଗ୍ରେସର ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଦଳୀୟ ଟିକେଟ ବଣ୍ଟନକୁ କେନ୍ଦ୍ର କରି ଦଳରେ ଚାଲିଥିବା ଅନ୍ତର୍ବିବାଦ ଏବେ ଗୁରୁତର ଅବସ୍ଥା ଆଡକୁ ଗତି କଲାଣି । କହିବାକୁ ଗଲେ ଘରୋଇ କଳି ଏବେ ଦାଣ୍ଡରେ ପଡି ହାଟରେ ଗଡିବା ଭଳି ଅବସ୍ଥାକୁ ଚାଲି ଗଲାଣି ଦଳ ।

ଏହାର ପ୍ରଭାବରେ ଆଗାମୀ ଦିନରେ ଦଳ ଯେ ବଡ ଧରଣର ବିପର୍ଯ୍ୟୟକୁ ସାମ୍ନା କରିବ ସେ ସମ୍ଭାବନା ବର୍ତ୍ତମାନ ଠାରୁ ଜଳ ଜଳ ହୋଇ ଦିଶିଲାଣି । ଦଳୀୟ ଟିକେଟ ପାଇବାକୁ ନେଇ ଚାଲିଥିବା ବିଦ୍ରୋହ ପ୍ରଶମିତ ହେବାର ନାଁ ଧରୁନାହିଁ। ସ୍ଥିତି ଏପରି ଯେ ଟିକେଟ ପାଇବା ପରେ ମଧ୍ୟ ନିର୍ବାଚନ ଲଢିବାକୁ ସଫା ସଫା ମନା କରି ଦେଉଛନ୍ତି ଦଳୀୟ ପ୍ରାର୍ଥୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତ, ଯାଜପୁର
ଯାଜପୁର ଜିଲ୍ଲାର ଧର୍ମଶାଳା ବିଧାନସଭା ଆସନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏହି ଆସନ ପାଇଁ ଦୁଇ ଦୁଇ ଜଣ କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଠଛନ୍ତି । ଯାହା ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲିଟିବା ସହ ରାଜନୈତିକ ବାତାବରଣକୁ ସରଗରମ କରିଛି ।

ଗତ 6 ତାରିଖରେ ସ୍ମୃତିରେଖା ପହି ନାମକ ଜଣେ ମହିଳା କଂଗ୍ରେସ ପ୍ରାର୍ଥୀ ଭାବେ ଧର୍ମଶାଳା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତାଙ୍କ ପରେ କଂଗ୍ରେସରୁ ପୂର୍ବତନ ଧର୍ମଶାଳା ବ୍ଲକ ଅଧକ୍ଷ କିଶାନ ପଣ୍ଡା ମଧ୍ୟ ଦଳୀୟ ଆଶାୟୀ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏ ପର୍ଯ୍ୟନ୍ତ ଔପଚାରିକ ଭାବେ କାହାକୁ ଦଳୀୟ ଟିକେଟ ମିଳିନାହିଁ ।

ପ୍ରାର୍ଥୀ ହେବା ସମ୍ପର୍କରେ ପ୍ରତିକ୍ରିୟା ରଖି କିଶାନ ପଣ୍ଡା କହିଛନ୍ତି ଯେ, ଦଳୀୟ ହାଇକମାଣ୍ଡଙ୍କ ପ୍ରସ୍ତାବ ଓ ପ୍ରତିଶ୍ରୃତିକୁ ଆଧାର କରି ନାମାଙ୍କନ ପତ୍ର ଦାଖଲ କରିଛି । ମାତ୍ର ଶେଷ ମୂହୁର୍ତ୍ତ ଯାଏ ମଧ୍ୟ ସେ ଦଳୀୟ ଟିକେଟ ହାତେଇ ନଥିବା ଜଣାପଡିଛି । ପ୍ରାର୍ଥୀପାତ୍ର ଯାଞ୍ଚ ପୂର୍ବରୁ ତାଙ୍କୁ ଟିକେଟ ମିଳିବ ବୋଲି ଆଶାବାଦୀ ଅଛନ୍ତି ସେ ।

