ETV Bharat / state

ବ୍ୟାସ ସରୋବର ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ NGT ନୋଟିସ, ଆସନ୍ତାକଲି ପରବର୍ତ୍ତୀ ଶୁଣାଣି

author img

By

Published : Nov 14, 2022, 6:02 PM IST

ଯାଜପୁର ବ୍ୟାସ ସରୋବର ପୀଠରେ ୬୪ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ପ୍ରକଳ୍ପ କାର୍ଯ୍ୟକୁ ନେଇ ଜିଲ୍ଲାପାଳ ଓ ଜଙ୍ଗଲ ବିଭାଗକୁ କାର୍ଯ୍ୟ ବନ୍ଦ କରି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା ଏନଜିଟି (National Green Tribunal) । ଏନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିବାବେଳେ ଆସନ୍ତାକାଲି ହେବାକୁଥିବା ଶୁଣାଣି ଉପରେ ରହିଛି ସମସ୍ତଙ୍କ ନଜର । ଅଧିକ ପଢ଼ନ୍ତୁ

ବ୍ୟାସ ସରୋବର ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ NGT ନୋଟିସ, ଆସନ୍ତାକଲି ପରବର୍ତ୍ତୀ ଶୁଣାଣି
ବ୍ୟାସ ସରୋବର ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ NGT ନୋଟିସ, ଆସନ୍ତାକଲି ପରବର୍ତ୍ତୀ ଶୁଣାଣି

ଯାଜପୁର: ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ବାରା ନିର୍ମାଣାଧିନ ପର୍ଯ୍ୟଟନସ୍ଥଳି ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ଉପରେ ଏନଜିଟି (National Green Tribunal) ଛାଟ । ବ୍ୟାସ ସରୋବର ପୀଠରେ ୬୪ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିବା ପ୍ରକଳ୍ପ କାର୍ଯ୍ୟକୁ ନେଇ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗକୁ ଏନଜିଟିର କାରଣ ଦର୍ଶାଅ ଓ କାର୍ଯ୍ୟ ବନ୍ଦ ପାଇଁ ନୋଟିସ ଜାରି ହୋଇଥିଲା । ଆସନ୍ତାକାଲି (ମଙ୍ଗଳବାର) ଏହାର ପରବର୍ତ୍ତୀ ଶୁଣାଣି ହେବାକୁ ଯାଉଛି । ସେପଟେ କାର୍ଯ୍ୟ ବନ୍ଦ ହେବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଛି ।

ପ୍ରକଳ୍ପକୁ ବେଆଇନ ଦର୍ଶାଇ NGT ନିକଟରେ ହୋଇଥିଲା ଅଭିଯୋଗ

ଯାଜପୁର ବ୍ୟାସ ସରୋବର ପୀଠକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପର୍ଯ୍ୟଟନସ୍ଥଳିର ମାନ୍ୟତା ମିଳିବା ପରେ ଏହାର ଉନ୍ନତି ନିମନ୍ତେ ଘୋଷଣା କରାଯାଇଥିଲା । ଏଥିପାଇଁ ୬୪ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇଥିଲା ପ୍ରକଳ୍ପ କାର୍ଯ୍ୟ । ଏହା ମଧ୍ୟ ଦେଇ ଯାଇଥିବା ଗଣ୍ଡାନାଳ, ପୁଷ୍କରିଣୀ, ଆମ୍ବତୋଟା, ଗୁପ୍ତଗଙ୍ଗା, ରାଘବଜୀଉ ଓ ବ୍ୟାସଦେବଙ୍କ ମନ୍ଦିର ଆଦିର ସୌନ୍ଦର୍ଯ୍ୟକରଣ ପାଇଁ ଏହି ପ୍ରକଳ୍ପର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ତେବେ ଦିଲ୍ଲୀପ କୁମାର ସାମନ୍ତରାୟ ନାମକ ଜଣେ ବ୍ୟକ୍ତି ଏହାକୁ ବେଆଇନ୍ ଦର୍ଶାଇ କାର୍ଯ୍ୟ ବନ୍ଦ କରିବାକୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (NGT) ଇଷ୍ଟର୍ନ୍‌ ଜୋନ୍‌ ନିକଟରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ । ବିନା ଜଙ୍ଗଲ ଓ ପରିବେଶ ମଞ୍ଜୁରୀରେ ଏହି ପର୍ଯ୍ୟଟକସ୍ଥଳୀର ନାଳ, ପୁଷ୍କରିଣୀ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଥିଲା । ଏହି ଅଭିଯୋଗ ଅନୁସାରେ ଗତ ସେପ୍ଟେମ୍ବର ୭ ତାରିଖରେ ଏନଜିଟି ପ୍ରକଳ୍ପ କାର୍ଯ୍ୟରେ ରୋକ୍ ଲଗାଇଥିଲା । ତେବେ ଏଭଳି ସମସ୍ୟା ପାଇଁ ସ୍ଥାନୀୟ ଲୋକେ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗକୁ ଦାୟୀ କରିଛନ୍ତି ।

ଯାଜପୁର ଜିଲ୍ଲାପାଳ ଓ କଟକ ଡିଏଫଓଙ୍କୁ NGT ନୋଟିସ

ବ୍ୟାସ ସରୋବର ପର୍ଯ୍ୟଟନସ୍ଥଳୀର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏଠାରେ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏନେଇ ଯାଜପୁର ଜିଲ୍ଲାପାଳ ଓ କଟକ ଡିଏଫଓଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲା ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ । ଏଥିସହ ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ କାର୍ଯ୍ୟ ବନ୍ଦ ରଖିବାକୁ ଜଷ୍ଟିସ ଅମିତ ତଲକାର ନିର୍ଦ୍ଦେଶ ଦେଇଥିଲେ । ତେବେ ପ୍ରକଳ୍ପ ବନ୍ଦ କରାଯିବା ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । କେହି ଅଞ୍ଚଳବାସୀଙ୍କ ସ୍ବାର୍ଥ୍ୟ ଦୃଷ୍ଟିରୁ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଉଥିବା ବେଳେ କେହି ପୁଣି ଆଇନ ଆଧାରରେ ନିୟମ କାନୁନ୍ ମାନି ପ୍ରକଳ୍ପକୁ ଆଗେଇ ନେବାକୁ ଟିପ୍ପଣୀ ଦେଇଛନ୍ତି । ସେପଟେ ଏହା ଗ୍ରୀନ ଟ୍ରିବ୍ୟୁନାଲଙ୍କ ବିଚାରାଧିନ ଥିବାରୁ ଜିଲ୍ଲାପାଳ ଏ ସମ୍ପର୍କରେ କୌଣସି ଟିପ୍ପଣୀ ଦେବାକୁ ମନା କରିଛନ୍ତି ।

ଆସନ୍ତାକାଲି ପରବର୍ତ୍ତୀ ଶୁଣାଣି

ଆସନ୍ତାକାଲି (ମଙ୍ଗଳବାର) ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (National Green Tribunal) ପକ୍ଷରୁ ଏହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ସୂଚନା ମିଳିଛି । ଏନେଇ ଜିଲ୍ଲା ପ୍ରଶାସନ ଏବଂ ଜଙ୍ଗଲ ବିଭାଗ ପକ୍ଷରୁ ଏହାର ଉତ୍ତର ରଖିବା ପାଇଁ ପ୍ରସ୍ତୁତି ଚାଲିଛି । ତେବେ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ବିଭାଗ ଏହାର କିଭଳି ସନ୍ତୋଷ ଜନକ ଉତ୍ତର ରଖୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.