ETV Bharat / state

ଲଘୁଚାପ ବର୍ଷାରେ ଭାସୁଛି ଯାଜପୁର

author img

By

Published : Oct 24, 2019, 7:09 PM IST

ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କାରଣରୁ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ଯାଜପୁର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହେବା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁତୁହା ବର୍ଷା ଜାରି ରହିଛି । ଏହି କ୍ରମରେ ଯାଜପୁର ଜିଲ୍ଲାରେ ଗତ ବୁଧବାର ଠାରୁ ପ୍ରବଳ ବର୍ଷା ଲାଗିରହିଛି । ଫଳରେ ଜନଜୀବନ ପ୍ରଭାବିତ ହୋଇଛି। ଶୁଣନ୍ତୁ କଣ କହୁଛନ୍ତି ସାଧାରଣ ଜନତା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ବିଶେଷ କରି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜେଲ, ତହସିଲ, ପୌରପରିଷଦ ଅଫିସ ଆଦି ସ୍ଥାନ ସମ୍ମୁଖରେ ଥିବା ମୁଖ୍ୟ ରାସ୍ତାରେ ଆଣ୍ଠୁଏ ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି । ସେହିପରି ବ୍ୟାସନଗର ସହରରେ ସମାନ ପରିସ୍ଥିତି। ଡ୍ରେନେଜ ସମସ୍ୟା ରହିଥିବାରୁ ବର୍ଷା ଫଳରେ ପାଣି ଉଛୁଳି ଦୋକାନ ବଜାର ଓ ଘରମାନଙ୍କରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଏହି କାରଣରୁ ସ୍ଥାନୀୟ ବାସିନ୍ଦା ପ୍ରବଳ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସହରରେ ଯାନବାହାନ ଚଳାଚଳରେ ବାଧା ଉପୁଜିଥିବା ଦେଖିବାକୁ ମିଳିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଘନୀଭୂତ ହେବା ପରେ ରାଜ୍ୟ ର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି । ଏହି ଲଘୁଚାପ ଯୋଗୁଁ ଯାଜପୁର ଜିଲ୍ଲାରେ ଗତକାଲି ଠାରୁ ପ୍ରବଳ ବର୍ଷା ଲାଗିରହିଛି । ଫଳରେ ସାଧାରଣ ଜନଜୀବନ ପ୍ରଭାବିତହୋଇଛି। ବିଶେଷ କରି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଜେଲ, ତହସିଲ ଅଫିସ ପୌରପରିଷଦ ଅଫିସ ସମ୍ମୁଖରେ ଥିବା ମୁଖ୍ୟ ରାସ୍ତାରେ ପ୍ରବଳ ବର୍ଷା ଯୋଗୁ ଆଣ୍ଠୁଏ ଉପରେ ପାଣୀ ପ୍ରଭାହିତ ହେଉଛି। ସେହିପରି ବ୍ୟାସନଗର ସହରରେ ସମାନ ପରିସ୍ଥିତି। ତେବେ ଲଗାଣ ବର୍ଷା ଫଳରେ ସହରରେ ଡ୍ରାନେଜ ସମସ୍ୟା ଯୋଗୁ ପାଣି ଉଛୁଳି ଦୋକାନ ବଜାର ଆଉ ଘରରେ ପାଣୀ ପଶି ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତା ଛଡାରେ ଯାନବାହାନ ଗାଡିମୋଟର ଚଲେଇବା ଅସୁବିଧା ହେବାଯୋଗୁ ସହରବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Body:defford

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.