ETV Bharat / state

କୁମାରପୂର୍ଣ୍ଣିମା ଉତ୍ସବ: ମନ କିଣିଲା ଯୁବତୀଙ୍କ କଇଁଫୁଲରେ କୋଠି ଘର, ଯୁବକଙ୍କ ପାଳଭୂତ ନାଚ

author img

By ETV Bharat Odisha Team

Published : Oct 28, 2023, 8:19 PM IST

ଯାଜପୁର ଜିଲ୍ଲା ସଦାନନ୍ଦପୁର ଗାଁରେ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରାଯାଏ । ସପ୍ତାହେ ଆଗରୁ କୁମାରୀମାନେ ଘର ଅଗଣାର ଚଉରା ମୂଳକୁ କଇଁଫୁଲ କୋଠିରେ ସଜାଇଥାନ୍ତି । ଅଧିକ ପଢନ୍ତୁ

kumar purnima celebration
ସଦାନନ୍ଦପୁରରେ ନିଆରା ପରମ୍ପରା
ସଦାନନ୍ଦପୁରରେ ନିଆରା ପରମ୍ପରା

ଯାଜପୁର: କୁମାରପୂର୍ଣ୍ଣିମା ପାଇଁ ଉତ୍ସବମୁଖର ପୁରପଲ୍ଲୀ । ଯାଜପୁର ଜିଲ୍ଲା ସଦାନନ୍ଦପୁର ଗାଁରେ ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରାଯାଏ । ପରମ୍ପରା ଅନୁଯାୟୀ, ସପ୍ତାହେ ଆଗରୁ କୁମାରୀମାନେ ଘର ଅଗଣାର ଚଉରା ମୂଳକୁ କଇଁଫୁଲ କୋଠିରେ ସଜାଇଥାନ୍ତି । କୁମାର ପୂର୍ଣ୍ଣିମା ପୂର୍ବ ଦିନ ପ୍ରତ୍ୟେକ ସାହିରେ ଗାଁ ଦାଣ୍ଡ ଓ ଘର ଅଗଣାରେ ଅଙ୍କା ଯାଇଥାଏ ଭଳିକି ଭଳି କୋଠି ଚିତ୍ର । ପ୍ରାୟ ଦେଢଶହ ବର୍ଷ ତଳେ ଗାଁର ଜଣେ ପୁରୁଖା ବ୍ୟକ୍ତି କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଚିତ୍ରକାବ୍ୟ ବନ୍ଧୋଦ୍ବୟରୁ ଏହି କଇଁଫୁଲ କୋଠିର ଆବିଷ୍କାର କରିଥିବା କୁହାଯାଏ ।

ସେହିପରି କୁମାର ପୂର୍ଣ୍ଣିମା ରାତିରେ ପୁଅମାନେ ପାଳଭୂତ ବେଶ ହୋଇ ଗାଁ ପରିକ୍ରମା କରିବା ନିଆରା ପରମ୍ପରା ରହିଛି । ସକାଳୁ ସନ୍ଧ୍ୟା ଯାଏ ଗାଁ ଦାଣ୍ଡରେ କଇଁଫୁଲ କୋଠି ଆଙ୍କିବାରେ ବ୍ୟସ୍ତ ରହିଥାନ୍ତି ଗାଁର କୁମାରୀ । ୭ ଦିନ ବ୍ୟାପି ପ୍ରତ୍ୟେକ ଘରର ଚଉରା ମୂଳେ ଅଙ୍କାଯାଇଥାଏ ଛୋଟ ଛୋଟ କୋଠି । ପୁନେଇଁ ପୂର୍ବ ଦିନ ଗାଁ ଦାଣ୍ଡ ଓ ଘର ଅଗଣାରେ ବଡ କୋଠି ଅଙ୍କାଯାଇ ଓଷା ଦିନ ଏହାର ଉଦଯାପନୀ କରାଯାଏ । ପ୍ରତି ବର୍ଷ ବିବାହିତ ଝିଅ ମାନେ ମଧ୍ୟ ଗାଁକୁ ଆସି ଏହାକୁ ଉପଭୋଗ କରିବାକୁ ଭୁଲନ୍ତି ନାହିଁ । କଇଁଫୁଲ କୋଠିର ରାସ୍ତାଘାଟ ପୁରି ଉଠୁଥିବାବେଳେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ । ସନ୍ଧ୍ୟାରେ କୋଠି ଅଙ୍କା ଶେଷ ହେବାପରେ ଝିଅ ମାନେ ବୃନ୍ଦାବତୀ ମୂଳେ ଭୋଗ ଲଗାଇ ଚାନ୍ଦ ବନ୍ଦାପନା କରିଥାନ୍ତି । ଏହାପରେ ସେମାନେ ସମସ୍ତଙ୍କୁ ମୁଢି ନଡିଆର ଭୋଗ ବାଣ୍ଟିଥାନ୍ତି ।

