ETV Bharat / state

ଝରାଫୁଲ ମୃତ୍ୟୁ ଘଟଣା, ପୋଲିସକୁ ହସ୍ତଗତ ହେଲା ଭିସେରା ରିପୋର୍ଟ

author img

By

Published : Feb 10, 2021, 4:10 PM IST

ବହୁ ଚର୍ଚ୍ଚିତ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣା । ଏଥିମଧ୍ୟରେ ପୋଲିସକୁ ହସ୍ତଗତ ହୋଇଛି ଭିସେରା ରିପୋର୍ଟ । ଅଧିକ ପଢନ୍ତୁ...

ଝରାଫୁଲ ମୃତ୍ୟୁ ଘଟଣା, ପୋଲିସକୁ ହସ୍ତଗତ ହେଲା ଭିସେରା ରିପୋର୍ଟ
ଝରାଫୁଲ ମୃତ୍ୟୁ ଘଟଣା, ପୋଲିସକୁ ହସ୍ତଗତ ହେଲା ଭିସେରା ରିପୋର୍ଟ

ଯାଜପୁର: ଖୁବଶୀଘ୍ର ଖୋଲିବ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ରହସ୍ୟ । ପୋଲିସ ହାତରେ ଲାଗିଲା ଭିସେରା ରିପୋର୍ଟ । ଭିସେରା ରିପୋର୍ଟକୁ ତର୍ଜମା କରୁଛି ଯାଜପୁର ପୋଲିସ । ତର୍ଜମା ପରେ ବାହାରିବ ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ରହସ୍ୟ । ପୋଲିସ ଏନେଇ ଅଧିକ ସୂଚନା ଆଜି ସନ୍ଧ୍ୟାରେ ପ୍ରେସମିଟ ଜରିଆରେ ଦେବ ।

ଏହା ପୂର୍ବରୁ ଝରାଫୁଲର ମୃତ୍ୟୁକୁ ନେଇ ଅନେକ ଦ୍ୱନ୍ଦ ସୃଷ୍ଟି ହୋଇଥିଲା । ଶ୍ୱାସ ରୁଦ୍ଧ କାରଣରୁ ଏବଂ ଖାଦ୍ୟ ଜନିତ କାରଣରୁ ମୃତ୍ୟୁ ହୋଇଥିବା ପୂର୍ବରୁ ଖବର ମିଳୁଥିଲା । କିନ୍ତୁ, ଏବେ ଭିସେରା ରିପୋର୍ଟ ଆସିଲା ପରେ ସ୍ପଷ୍ଟ ହେବ ମୃତ୍ୟୁର କାରଣ କ’ଣ ରହିଥିଲା । ଏହାପରେ ଏହି ସବୁ ଗୁଜବ ଗୁଡ଼ିଗରେ କେତେ ସତ୍ୟତା ରହିଛି ତାହା ସ୍ପଷ୍ଟ ହୋଇଯିବ । ତାହା ଖୁବଶୀଘ୍ର ଜଣା ପଡିବ ବୋଲି ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.