ETV Bharat / state

ଜବରଦଖଲ ଉଚ୍ଛେଦରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହସ୍ତକ୍ଷେପ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଯାଜପୁର ଜିଲ୍ଲା ବିଞ୍ଝାରପୁରଠାରେ ଜବରଦଖଲ ଉଚ୍ଛେଦରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହସ୍ତକ୍ଷେପ । ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ । ଅଧିକ ପଢନ୍ତୁ

Villagers demand action against Influential person for illegal eviction at Malidanda of Jajpur
ଜବରଦଖଲ ଉଚ୍ଛେଦରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହସ୍ତକ୍ଷେପ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ
author img

By

Published : Jul 14, 2022, 6:37 PM IST

ଯାଜପୁର: ବିଞ୍ଝାରପୁର ଜରୀ ପଞ୍ଚାୟତ ମାଳିଦଣ୍ଡା ସାହିରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଜୁଲମ ଅଭିଯୋଗ । ପ୍ରଶାସନ ଜବରଦଖଲ ଉଚ୍ଛେଦ କରିବା ପୂର୍ବରୁ ଗରିବ ଲୋକଙ୍କୁ ଭୟଭୀତ କରି ଜୋରଜବରଦସ୍ତ ବେଆଇନ ଭାବେ ଉଚ୍ଛେଦ କରାଯାଇଥବା ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି ସ୍ଥାନୀୟ ଲୋକେ । ଗାଁ ରାସ୍ତା ଓସାରିଆ ହେବା ନେଇ ନିଷ୍ପତ୍ତି ହେବା ପରେ ତହସିଲ ପ୍ରଶାସନ ପକ୍ଷରୁ ମାପ ଚୁପ ହୋଇଥିଲା ।

ଜବରଦଖଲ ଉଚ୍ଛେଦରେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହସ୍ତକ୍ଷେପ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ

ଏଥିରେ ରାସ୍ତାର ଉଭୟ ପଟେ ଥିବା ଜବର ଦଖଲ ଉଚ୍ଛେଦ ହେବା କଥା । କିନ୍ତୁ ରାତି ଅଧିଆ କେତେକ ପ୍ରଭାବଶାଳୀ ବ୍ୟକ୍ତି ଗରିବ ବ୍ୟକ୍ତିଙ୍କୁ ଭୟଭୀତ କରି ବେଆଇନ ଭାବେ ଉଚ୍ଛେଦ କରିଛନ୍ତି । ଏହାର ପ୍ରତିବାଦ କରି କ୍ଷତିଗ୍ରସ୍ତ ପରିବାର ମାନେ ବ୍ଲକ ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି । କ୍ଷତିଗ୍ରସ୍ତ ପରିବାର ପକ୍ଷରୁ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.