ETV Bharat / state

କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିସ୍ଥାପନ ନୀତି ୨୦୦୫କୁ ପରିବର୍ତ୍ତନ ଦାବିରେ ଆନ୍ଦୋଳନ - ଯାଜପୁର ନ୍ୟୁଜ

ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିସ୍ଥାପନ ନୀତି ୨୦୦୫କୁ ପରିବର୍ତ୍ତନ ସହ ୭ ଦଫା ଦାବିରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ । ଶୁକ୍ରବାର କଳିଙ୍ଗନଗର ଶିଳ୍ପାଞ୍ଚଳର କୁଡୁମି ସାହି, କଚେରୀଗାଁ, ଅରାସାହି ଓ ଟାଙ୍ଗରସାହି ଆଦି ୪ଟି ଗ୍ରାମର ଲୋକେ ୭ ଦଫା ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଅଧିକ ପଢନ୍ତୁ

କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିସ୍ଥାପନ ନୀତି ୨୦୦୫ କୁ ପରିବର୍ତ୍ତନ ଦାବିରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ

author img

By

Published : Sep 17, 2022, 10:44 AM IST

ଯାଜପୁର: ଶିଳ୍ପାଞ୍ଚଳରେ ବିସ୍ଥାପନ ନୀତି 2005କୁ ପରିବର୍ତ୍ତନ ସହ 7ଦଫା ଦାବିରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ । ଶୁକ୍ରବାର କଳିଙ୍ଗନଗର ଶିଳ୍ପାଞ୍ଚଳର କୁଡୁମି ସାହି, କଚେରୀଗାଁ, ଅରାସାହି ଓ ଟାଙ୍ଗରସାହି ଆଦି 4ଟି ଗ୍ରାମର ଲୋକେ 7ଦଫା ଦାବିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏଥିସହ 7ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

କଳିଙ୍ଗନଗର ଶିଳ୍ପାଞ୍ଚଳରେ ବିସ୍ଥାପନ ନୀତି ୨୦୦୫ କୁ ପରିବର୍ତ୍ତନ ଦାବିରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ

ଏହି ଦାବିପତ୍ରରେ ବିସ୍ଥାପନ ନୀତି 2005କୁ ପରିବର୍ତ୍ତନ କରାଯାଇ ନୂତନ ପରିବାରକୁ ସାମିଲ କରିବା, ଯୋଗ୍ୟତା ଅନୁସାରେ ପ୍ରତ୍ୟେକ ବିସ୍ଥାପିତ ପରିବାର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି ପ୍ରଦାନ କରିବା, ବର୍ତ୍ତମାନ ବଜାର ଦର ହିସାବରେ କ୍ଷତିପୂରଣ ପ୍ରଦାନ କରିବା, ଆଦର୍ଶ କଲୋନୀ ପ୍ରତିଷ୍ଠା କରିବା ଓ ପାରିପାର୍ଶ୍ବିକ ଉନ୍ନୟନ କରିବା ଆଦି ଏହି ୭ଟି ଦାବି ସ୍ଥାନ ପାଇଛି । ତେବେ ଏହି ଦାବି ଗୁଡ଼ିକ ପୂରଣ ନକରି ବିସ୍ଥାପନ କରାଗଲେ ଆଗକୁ ଜୋରଦାର ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି । ଏଥିସହ ଏହି ଆନ୍ଦୋଳନରେ ଗ୍ରାମର ଶତାଧିକ ପୁରୁଷ ଓ ମହିଳା ସାମିଲ ହୋଇଥିଲେ।

ଏହା ବି ପଢନ୍ତୁ- ରାସ୍ତା କଡରୁ ୩ ମାସର ଶିଶୁପୁତ୍ର ଉଦ୍ଧାର

ଏନେଇ ଗ୍ରାମ ବିଜୟ କୁମାର ଦାସ କହିଛନ୍ତି, " 7ତାରିଖରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ତରଫରୁ ଏକ ନୋଟିସ କରାଗଲା ଯେ 1996 ମସିହାରେ ମୂଳପରିବାର ବର୍ଦ୍ଧିତ 2005 ସୁଧା ଯାହାକୁ 18 ବର୍ଷ ହେଉଛି ତାକୁ ସମ୍ପୂର୍ଣ୍ଣ ଅଲଗା ପରିବାର ଭାବରେ ବିବେଚନା କରାଯାଉଛି । କିନ୍ତୁ 2005 ପରେ ଯେଉଁସବୁ ପରିବାର ରହିଲେ ସେମାନଙ୍କୁ ଏଥିରେ ସାମିଲ କରାଯାଇ ନାହିଁ । ଏନେଇ ପାଖାପାଖି 80ଟି ପରିବାର ବଳି ପଡୁଛନ୍ତି । ତେଣୁ ବିସ୍ଥାପନ ନୀତି 2005କୁ ପରିବର୍ତ୍ତନ କରିବା ନିମନ୍ତେ ଏକ ପଦଯାତ୍ରା ଏବଂ ଦାବିପତ୍ର ପ୍ରଦାନ କରାଯିବାର ନିଷ୍ପତ୍ତି ନିଆଯାଇଛି ।"

ଅନ୍ୟପଟେ ସ୍ଥାନୀୟ ବାସିନ୍ଦା ସୁଭଦ୍ରା ମହାନ୍ତ କହିଛନ୍ତି, "ଗାଁର ବିସ୍ଥାପନା ପାଇଁ ଆମେ ଆନ୍ଦୋଳନ କରିଥିଲୁ । 2005ର ଗାଇଡଲାଇନ ଅନୁଯାୟୀ ଯେଉଁ ବିସ୍ଥାପିତ କରିବାକୁ ଚାହୁଁଛନ୍ତି ତାହା ଆମେ ପରିବର୍ତ୍ତନ କରିବାକୁ ଚାହୁଁଛୁ । 2022 ଅନୁସାରେ ଯେଉଁ ଗାଇଡଲାଇନ ହୋଇଛି ସେହି ଅନୁସାରେ ବିସ୍ଥାପିତ କରାଯାଉ ସେଥିରେ ଯେଉଁ ନୂଆ ପରିବାର ଅଛନ୍ତି ସେମାନଙ୍କୁ ସାମିଲ କରାଯାଉ ।"

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.