ଯାଜପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଘଟଣା ସ୍ଥଳରେ ଡ୍ରାଇଭର ମୃତ । ଯାଜପୁର ରୋଡ ଥାନା ନେଳିବାରୀ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା । ମୃତ ଟ୍ରାକ୍ଟର ଚାଳକ ମୁଣ୍ଡମାଳ ଗ୍ରାମର ଗଣେଶ ବେହେରା ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ଚକୁଆ ବାଲିଘାଟରୁ ବାଲି ନେଇ ଯାଜପୁର ରୋଡ ଅଭିମୁଖେ ଆସୁଥିବା ବେଳେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ନେଳିବାରୀ ଛକ ନିକଟସ୍ଥ ଆଡିବନ୍ଧ ଉପରୁ ହଠାତ ତଳକୁ ଖସି ପଡ଼ିଥିଲା ।

ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି। ତେବେ ଗାଡିଟି ଖଣ୍ଡହାତଗ୍ରାମର ବୋଲି ଜଣାପଡିଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