ଏହି ପର୍ବ ପାଇଁ ବନ୍ଧୁବାନ୍ଧବ ଓ ଅତିଥିଙ୍କର ଆଗମନ ହୋଇଥାଏ । ରାତିର ମୁଖ୍ୟ ଆକର୍ଷଣ ସାଜିଥାଏ ଗାଁ ଦାଣ୍ଡର କୋଠିଚିତ୍ର ସହ ଗାଁ ଯୁବକଙ୍କ ପାଳଭୂତ ନାଚ । ଯୁବକମାନେ ଛଣରେ ପାଳଭୂତ ହୋଇ ଗାଁ ପରିକ୍ରମା କରନ୍ତି । ଏନେଇ ଗାଁର ଜଣେ ବ୍ୟକ୍ତି ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, "ଆଜକୁ ପ୍ରାୟ ଦେଢଶହ ବର୍ଷ ତଳେ ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ ଜେଜେବାପା ସପନୀ ମହାନ୍ତି ଗାଁରେ ଆରମ୍ଭ କରିଥିଲେ ଏହି ପରମ୍ପରା । କବିସମ୍ରାଟ ଉପେନ୍ଦ୍ରଭଞ୍ଜଙ୍କ ଚିତ୍ରକାବ୍ୟ ବନ୍ଧୋଦ୍ବୟରୁ ଉଦ୍ଧୃତ ହୋଇଥିଲା ଏହି କଇଁଫୁଲ କୋଠି । ରାଧାକୃଷ୍ଠ, ଉମାଶଙ୍କର ଓ ରାମସୀତାଙ୍କ ଯୁଗଳମୂର୍ତ୍ତି, ଜଗନ୍ନାଥ-ବଳଭଦ୍ର-ସୁଭଦ୍ରା, ଓଡିଶୀ ନୃତ୍ୟ, ମୃଗ, ମୟୁର, ନାଗଫାଶ, ନାଗବନ୍ଧନ ଆଦି ଭଳିକି ଭଳି ଚିତ୍ର ଏଥିରେ ସ୍ଥାନ ପାଇଥାନ୍ତି।"

ଏହା ବି ପଢନ୍ତୁ...Kumar Purnima: କୁମାର ପୂର୍ଣ୍ଣିମା ପାଇଁ ଚଳଚଞ୍ଚଳ ପୁରପଲ୍ଲୀ, ଦିନରେ ଚାନ୍ଦ ପୂଜିବେ କୁମାରୀ

ସମୟକ୍ରମେ କୁମାରପୂର୍ଣ୍ଣିମା ଏହି ଅଞ୍ଚଳର ଏକ ଗଣପର୍ବରେ ପରିଣତ ହୋଇଯାଇଛି । ସେପଟେ ଏହି କାର୍ଯ୍ୟକ୍ରମକୁ ଦେଖିବାକୁ ଜିଲ୍ଲାର ଅନେକ ସ୍ଥାନରୁ ଲୋକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳିଛି l ଚଳିତ ବର୍ଷ ଚନ୍ଦ୍ରଗ୍ରହଣ ପଡୁଥିବାରୁ ପୂଜା ସାମାନ୍ୟ ଫିକା ପଡିଛି । ପ୍ରଥମେ ଜିଲ୍ଲାର ରସୁଲପୁର ବ୍ଲକ ସଦାନନ୍ଦପୁର ଗାଁରେ ଆରମ୍ଭ ହୋଇଥିଲା କଇଁଫୁଲ କୋଠି ପରମ୍ପରା । ଧୀରେ ଧୀରେ ଏହି ପରମ୍ପରା ପାଖ ଗାଁ ଗୁଡିକରେ ମଧ୍ୟ ପାଳନ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଚଳିତ ବର୍ଷ ଚନ୍ଦ୍ରଗ୍ରହଣ ପାଇଁ ପୂଜାରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲେ ସୁଦ୍ଧା କୋଠି ଆଙ୍କିବାକୁ ଭୁଲି ନାହାନ୍ତି ଏହି ଗ୍ରାମର କୁମାରୀ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.