ଯାଜପୁର: ବ୍ୟାସନଗର ସରବର ନିକଟରୁ ଜିଲ୍ଲା କ୍ରାନ୍ତିସେନାର ତ୍ରିରଙ୍ଗା ଶୋଭାଯାତ୍ରା । ଆଜି କ୍ରାନ୍ତି ସେନାର ଆବାହକ ସୁରଜ ଲାଲ ସାମଲଙ୍କ ନେତୃତ୍ବରେ ବରି, ବିଞ୍ଝାରପୁର, ଯାଜପୁର ଓ ବ୍ୟାସନଗର ଅଞ୍ଚଳରେ ଶତାଧିକ ଯୁବବର୍ଗ ଏହି ଯାତ୍ରାରେ ସାମିଲ ହୋଇଥିଲେ ।
ଦେଶରେ ଭାଇଚାରା ଓ ସମାଜରେ ଶାନ୍ତି ବଜାୟ ରଖିବା ତ୍ରିରଙ୍ଗା ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ । ସ୍ଥାନୀୟ ଅଞ୍ଚଳକୁ ମଦମୁକ୍ତ ଓ ସମସ୍ତ ବେକାରୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ନେଇ ଦାବି କରିଛି ସଂଗଠନ । ତେବେ ଏହି ତ୍ରିରଙ୍ଗା ଯାତ୍ରା ବ୍ୟାସ ସରୋବର ପୀଠରୁ ଆରମ୍ଭ ହୋଇ ବ୍ୟାସନଗର ସହରର ବିଭିନ୍ନ ଅଞ୍ଜଳ ପରିକ୍ରମା କରିଥିଲା । ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