ETV Bharat / state

ଆରମ୍ଭ ହୋଇଛି ବ୍ୟାସ ସରୋବର ମହୋତ୍ସବ - ଆରମ୍ଭ ହେଲା ବ୍ୟାସ ସରୋବର ମହୋତ୍ସବ

ଯାଜପୁରରେ ଜମିଲା ବ୍ୟାସ ସରୋବର ମହୋତ୍ସବ । ବ୍ୟାସନଗର ପୌରପରିଷଦ ପକ୍ଷରୁ ଆୟୋଜିତ ହୋଇଛି ବ୍ୟାସ ସରୋବର ମହୋତ୍ସବ । ଅଧିକ ପଢ଼ନ୍ତୁ

Vyasa sarovar Mahotsav
ବ୍ୟାସ ସରୋବର ମହୋତ୍ସବ
author img

By

Published : Feb 2, 2023, 4:15 PM IST

ବ୍ୟାସ ସରୋବର ମହୋତ୍ସବ

ଯାଜପୁର: ଆରମ୍ଭ ହେଲା ବ୍ୟାସ ସରୋବର ମହୋତ୍ସବ । ବୁଧବାର ଥିଲା ପବିତ୍ର ଭୈମ ଏକାଦଶୀ । ଏହି ପବିତ୍ର ତିଥିରୁ ହିଁ ଆରମ୍ଭ ହୋଇଥାଏ ଯାଜପୁରର ପ୍ରସିଦ୍ଧ ବ୍ୟାସ ସରୋବର ମହୋତ୍ସବ ଓ ମେଳା । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ବ୍ୟାସନଗର ପୌରପରିଷଦ ପକ୍ଷରୁ ଆୟୋଜିତ ହୋଇଛି ବ୍ୟାସ ସରୋବର ମହୋତ୍ସବ । କୋରୋନା ଯୋଗୁଁ ଗତ ୨ ବର୍ଷ ବାତିଲ ହୋଇଥିଲା ମହୋତ୍ସବ । ଏବର୍ଷ କୌଣସି କଟକଣା ନଥିବାରୁ ଶହଶହ ଶ୍ରଦ୍ଧାଳୁ ପୀଠକୁ ଆସି ଦିଅଁ ଦର୍ଶନ କରିଛନ୍ତି । ତା ସହିତ ଗୁପ୍ତ ଗଙ୍ଗାର ଜଳସିଞ୍ଚନ କରି ପୂଣ୍ୟ ଅର୍ଜ୍ଜନ କରୁଛନ୍ତି । ମନ୍ଦିରରେ ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କ ପୂଜାର୍ଚ୍ଚନା ଚାଲିଛି ।

ଗୋଟିଏ ମନ୍ଦିରରେ ଗୁରୁ ଏବଂ ଉପାସକଙ୍କୁ ଏକତ୍ର ପୂଜା କରିବାର ନିଆରା ପରମ୍ପରା କାହିଁ କେତେ କାଳରୁ ରହିଆସିଛି । ବିଶ୍ବାସ ରହିଛି ଏଠାରେ ଯାହା ମନସ୍କାମନା କରାଯାଏ ତାହା ଅବିଳମ୍ବେ ପୂରଣ ହୁଏ । ସେଥିଲାଗି ଦିଅଁ ଦର୍ଶନ ପାଇଁ ଦୂରଦୂରାନ୍ତରୁ ଛୁଟିଥାଏ ଶ୍ରଦ୍ଧାଳୁଙ୍କ ସୁଅ । ବିଗତ 16 ବର୍ଷ ଧରି ବ୍ୟାସନଗର ପୌରପରିଷଦ ଆନୁକୂଲ୍ୟରେ ବ୍ୟାସସରୋବର ମେଳା ସହିତ ମହୋତ୍ସବ ପାଳିତ ହୋଇଆସୁଛି ।

