ଯାଜପୁର: ସହରର ବ୍ୟାସନଗର ଏନସି ହାଇସ୍କୁଲ ଖେଳପଡ଼ିଆରେ ଆରମ୍ଭ ହେଇଛି ଦୁଇ ଦିନିଆ ପ୍ରଥମ ଆନ୍ତଃଜିଲ୍ଲା ଦୃଷ୍ଟିବାଧିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ । କଳିଙ୍ଗନଗର ଶିଳ୍ପାଞ୍ଚଳର ଭିସା ଗ୍ରୁପ୍ ଓ ଭିନ୍ନକ୍ଷମ ସଶକ୍ତିକରଣ ପାଇଁ କାର୍ଯ୍ୟ କରୁଥିବା ସାମାଜିକ ସଂଗଠନ ''ଆଶା ଅଭିଳାଷା''ର ମିଳିତ ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ କରାଯାଇଛି ।
ଏହି ଟୁର୍ଣ୍ଣାମେଣ୍ଟକୁ ଯାଜପୁର ଏସପି ରାହୁଲ ପିଆର୍ ଉଦଘାଟନ୍ କରିଛନ୍ତି। ସମ୍ମାନିତ ଅତିଥି ଭାବେ ଭିସା ଷ୍ଟିଲ୍ କାରଖାନାର ପପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ଓ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡାଙ୍କ ସହ ଓଡିଶା ଦୃଷ୍ଟିବାଧିତ କ୍ରିକେଟ ଆସୋସିଏସନର ଜାତୀୟ ସ୍ତରର କର୍ମକର୍ତ୍ତା ଯୋଗ ଦେଇଛନ୍ତି ।
ଏହାମଧ୍ୟ ପଢନ୍ତୁ: BSKY ସ୍ମାର୍ଟ କାର୍ଡ ପାଇଲା ଯାଜପୁର: ଉପକୃତ ହେବେ ୪ ଲକ୍ଷରୁ ଊର୍ଦ୍ଧ୍ବ ପରିବାର
ଏହି ଦୁଇଦିନର କାର୍ଯ୍ୟକ୍ରମରେ ବହୁ କ୍ରୀଡାପ୍ରେମୀ ବ୍ୟକ୍ତିବିଶେଷ ଅନ୍ୟତମ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିବସର ପ୍ରଥମ ମ୍ୟାଚ୍ ବାଲେଶ୍ବର ଓ ଅନୁଗୁଳ ଜିଲ୍ଲା ଓ ଦ୍ବିତୀୟ ମ୍ୟାଚ୍ ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଛି । ଆସନ୍ତାକାଲି(ରବିବାର) ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