ସେପଟେ ସ୍ମୃତିରେଖା ପହି ଦଳୀୟ ଆଶାୟୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବା ପରେ ଏ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ଏନେଇ ନିଜର ପ୍ରତିକ୍ରିୟା ରଖି ସ୍ମୃତିରେଖା କହିଛନ୍ତି ଯେ, ତାଙ୍କୁ ହିଁ ଟିକେଟ ମିଳିଛି । ଅନ୍ୟ କାହାକୁ ଟିକେଟ ମିଳିବା କଥା ତାଙ୍କୁ ଜଣାନାହିଁ । ପ୍ରାର୍ଥୀପତ୍ର ଦାଖଲ କରିବା ପୂର୍ବରୁ ତାଙ୍କୁ ଦଳୀୟ ଟିକେଟ ମିଳିନଥିବା ଜଣପଡିଛି।

ସେହିପରି ଜିଲ୍ଲାର ଅନ୍ୟତମ ବିଧାନସଭା ଆସନ ବଡଚଣା ମଧ୍ୟ ଟିକେଟ ବଣ୍ଟନକୁ ନେଇ ଆରମ୍ଭ ହୋଇଯାଇଛି ହାଇଭୋଲଟଜ ଡ୍ରାମା । ଏହି ଆସନ ପାଇଁ କଂଗ୍ରେସର ବରିଷ୍ଠ ନେତା ସୀତାକାନ୍ତ ମହାପାତ୍ରଙ୍କୁ ମିଳିଥିବା ଦଳୀୟ ଟିକେଟ । ମାତ୍ର ସେ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ନିର୍ବାଚନ ଲଢିବାକୁ ମନା କରି ଦେଇଥିଲେ । ଶେଷ ମୂହୁର୍ତ୍ତରେ ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅଜୟ କୁମାର ସାମଲ ଏଠାକାର କଂଗ୍ରେସ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲକରିଛନ୍ତି । ଦଳୀୟ ନିଷ୍ପତ୍ତିକୁ ସମ୍ମାନ ଜଣାଇ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ଅଜୟ । ନିର୍ବାଚନରେ ତାଙ୍କର ବିଜୟ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଉଭୟ ଧର୍ମଶାଳା ଓ ବଡଚଣା ସମେତ ସମଗ୍ର ଜିଲ୍ଲାରେ କଂଗ୍ରେସର ଏଭଳି ସ୍ଥିତି ପାଇଁ ଦଳୀୟ କର୍ମୀଙ୍କ ସମେତ ନେତା ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ହିଁ ଦାୟୀ କରିଛନ୍ତି । ଏହା ବିଜେଡି ଓ ବିଜେପିକୁ ସୁହାଇବ ବୋଲି ସେମାନେ କହିଛନ୍ତି । ଏହି ଦୁଇ ଆସନରେ କଂଗ୍ରେସର ପ୍ରାର୍ଥିତ୍ବକୁ ନେଇ ବିବାଦ ଘନେଇବାରେ ଲାଗିଛି। ଶେଷ ମୂହୁର୍ତ୍ତରେ ପ୍ରାର୍ଥୀ ଚୟନ କରିବା ଦଳ ପାଇଁ ଏବେ ମହଙ୍ଗା ପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଈଟିଭି ଭାରତ

