ଯାଜପୁର: ଜିଲ୍ଲା ବିଞ୍ଝାରପୁର ବ୍ଳକ ଅନ୍ତର୍ଗତ ସିଂହପୁର ଫତେପୁର ନୂଆପାଲ ଗାଁରେ ଅଗ୍ନିକାଣ୍ଡ । ଗାଁର ଗୋଲକ ସାହୁଙ୍କ ଘରେ ବିଦ୍ୟୁତ ସଟସର୍କିଟରୁ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।
ଅଗ୍ନିକାଣ୍ଡ ଫଳରେ 2 ବଖରା ଘରର ଆସବାବପତ୍ର ପୋଡି ହୋଇଯାଥିବା ପରିବାର ଲୋକେ କହିଛନ୍ତି । ପ୍ରଥମେ ଗ୍ରାମବାସୀମାନେ ଆସି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ ।
ପରେ ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା l ଗୋଲକ ଜଣେ ଦିନ ମଜହୁରିଆ ହୋଇଥିବାରୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