ETV Bharat / state

ସ୍ମିତାରାଣୀ ମୃତ୍ୟୁ ମାମଲା: 12 ଘଣ୍ଟା ବନ୍ଦ ରହିଲା ଯାଜପୁର

ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣା । 12 ଘଣ୍ଟା ଧରି ବନ୍ଦ ରହିଲା ଯାଜପୁର । ସିବିଆଇ ତଦନ୍ତ ଦାବିରେ ବିଜେପି ପକ୍ଷରୁ ଦିଆଯାଇଥିଲା ବନ୍ଦ ଡାକରା ।

ଡିଜାଇନ ଫଟୋ
author img

By

Published : Oct 21, 2019, 8:39 PM IST

ଯାଜପୁର: ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଆଜି ଜିଲ୍ଲା ବିଜେପି ପକ୍ଷରୁ 12ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା । ତେବେ ଆଜିର ଏହି ବନ୍ଦ 10ଟି ଯାକ ବ୍ଲକ, ଦୁଇଟି ମୁନିସିପାଲିଟି ଅଞ୍ଚଳରେ ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସକାଳୁ ଅନେକ ସ୍ଥାନରେ ବିଜେପି ନେତା ଓ କର୍ମୀମାନେ ପିକେଟିଂ କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏହା ସହ ଟ୍ରେନ ମଧ୍ୟ ବନ୍ଦ କରିଥିବା ଦେଖିବାକୁ ମିଳିଥିଲା । ଫଳରେ ଜିଲ୍ଲାର ଅନେକ ସ୍ଥାନରେ ସ୍କୁଲ, କଲେଜ, ବ୍ୟାଙ୍କ ସହ ସରକାରୀ ଦପ୍ତର ବନ୍ଦ ଥିବା ଦେଖିବାକୁ ମିଳିଥିଲା ।

ଏହା ସହ ବସ, ଟ୍ରେନ ଆଦି ବନ୍ଦ ଥିବାରୁ ଲୋକେ ଅନେକ ହିନସ୍ତା ହେଉଥିବାର ଦେଖାଦେଇଛି । ଏପରିକି ଦୋକାନ ବଜାର ବନ୍ଦ ଥିବାରୁ ଲୋକେ ଖୋଲା ସ୍ଥାନରେ ଖାଉଥିବା ଦେଖିବାକୁ ମିଳିଛି ।

