ETV Bharat / state

ଅଭିଯୁକ୍ତଙ୍କୁ ଧରିବା ପ୍ରତିବାଦରେ ଥାନା ଆଗରେ ଧାରଣା ଦେଲେ ଗ୍ରାମବାସୀ

author img

By

Published : Jun 19, 2022, 10:05 PM IST

ମାସେ ପରେ ବି ପୋଲିସ ହାତ ଖାଲି । ଖୋଜି ପାଇପାରୁନି କମାରଢ଼ିହିର ଅକ୍ଷୟ ଓରଫ୍ କାଳିଆ ମୃତ୍ୟୁର ମୁଖ୍ୟ ଆସାମୀକୁ । ଅଧିକ ପଢ଼ନ୍ତୁ

ଅଭିଯୁକ୍ତଙ୍କୁ ଧରିବା ପ୍ରତିବାଦରେ ଥାନା ଆଗରେ ଧାରଣା ଦେଲେ ଗ୍ରାମବାସୀ
ଅଭିଯୁକ୍ତଙ୍କୁ ଧରିବା ପ୍ରତିବାଦରେ ଥାନା ଆଗରେ ଧାରଣା ଦେଲେ ଗ୍ରାମବାସୀ

ଯାଜପୁର : ବହୁ ଚର୍ଚ୍ଚିତ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କମାରଢ଼ିହିର ଅକ୍ଷୟ ଓରଫ୍ କାଳିଆ ମୃତ୍ୟୁର ମାସେ ପରେ ବି ପୋଲିସ ଏହାର ସସପେନ୍ସ ଉନ୍ମୋଚିତ କରିପାରିନି । ଫଳରେ ଏହି ଘଟଣାକୁ ନେଇ ଦିନକୁ ଦିନ ତେଜିବାରେ ଲାଗିଛି ଅସନ୍ତୋଷ । ଏହା ଏକ ହତ୍ୟାକାଣ୍ଡ ଓ ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରିବା ଦାବିରେ ଗତ ୭ଦିନ ଦିନ ଧରି ପଞ୍ଚାୟତ ଅଫିସ ସମ୍ମୁଖରେ ଗଣଧାରଣା ଦେବା ପରେ ଆଜି ମଙ୍ଗଳପୁର ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ଗ୍ରାମବାସୀ ।

ଘଟଣାର ମାସେ ପରେ ବି ପୁଲିସ୍ ତଦନ୍ତରେ ଅସନ୍ତୁଷ୍ଟ ଅଞ୍ଚଳବାସୀ ଅକ୍ଷୟ ମୃତ୍ୟୁ ରହସ୍ୟ ଉନ୍ମୋଚନ ସମିତି ଗଠନ କରି ଆନ୍ଦୋଳନ ଜାରି ରଖିଛନ୍ତି। ପୋଲିସ ତଦନ୍ତ ଚଳାଇଥିବା କହି ଘଟଣାକୁ ହାଲୁକା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ପ୍ରକୃତ ତଦନ୍ତ ନକରି ଓଲଟି ଗ୍ରାମବାସୀଙ୍କ ବିରୋଧରେ ପୋଲିସ ମିଥ୍ୟା ମକଦ୍ଦମା କରି ଭୟଭୀତ କରୁଥିବା ଅଭିଯୋଗ ହୋଇଛି । ତେଣୁ ପୋଲିସ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ ନକଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.