ସ୍ଲଗ -ବଲାଗିଂର ନିର୍ବାଚନ ପରେ ନିର୍ବାଚନ ଆସୁଛି ଯାଉଛି, ତେବେ ଏଥିରେ ନେତା କୋଟି ପତି ହୋଇଥିବା ବେଲେ ଜନତା ଏବେବି ଗରିବ 
ରିପୋର୍ଟର ନାମ- ଶେଖ ମହମ୍ମଦ ୱାହିଦ
ସ୍ଥାନ - ବଲାଙ୍ଗିର 
ତାରିଖ -୦୮-୦୪-୧୯
ଫରମାଟ -ପେକେଜ
ଏଙ୍କର-
ନିର୍ବାଚନ ପରେ ନିର୍ବାଚନ ଆସୁଛି ଏବଂ ଲୋକଙ୍କୁ ବିକାଶ ନାଁରେ ଅନେକ ପ୍ରତିଶୃତି ମଧ୍ୟ ମିଲିଥାଏ । ତେବେ ବିକାଶ ହେଉ ବା ନ ହେଉ ନେତା କିନ୍ତୁ କୋଟି ପତି ହୋଇଛନ୍ତି । ଏଭଲି ଅବସ୍ଥା ଖୋଦ ବଲାଗିଂରରେ ଥିବା ବେଲେ ଏଠିକାର ସବୁ ନେତା କୋଟି ପତି ଅଟନ୍ତି ଯାହାର ସୋମାନେ ନିଜେ ସତ୍ୟପାଟ ଦାଖଲ କରିଛନ୍ତି । ଅନ୍ୟପଟେ କିନ୍ତୁ ବିକାଶ ନାଁରେ ଏମାନେ ଲୋକଙ୍କ ଭୋଟ ନେଇ ଆଜି ଏହି ସ୍ଥାନରେ ଥିବା ବେଲେ ସାଧାରଣ ଲୋକେ ଏବେବି ଗରିବ ରୁ ଗରିବ ହେବାରେ ଲାଗିଛନ୍ତି । ଏବଂ ମଣିଷ କିଣା ବିକାର ବଲାଗିଂର ଜିଲ୍ଲାରେ ଆଜି ବି ଦାଦନ, ଗରିବି ଯେମିତିକୁ ସେମିତି ରହିଛି । 
ଭି ଓ ୧ 
ବଲାଗିଂର ନିର୍ବାଚନ ମଇଦାନରେ ଥିବା ସବୁ ନେତା କୋଟି ପତି । କିଛି ନେତା ନୁଆଁ ଥିବା ବେଲେ କିଛି ନେତା ପୁରୁଣା  ଏବଂ କିଛି ଅନେକ ଥର ନିର୍ବାଚିତ ମଧ୍ୟ ହୋଇ ସାରିଛନ୍ତି । ତେବେ ଏହି ସବୁ ନେତା ନାମାଙ୍କନରେ ନିଜେ କୋଟି ପତି ଥିବାର ସତ୍ୟପାଠ ଦାଖଲ କରି ତାଙ୍କର ସମ୍ପତ୍ତି ତାଲିକାର ସବିଶେଷ ଦର୍ଷାଇଛନ୍ତି । ସେପଟେ ନେତା ସବୁ କୋଟି ପତି ତ ଏଠିକାର ଜନତା ଏବେବି ଗରିବ । ଏକଥାର ପ୍ରମାଣ ଖୋଦ ଏଠିକାର ଲୋକଙ୍କ ଅବସ୍ଥାହିଁ ଅଟେ । ତେବେ ବଲାଗିଂର ଜିଲ୍ଲା ପୃଥିବୀର ମଣିଷ କିଣା ବିକାର କେନ୍ଦ୍ର ହୋଇଥିବା ବେଲେ ଆଜି ଏଠି ଦାଦନ ସମସ୍ୟା ଯେମିତିକୁ ସେମିତି ରହିଛି । ଜିଲ୍ଲାରୁ କାମ ଧନ୍ଦା ଓ ପେଟ ପାଟଣା ପାଇଁ ଏବେବି ଦୁଇ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ବାହାର ରାଜ୍ୟକୁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି । ସେହିପରି ସବୁ ସରକାରୀ ଯୋଜନା ଓ ନେତାଙ୍କ ପ୍ରତିଶୃତି ପାଣିର ଗାର ହୋଇଥିବା ବେଲେ ଏଠି କାର ଲୋକଙ୍କ ଅବସ୍ଥା ଏବେବି ଶୋଚନୀୟ ହୋଇ ରହିଛି । ଯେଉଁଥିରେ ଲୋକ ଗରିବରୁ ଗରିବ ହୋଇ ଚାଲିଥିବା ବେଲେ ନିଜର ମୌଲିକ ଅଧିକାରରୁ ଏବେବି ବଞ୍ଚିତ ହୋଇ ରହିଛନ୍ତି । ତେବେ ନିର୍ବାଚନ ଆସିଲେ ନେତା ମାନେ ତାଙ୍କ ଦ୍ୱାର ପର୍ଯ୍ୟନ୍ତ ଆସି ପୁଣି ତାଙ୍କୁ ପାଞ୍ଚ ବର୍ଷ ପାଇଁ ଭୁଲି ଯାଆନ୍ତି ବୋଲି ଲୋକେ କହିଛନ୍ତି ।
ବାଇଟ -ହେମାନନ୍ଦ ଚିନ୍ଦା- ବଲାଗିଂର ବାସିନ୍ଦା
ବାଇଟ- କୁମ ମାଝୀ- ବଲାଗିଂର ବାସିନ୍ଦା
ଭିଓ ୨ 
ବଲାଗିଂର ଜିଲ୍ଲାରେ ଅଜବ ସଂଯୋଗ ଗୋଟିଏ ପଟେ ଏଠିକାର ଜନତା ଗରିବି ଭଲି ସମସ୍ୟାରେ ଜର୍ଜରିତ ଥିବା ବେଲେ ନେତା କିନ୍ତୁ ଏଠି କୋଟି ପତି । ଯେଉଁଥିରେ ବାଲଗିଂର ବା ପାଟଣ ରାଜ୍ୟର ମହାରାଜା କୁହାଯାଉଥିବା ବିଜେପିର ତୁଙ୍ଗ ନେତା ତଥା ପାଟଣାଗଡ ବିଧାନସଭା ମଣ୍ଡଲିର ବିଜେପି ପାର୍ଥୀ କେଭି ସିଂହ ଦେଓ ମୋଟ ୩୮ କୋଟିର ମାଲିକ । ସେହିପରି ତାଙ୍କ ପତ୍ନୀ ତଥା ବିଜେପିର ନେତ୍ରୀ ଓ ବଲାଗିଂର ସାଂସଦ ପାର୍ଥୀ ନିଜ ସମ୍ପତ୍ତୀ ୩୦ କୋଟି ବୋଲି ଦର୍ଶାଇଛନ୍ତି । ସମାନ ଭାବରେ ରାଜ ପରିବାରର ତଥା ବଲାଗିଂର ବିଜେଡିର ଲୋକ ସଭା ପାର୍ଥୀ କଲିକେଶ ସିଂହ ଦେଓ ନିଜ ସଂପତ୍ତି ୧୩ କୋଟି ବୋଲି ଦର୍ଶାଇଛନ୍ତି । ଏହାଛଡା ନିର୍ବାଚନରେ ନୁଆଁ ଦୁଇ ଚେହେରା ମଧ୍ୟରୁ କଂଗ୍ରେସର ବଲାଗିଂର ଲୋକସଭା ପାର୍ଥୀ ନିଜର ୨କୋଟିରୁ ଉଦ୍ଧ୍ୱର୍ ସମ୍ପତ୍ତି ଥିବାର ଉଲ୍ଲେଖ କରିଛନ୍ତି । ସମାନ ଭାବରେ ବିଜେପିର ବଲାଗିଂର ବିଧାନସଭା ମଣ୍ଡଲି ପାର୍ଥୀ ମଧ୍ୟ ନିଜ ସମ୍ପତ୍ତି ୧କୋଟି ଥିବାର ଉଲ୍ଲେଖ କରିଛନ୍ତି । ତେବେ ମୋଟା ମୋଟି କହିବାକୁ ଗଲେ ବଲାଗିଂରରେ ସବୁ ପ୍ରଭାବ ଶାଳୀ ନେତା କୋଟି ପତି ଓ ସମସ୍ତେ ଏଥର ନିର୍ବାଚନ ମଇଦାନରେ ଅଛନ୍ତି । ତେବେ ଏହି ନେତା ମାନେ ପୁର୍ବରୁ ବିକାଶ ଉନ୍ନତୀ ନାଁରେ ଭୋଟ ନେଇ ଜୟ ଯୁକ୍ତ ହେଉଥିବା ବେଲେ ଲୋକଙ୍କ ତଥା ଅଞ୍ଚଲର ବିକାଶ ହେଉ ବା ନ ହେଉ ଏହି ନେତା ମାନଙ୍କର ଉନ୍ନତୀ କିନ୍ତୁ ବେଶ ହୋଇଛି । 
ବାଇଟ- ହେମନ୍ତ ପଣ୍ଡା - ଶୁଚନା ଅଧିକାର କର୍ମୀ ବଲାଗିଂର 
ptc visual by mojo and ftp
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.