ETV Bharat / state

ଟିିକା ନ ନେଇ ବି ନେଇଥିବା କହୁଛି ଆପ; ଚୋରି ଅଭିଯୋଗ ଆଣିଲେ ହିତାଧିକାରୀ

author img

By

Published : May 12, 2021, 10:09 AM IST

ଯାଜପୁର ଜିଲ୍ଲାର ଟିକା ଚୋରି ହୋଇଥିବା ଅଭିଯୋଗ ଆଣିଛନ୍ତି ଜଣେ ହିତାଧିକାରୀ । ଟିକା ନେଇ ବି ନେଇଥିବା ଦର୍ଶାଉଛି ଆପ । ଅଧିକ ପଢନ୍ତୁ...

ଚୋରି ଅଭିଯୋଗ ଆଣିଲେ ହିତାଧିକାରୀ
ଚୋରି ଅଭିଯୋଗ ଆଣିଲେ ହିତାଧିକାରୀ

ଯାଜପୁର: କୋରୋନାକୁ ହରାଇବାକୁ ବର୍ତ୍ତମାନ ମୁଖ୍ୟ ଅସ୍ତ୍ର ହୋଇଛି ଟିକା । ମହାମାରୀ ସମୟରେ ଟିକା ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏପରି ଅଭିଯୋଗ ଆଣିଛନ୍ତି ଯାଜପୁର ଜିଲ୍ଲାର ଶୁଭେନ୍ଦୁ କୁମାର ପତି ନାମକ ଜଣେ ହିତାଧୀକାରୀ ।

ଚୋରି ଅଭିଯୋଗ ଆଣିଲେ ହିତାଧିକାରୀ

ସୂଚନାଅନୁସାରେ, ଯାଜପୁର ସହରର ଶୁଭେନ୍ଦୁ କୁମାର ପତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କୋରୋନା କାର୍ଯ୍ୟ ପାଇଁ ଡାଟା ଏଣ୍ଟ୍ରି ଅପରେଟର ଭାବେ ଚୁକ୍ତିଭିତ୍ତିକ ଚାକିରି କରିଥିଲେ । ଟୀକାକରଣ ପାଇଁ ତାଙ୍କଠାରୁ ସମସ୍ତ ପରିଚୟ ପତ୍ର ମଗାଯାଇଥିଲା । ଚୁକ୍ତି ଅନୁସାରେ ଡିସେମ୍ବର ମାସଠାରୁ ତାଙ୍କ କାର୍ଯ୍ୟକାଳ ଶେଷ ହୋଇଛି । ଏହା ପରେ ସେ ଆଉ ଡାକ୍ତରଖାନା ଯାଇନାହାନ୍ତି । ତାଙ୍କ ପରିଚୟ ପତ୍ର ଜରିଆରେ ଅନ୍ୟ କାହାକୁ ଟିକା ଦିଆଯାଇଥିବା ଅଭିଯୋଗ କରିଛନ୍ତି ଶୁଭେନ୍ଦୁ ।

ବର୍ତ୍ତମାନ ଟିକା ପାଇଁ ସେ ନାମ ପଞ୍ଜିକରଣ କରିବା ବେଳେ ମାର୍ଚ୍ଚ ମାସରୁ ଟିକା ନେଇ ସାରିଥିବା କୋଇନ ୱେବସାଇଟରେ ଦର୍ଶାଉଛି । ଯାହାକି ଅନ୍ୟ ଲୋକମାନଙ୍କୁ ଟିକା ବିକ୍ରି କରାଯାଉଥିବା କହିଛନ୍ତି ଅଭିଯୋଗକାରୀ । ଏ ନେଇ ସେ ଜିଲ୍ଲା ସ୍ବାସ୍ଥ୍ୟବିଭାଗକୁ ହାୟୀ କରିଛନ୍ତି । ଏହାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ସହିତ ସେ କିପରି ଟିକା ନେବେ ତାର ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.