ETV Bharat / state

Vice Chairman Election: ଯାଜପୁର ଓ ବ୍ୟାସନଗରରେ ବିଜେଡି ପ୍ରାର୍ଥୀ ବିଜୟୀ

author img

By

Published : Apr 7, 2022, 6:14 PM IST

ଶେଷ ହେଲା ପୌର ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ତଥା ପୌର ଉପାଧ୍ୟକ୍ଷ ନିର୍ବାଚନ । ତେବେ ବ୍ୟାସନଗର ପୌର ପରିଷଦରେ ଶେଷ ହୋଇଛି ଉପାଧ୍ୟକ୍ଷ ନିର୍ବାଚନ । ଅଧିକ ପଢନ୍ତୁ

Vice Chairman Election: ଯାଜପୁର ଓ ବ୍ୟାସନଗରରେ ବିଜେଡି ପ୍ରାର୍ଥୀ ବିଜୟୀ
Vice Chairman Election: ଯାଜପୁର ଓ ବ୍ୟାସନଗରରେ ବିଜେଡି ପ୍ରାର୍ଥୀ ବିଜୟୀ

ଯାଜପୁର: ଶେଷ ହେଲା ପୌର ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ତଥା ପୌର ଉପାଧ୍ୟକ୍ଷ ନିର୍ବାଚନ । ତେବେ ବ୍ୟାସନଗର ପୌର ପରିଷଦରେ ଶେଷ ହୋଇଛି ଉପାଧ୍ୟକ୍ଷ ନିର୍ବାଚନ । ୱାର୍ଡ ନମ୍ବର ୧୫ର ବିଜେଡି କାଉନସିଲର ସୁବାଷ ଚନ୍ଦ୍ର ବଳ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।

ସେହିପରି ରାଜ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଆଜି ସାରା ରାଜ୍ୟରେ ପୌର ପରିଷଦରେ ଉପାଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହୋଇଛି । ଆଜି ବ୍ୟାସନଗର ପୌରପରିଷଦରେ ଉପାଧ୍ୟକ୍ଷ ପଦବୀ ଲାଗି ବିଜେଡି ପକ୍ଷରୁ ସୁବାସ ଚନ୍ଦ୍ର ବଳ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବେ ୱାର୍ଡ ୧୬ର କାଉନସିଲର ଶିବାନନ୍ଦ ନାୟକ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଶିବାନନ୍ଦ ନିଜର ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରିଥିବାରୁ ବିଜେଡି ପ୍ରାର୍ଥୀ ସୁବାସ ଚନ୍ଦ୍ର ବଳ ଉପାଧ୍ୟକ୍ଷ ଭାବେ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି ।

ଏପଟେ ବଳ ନିର୍ବାଚିତ ହେବା ପରେ ସହରବାସୀଙ୍କୁ ଧନ୍ୟବାଦ ଦେବା ସହିତ ସହରକୁ ବିକାଶ ପଥରେ ଆଗେଇ ନେବେ ବୋଲି କହିଛନ୍ତି । ଯାଜପୁର ପୌର ପାଳିକାର ବିଜେଡି କାଉନସିଲର ସନ୍ତୋଷ କୁମାର ମଲ୍ଲିକ ନିର୍ଦ୍ୱନ୍ଦରେ ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚିତ ହେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.