ସୂଚନା ଥାଉକି, ଧର୍ମଶାଳା ଭିଏଲଡବ୍ଲୁ ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାରେ ଗତ 19ତାରିଖରେ ଯାଜପୁର ଏସପି ଏହାକୁ ଏକ ଆତ୍ମହତ୍ୟା ବୋଲି କହିଥିଲେ । ତେବେ ଏଥିରେ ସଠିକ୍‌ ତଦନ୍ତ ହୋଇନଥିବା ଦର୍ଶାଇ ଏହାର ସିବିଆଇ ତଦନ୍ତ କରିବାକୁ ଆଜି ବିଜେପି ଏହି ବନ୍ଦ ଡାକରା ଦେଇଥିଲା ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:slug-bjp_jajpur_bandh
format-pkg(followup)
reporter-Gyanaranjan ojha
place-jajpur
date-21.10.19
Anchor---ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବୀରେ ଆଜି ଜିଲ୍ଲା ବିଜେପି ପକ୍ଷରୁ ଯାଜପୁରରେ 12ଘଣ୍ଟିଆ ବନ୍ଦର ଡାକରା ଦିଆଯାଇଥିଲା । ଆଜି ଜିଲ୍ଲାର 10ଟି ଯାକ ବ୍ଲକ୍ ଦୁଇଟି ମୁନିସିପାଲିଟି ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । କେଉଁଠି ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିଲା ତ ଆଉ କେଉଁଠି ରାଜପଥ ମଧ୍ୟ ଅବରୋଧ ହୋଇରହିଥିଲା । ଏହାର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍କୁଲ, କଲେଜ, ବ୍ୟାଙ୍କ୍, ଦପ୍ତର ଆଦି ବନ୍ଦ ରହିଥିଲା । ବିଜେପି ନେତା ଓ କର୍ମୀ ବିଭିନ୍ନ ସ୍ଥାନରେ ପିକେଟିଂରେ ସାମିଲ ହୋଇଥିଲେ । ମୁଖ୍ୟତଃ ବିଜେପି ନେତାମାନେ ଏହି ବନ୍ଦରେ ଏସପିଙ୍କ ବିବୃତ୍ତିକୁ କଡା ସମାଲୋଚନା କରିବା ସହିତ କ୍ଷମତାସୀନ ବିଜେଡି ଦଳକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ ।
Body:
vo-01--ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟର ଉନ୍ମୋଚନ ପାଇଁ ଅଣ୍ଟା ଭିଡିଛି ବିଜେପି । ଏହି ଘଟଣାର ସିବିଆଇ ତଦନ୍ତ ଦାବୀ କରି ବିଜେପି ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଇଛି । ଗତ 19ତାରିଖ ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ଏକ ଆତ୍ମହତ୍ୟା ଘଟଣା ବୋଲି ସ୍ପଷ୍ଟ କରିଥିଲେ । ଏଥିସହ ଉଭୟଙ୍କ ମଧ୍ୟରେ ଅନୈତିକ ସମ୍ପର୍କ ଥିଲା ଏବଂ ସମ୍ପର୍କରେ ସ୍ଥାୟିତ୍ବକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ଘଟି ସେ ଆତ୍ମହତ୍ୟା କରିଥିଲେ ବୋଲି ଯାଜପୁର ଏସପି ଚରଣ ସିଂ ମୀନା ସାମ୍ବାଦିକ ସମ୍ମିଳନୀରେ ଦର୍ଶାଇଥିଲେ । ତେବେ ସରପଞ୍ଚଙ୍କ ସ୍ବାମୀ ରୂପେସ୍ ଭଦ୍ର ତାଙ୍କୁ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଇଥିବା ଦର୍ଶାଇ ରୂପେସକୁ ଗିରଫ୍ କରି ପୋଲିସ୍ କୋର୍ଟ ଚାଲାଣ କରାଯାଇଥିଲା । ତେବେ ଏହା ଏକ ମନଗଢା କାହାଣୀ ବୋଲି ଅଭିହିତ କରିବା ସହ ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବା ଏବଂ ଘଟଣାର ସିବିଆଇ ତଦନ୍ତ ଦାବୀ କରିବାକୁ ବିଜେପି ପକ୍ଷରୁ ଆଜି ଏହି ବନ୍ଦ ପାଳନ କରାଯାଇଛି । ତେଣେ ଏସୟୁସିଆଇ ପକ୍ଷରୁ ମଧ୍ୟ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବୀରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
bite-01--ଗୌତମ ରାୟ, ବିଜେପି ଜିଲ୍ଲା ସଭାପତି
bite-02-ଇତି ନାୟକ, କୋରାଇ ବିଜେପି ନେତ୍ରୀ
bite-03--ମିଲନ ରାଉତ, ବିଜେପି ଯୁବମୋର୍ଚା ନେତା
vo-02--ସେପଟେ ବିଜେପିର ଏହି 12 ଘଣ୍ଟିଆ ବନ୍ଦ ପଳନର ପ୍ରଭାବରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍କୁଲ, କଲେଜ, ବ୍ୟାଙ୍କ୍, ଦପ୍ତର, କୋର୍ଟ, କଚେରୀ ଆଦି ବନ୍ଦ ରହିଥିବା ଦେଖିବାକୁ ମିଳିଥିଲା । ଏହା ପ୍ରଭାବରେ ଆଜି ବିଭିନ୍ନ ସ୍ଥାନରେ ସାଧାରଣ ଜନତା ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବସରେ ଯାତ୍ରା କରିବା ସମୟରେ ଯାତ୍ରୀମାନେ ଅସୁବିଧା ଭୋଗିଥିବା ବେଳେ ଲୋକେ ଡାକ୍ତରଖାନାକୁ ରୋଗୀକୁ ଚିକିତ୍ସା ପାଇଁ ନେବା ସମୟରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯାଜପୁର ରୋଡ ରେଳଷ୍ଟେସନରେ ବାରିପଦା-ବାଙ୍ଗିରିପଶି ଟ୍ରେନକୁ ଅଟକା ଯାଇଥିବା ବେଳେ 16ନଂ ଜାତୀୟ ରାଜପଥର ଜାରକା ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଥିଲା । ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା ।
bite-04--ସହଦେବ ନନ୍ଦ, ଯାତ୍ରୀ
bite-05--ନିରଞ୍ଜନ ସାହୁ, ରୋଗୀର ଆଟେନାଣ୍ଟ

Conclusion:
fvo--ସେପଟେ ଯାଜପୁର ଏସପି ଚରଣ ସିଂ ମୀନା ବିଜେପିର ପ୍ରତିକ୍ରିୟା ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ । ତେବେ ଆଜି ପାଣିକୋଇଲି ପୋଲିସ୍ ମୁଖ୍ୟାଳୟକୁ ଡିଆଇଜି ଆଶିଷ ସିଂ କାହିଁକି ଗସ୍ତରେ ଆସିଥିଲେ ଏବଂ ସେଠାରେ କଣ ଆଲୋଚନା ହୋଇଥିଲା ସେ ସମ୍ପର୍କରେ ମଧ୍ୟ ପୋଲିସ୍ ପ୍ରଶାସନ ନିରବ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.