ମାତ୍ର କୋଭିଡ୍ ଯୋଗୁଁ ଗତ ଦୁଇବର୍ଷ ମହୋତ୍ସବକୁ ବାତିଲ କରାଯାଇଥିଲା । ସନ୍ଧ୍ୟାରୁ ଆରମ୍ଭ ହେବ ବ୍ୟାସସରୋବର ମହୋତ୍ସବ । ଏଠାରେ ଦୋଳି ଓ ମୀନାବଜାର ଖୋଲିବା ସହ ଭେଳିକି ଭେଳି ଷ୍ଟଲମାନ ସ୍ଥାନ ପାଇବେ । ନାମିଦାମୀ କଳାକାର ଓ ସିନେତାରକାଙ୍କ ଦ୍ବାରା ପ୍ରତିଟି ସନ୍ଧ୍ୟାରେ ଆୟୋଜିତ ହେବ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ।

ଶୁଦ୍ରମୁନୀ ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତର ଭାରଦା ଉପାଖ୍ୟାନରେ ବ୍ୟାସସରୋବର ପୀଠର ମହାତ୍ମ୍ୟ ସମ୍ପର୍କରେ ବର୍ଣ୍ଣନା ରହିଛି । ଦୁର୍ଯ୍ୟୋଧନ ଏକଦା ଏଠାରେ ଥିବା ଗୁପ୍ତ ଗଙ୍ଗାରେ ଲକ୍ଷ୍ମୀଙ୍କ କୋଳରେ ଲୁଚି ରହିଥିଲେ । ଭୀମଙ୍କ ତୃତୀୟ ରଡି ସହିନପାରି ସେ ଯୁଦ୍ଧ କ୍ଷେତ୍ରକୁ ବାହାରି ଆସିଥିଲେ ଏବଂ ଏହିଠାରେ ପାଣ୍ଡବଙ୍କ ନିକଟରେ ପରାସ୍ତ ହୋଇଥିଲେ । ଦୁର୍ଯ୍ୟୋଧନଙ୍କ ଜାନୁଭଗ୍ନ ପରେ ଏଠାରେ ତାଙ୍କ ନିଧନ ହୋଇଥିବା ଲୋକକଥା ରହିଛି । ଏହାକୁ ଆଧାର କରି ବ୍ୟାସଦେବ ଏଠାରେ ମହାଭାରତର ଶେଷପର୍ବ ରଚନା କରିଥିବା ବିଶ୍ବାସ କରାଯାଏ । ପୀଠ ହେଉଛି ମହର୍ଷି ବ୍ୟାସଙ୍କ ଉପାସକ ରାଘବଜୀଉଙ୍କ ସାଧନା ସ୍ଥଳୀ ।

ପୀଠର ପୌରାଣିକ କିମ୍ବଦନ୍ତୀକୁ ଉଜ୍ଜୀବିତ ରଖିବା ପାଇଁ କାହିଁ କେଉଁ କାଳରୁ ମହର୍ଷି ବ୍ୟାସ ଓ ଭକ୍ତ ରାଘବଜୀଉ ଏଠାରେ ଏକତ୍ର ପୂଜା ପାଇବାର ନିଆରା ପରମ୍ପରା ରହିଆସିଛି। ସେପଟେ ମେଳା ଓ ମହୋତ୍ସବର ସୁପରିଚାଳନା ପାଇଁ ପୌରପରିଷଦ ପକ୍ଷରୁ ପ୍ରକାଶ ପାଇଛି ତତ୍ପରତା । ଏଥର ଉଭୟ ମେଳା ଓ ମହୋତ୍ସବ ଜାକଜମକରେ ପାଳନ କରାଯାଉଥିବାରୁ ଲୋକଙ୍କ ଭିତରେ ଦେଖିବାକୁ ମିଳିଛି ଅନେକ ଉତ୍ସାହ । ପୌର ପ୍ରଶାସନ ପକ୍ଷରୁ ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.