ETV Bharat / state

ଶେଷ ହେଲା କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ୩ ଦିନିଆ ଯାଜପୁର ଗସ୍ତ

author img

By

Published : Sep 11, 2022, 10:47 PM IST

କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ୩ ଦିନିଆ ଯାଜପୁର ଗସ୍ତ ଶେଷ ହୋଇଛି । ଶେଷ ଦିନରେ ମନ୍ତ୍ରୀ ବଡ଼ଚଣା ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ତେବେ ଏହି ଗସ୍ତ ସମୟରେ ଜିଲ୍ଲାର ବହୁ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ମନ୍ତ୍ରୀ । ଅଧିକ ପଢ଼ନ୍ତୁ

ଶେଷ ହେଲା କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ୩ ଦିନିଆ ଯାଜପୁର ଗସ୍ତ

ଯାଜପୁର: ଶେଷ ହେଲା କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ୩ ଦିନିଆ ଯାଜପୁର ଗସ୍ତ । ଆଜି (ରବିବାର) ଶେଷ ଦିନରେ ମନ୍ତ୍ରୀ ବଡ଼ଚଣା ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହାପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ମୋଦି ସରକାରଙ୍କ ଦୀର୍ଘ ମିଆଦି ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ । ଏହା ସହିତ ଏହି ଗସ୍ତ ସମୟରେ ଜିଲ୍ଲାର ବହୁ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ ।

ଓଡ଼ିଶାରେ ମିଶନ ୨୦୨୪ ଲକ୍ଷରେ ରହିଛି ବିଜେପି । ଏନେଇ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନାର ସମୀକ୍ଷା କରିବା ପାଇଁ ୭ ଜଣ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିଛନ୍ତି । ତେବେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ଅଚାନକ ଗସ୍ତ କରି କେନ୍ଦ୍ରୀୟ ଯୋଜନା ଗୁଡ଼ିକର ସମୀକ୍ଷା କରିବା ସହିତ ସରକାରୀ ଅଧିକାରୀ ମାନଙ୍କୁ ତାଗିଦ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହାକୁ ନେଇ ବିଜେଡି ବିଜେପିକୁ କଡ଼ା ସମାଲୋଚନା ମଧ୍ୟ କରୁଛି । ଏନେଇ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀମାନେ ଇନ୍ସପେକ୍ଟର ରାଜ ଭଳି ବ୍ୟବହାର କରୁଥିବା କହି କଟାକ୍ଷ କରିଥିଲେ ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା ।

ଏହା ମଧ୍ୟ ପଢ଼ନ୍ତୁ...ଖଣି ଖାଦାନ ଲାଭାଂଶ କୁଆଡେ ଯାଉଛି ପ୍ରଶ୍ନ କଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା

ତେବେ କେନ୍ଦ୍ରମନ୍ତ୍ରୀ ମାନଙ୍କ ଏହି ଗସ୍ତ ଅବସରରେ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ୩ ଦିନିଆ ଯାଜପୁର ଗସ୍ତରେ ଆସିଥିଲେ । ଆଜି (ରବିବାର) ମନ୍ତ୍ରୀଙ୍କର ଏହି ୩ ଦିନିଆ କାର୍ଯ୍ୟକ୍ରମ ଶେଷ ହୋଇଛି । ଶେଷ ଦିନରେ ମନ୍ତ୍ରୀ ଆଜି ବଡ଼ଚଣା ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରଥମେ ବଡ଼ଚଣା ଅଞ୍ଚଳର ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ବାଲିପିଡ଼ିଆସ୍ଥିତ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ । ପରେ ଏହି ବ୍ଲକର ବୁଡାକେନ୍ଦୁଆ ଠାରେ ଆୟୋଜିତ ଆଦିବାସୀ ସମାବେଶରେ ଯୋଗଦେଇ ରାଜ୍ୟ ସରକାରଙ୍କ ଜନଜାତି ମାରଣ ନୀତିକୁ ବିରୋଧରେ ବର୍ଷିଥିଲେ ।

ଏହି ଅବସରରେ ସମିଆ ପଞ୍ଚାୟତର ସମିତି ସଭ୍ୟା ରେବତୀ ଭୋଇଙ୍କ ଘରେ ମଧ୍ୟାହ୍ନ ଭୋଜନ କରିଥିଲେ ମନ୍ତ୍ରୀ । ଅପରାହ୍ନରେ ମନ୍ତ୍ରୀ ଚଣ୍ଡୀଖୋଳସ୍ଥିତ ମହାବିନାୟକ ମନ୍ଦିରକୁ ଯାଇ ଦର୍ଶନ କରିବା ପରେ ଚଣ୍ଡୀଖୋଲ ଏକ୍ସପ୍ରେସ ବଙ୍ଗଳାରେ ପଞ୍ଚାୟତ ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ । ତେବେ ଆଜି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ଗସ୍ତର ଶେଷ ଦିନରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଏଥିରେ ଯୋଗଦେଇ ସେ ମୋଦି ସରକାରଙ୍କ ଦୀର୍ଘ ମିଆଦୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏହା ସହିତ ଗସ୍ତ ସମୟରେ ସେ ଜିଲ୍ଲାର ବହୁ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିବା କହିଥିଲେ ।

ମନ୍ତ୍ରୀ କହିଛନ୍ତି, "ସଙ୍ଗଠନର ବିସ୍ତାର ପାଇଁ ମୁଁ ଆସିଥିଲି । ତେବେ ଏହି ଗସ୍ତ ସମୟରେ ବିଭିନ୍ନ ସ୍ତରରେ ଲୋକଙ୍କର ବିଭିନ୍ନ ସମସ୍ୟା ବିଷୟରେ ଜାଣିବାକୁ ପାଇଛି । ତେବେ ଏଠାରେ ତାହାକୁ ମୁଁ ରାଜନୀତିକରଣ କରିବାକୁ ଚାହେଁନି । ପରବର୍ତ୍ତୀ ସମୟରେ କେନ୍ଦ୍ରୀୟ ଅଧିକାରୀମାନେ ଆସି ଏହାର ସମୀକ୍ଷା କରିବେ ।" ସେହିଭଳି କେନ୍ଦ୍ରମନ୍ତ୍ରୀଙ୍କର ଏହି ଗସ୍ତରେ ବିଜେପି କାର୍ଯ୍ୟକର୍ତ୍ତାଙ୍କର ମନୋବଳ ବଢ଼ିଛି ଏବଂ ଏହାର ସୁଫଳ ଆଗାମୀ ଦିନରେ ଦଳକୁ ଓ ଯାଜପୁର ଜିଲ୍ଲାକୁ ମିଳିବ ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.