ETV Bharat / state

କୋରୋନା ଯୁଦ୍ଧରେ ସାମିଲ ହେବା ପାଇଁ ଆଗେଇ ଆସିଲେ ମହିଳା - vyasanagar corona_ donation by self help gourp

କୋରୋନା ଭାଇରସକୁ ଦେଶରୁ ଦୂରେଇବା ପାଇଁ ପ୍ରତ୍ୟକ ରାଜ୍ୟ, ଜିଲ୍ଲା ଆଉ ଗ୍ରାମାଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ଲୋକେ କୋଟି କୋଟି ଟଙ୍କା ସହାୟତା ପ୍ରଦାନ କରୁଛନ୍ତି । ସେହିଭଳି ଯାଜପୁରରେ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଭ୍ୟମାନେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଭେଟି ୨୦୦୦୦ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିଛନ୍ତି ।

vyasanagar-corona-donation-by-self-help-gourp
କୋରୋନା ଯୁଦ୍ଧରେ ସାମିଲ ହେବା ପାଇଁ ଆଗେଇ ଆସିଲେ ମହିଳା
author img

By

Published : May 11, 2020, 7:14 PM IST

ଯାଜପୁର: ଦିନକୁ ଦିନ ରାଜ୍ୟରେ କୋରୋନା ଭାଇରସର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । କୋରୋନା ରୋଗକୁ ଦେଶରୁ ଦୂରେଇବା ପାଇଁ ପ୍ରତ୍ୟକ ରାଜ୍ୟ, ଜିଲ୍ଲା ଆଉ ଗ୍ରାମାଞ୍ଚଳରେ ବିଭିନ୍ନ କ୍ଷେତ୍ରରେ ଲୋକେ କୋଟି କୋଟି ଟଙ୍କା ସହାୟତା ପ୍ରଦାନ କରୁଛନ୍ତି । ସେହି ଭଳି ଯାଜପୁରରେ ବିଭିନ୍ନ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନେ ମଧ୍ୟ କୋରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି ।

କୋରୋନା ଯୁଦ୍ଧରେ ସାମିଲ ହେବା ପାଇଁ ଆଗେଇ ଆସିଲେ ମହିଳା

ସାରାଦେଶରେ ଲକଡାଉନ ଫଳରେ ଦିନକୁ ଦିନ ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି । ତେବେ ଦେଶର ଏଭଳି ସ୍ଥିତି ବେଳେ ଦେଶକୁ ସୁଧାରିବା ସହିତ ଏହି କୋରୋନା ଯୁଦ୍ଧରେ ସାମିଲ ହେବା ପାଇଁ ଅନେକ କମ୍ପାନୀ ସହିତ ଅନେକ ସଂଗଠନ ମାନେ ଆର୍ଥିକ ସହାୟତା ଦେବା ସହିତ ଏହି ଯୁଦ୍ଧରେ ସାମିଲ ହେଇଛନ୍ତି ।

ଯାଜପୁର ବ୍ୟାସନଗର ଅଞ୍ଚଳର କେତେକ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ କୋରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି । ତେବେ ବ୍ୟାସନଗର ଅଞ୍ଚଳର ସେବତୀ ସ୍ବୟଂ ସହାୟକ ଗୋଷ୍ଠୀ, ଦିବ୍ୟ ଜ୍ୟୋତି ସ୍ବୟଂ ସହାୟକ ଗୋଷ୍ଟୀ ଓ ବୈଭଵ ଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ରଙ୍କୁ ଭେଟି ୨୦୦୦୦ ହଜାର ଟଙ୍କାର ଆର୍ଥିକ ରାଶି ପ୍ରଦାନ କରିଛନ୍ତି । ଏଥି ସହିତ ଦେଶର ଏହି ବିପତ୍ତି ସମୟରେ ସମସ୍ତ ମହିଳା ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.