ETV Bharat / state

ବାଲିଘାଟକୁ ବିରୋଧ, ଗ୍ରାମବାସୀଙ୍କ ରାସ୍ତା ଅବରୋଧ - ବାଲିଘାଟିକୁ ବିରୋଧ

ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ଭଗତପୁର ବାଲିଘାଟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ।

villagers protest in jajpur
ବାଲିଘାଟିକୁ ବିରୋଧ, ଗ୍ରାମବାସୀଙ୍କ ରାସ୍ତା ଅବରୋଧ
author img

By

Published : Aug 12, 2020, 5:28 PM IST

ଯାଜପୁର: ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତ ଭଗତପୁର ବାଲିଘାଟକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା । ଭଗତପୁର ଗ୍ରାମଟି ବ୍ରାହ୍ମଣୀ ନଦୀ ପଠାରେ ଅବସ୍ଥିତ ଥିବାରୁ ନଦୀର ତୀବ୍ରସ୍ରୋତ କାରଣରୁ ଅତଡା ଖସୁଛି । ଯଦି ଏହି ନଦୀ ଶଯ୍ୟାରୁ ବାଲି ଉତ୍ତୋଳନ କରାଯାଏ ତେବେ ଏହି ଗ୍ରାମଟି ଦିନେ ନାଁ ଦିନେ ନଦୀଗର୍ଭରେ ଲିନ ହେବ ।

ବାଲିଘାଟିକୁ ବିରୋଧ, ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ଏହା ସହିତ ଯେଉଁ ରାସ୍ତା ଦେଇ ବାଲି ଗାଡି ଗୁଡିକ ଯିବାଆସିବା କରିବ ସେହି ରାସ୍ତା ପାର୍ଶ୍ବରେ ସ୍କୁଲ, ଅଙ୍ଗନବାଡି ରହିଥିବାରୁ ପିଲାଙ୍କ ଯାତାୟତରେ ଅସୁବିଧା ହେବ । ସେଥିପାଇଁ ଏଠାରେ ବାଲିଘାଟ ନ କରିବାକୁ ଗ୍ରାମବାସୀ ପ୍ରଶାସନ ପାଖରେ ଅନୁରୋଧ କରିଥିଲେ । କିନ୍ତୁ ପ୍ରଶାସନ ଲୋକଙ୍କ ସ୍ବାର୍ଥ କୁ ଦୃଷ୍ଟି ନ ଦେଇ ଚଂଚକତା କରି ନିଲାମ କରିଛନ୍ତି I

ଏହାର ଫଳସ୍ବରୂପ ବୁଧବାର ଯେତେବେଳେ ବାଲିଘାଟରୁ ବାଲି ଉତ୍ତୋଳନ କରାଯାଇଥିଲା ଗ୍ରାମବାସୀ ବିରୋଧ ପଦର୍ଶନ କରିଥିଲେ । ରାସ୍ତା ଉପରେ ବସି ଟ୍ରାକ୍ଟର ଅଟକାଇଥିଲେ । ଯେ ପର୍ଯ୍ୟନ୍ତ ପ୍ରଶାସନ ତାଙ୍କ ଦୁଃଖ ନ ବୁଝିଛନ୍ତି ସେ ପର୍ଯ୍ୟନ୍ତ ବସି ରହିବେ ବୋଲି ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.