ETV Bharat / state

ବଦଳିଛି ସମୟ ହେଲେ ବଦଳି ପାରିନି ନଗଡାର ପରିଚୟ ! - ନଗଡା

ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ନଗଡାରେ ଦୋହରିଛି ଇତିହାସ । 2ବର୍ଷ ତଳେ ଅପପୁଷ୍ଟି ରୋଗ ଯୋଗୁଁ ଚର୍ଚ୍ଚାର ପରିସରକୁ ଆସିଥିବା ଏହି ଅଞ୍ଚଳରେ ଏବେ ପୁଣି ଦେଖାଦେଇଛି ଅପପୁଷ୍ଟି ରୋଗର ପ୍ରାଦୁର୍ଭାବ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Feb 24, 2019, 9:57 PM IST

ଯାଜପୁର: 2 ବର୍ଷ ତଳେ ସାରା ଦେଶରେ ଚର୍ଚ୍ଚାର ପରିସରକୁ ଆସିଥିଲା ସୁକିନ୍ଦା ଅଞ୍ଚଳର ନଗଡା । ଅପପୁଷ୍ଟି ରୋଗର ଠିକଣା ଭାବେ ନଗଡା ପାଇଥିଲା ନୂଆ ପରିଚୟ । ଏହି ମାରାତ୍ମକ ରୋଗ ଯୋଗୁଁ ବିନା କୌଣସି ଦୋଷରେ ମୃତ୍ୟୁ ଶଯ୍ୟାକୁ ଟାଣି ହୋଇଯାଇଥିଲେ 19 ନିଷ୍ପାପ ଶିଶୁ । ହେଲେ ଘଟଣାକୁ ଏବେ ପୁରିଛି 2 ବର୍ଷ । ସେ ସମୟର ନଗଡା ଓ ଏବେର ନଗଡାରେ କ'ଣ ରହିଛି ତଫାତ୍‌, ଏନେଇ ଦେଖନ୍ତୁ ନଗଡାରୁ 'ଇଟିଭି'ର ଗ୍ରାଉଣ୍ଡ ଜିରୋ ରିପାର୍ଟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ନଗଡାର ନାମ ଆସିଲେ ଆଖି ସାମ୍ନାକୁ ଚାଲିଆସେ ସେହି ନିଷ୍ପାପ ଓ କୋମଳ ଅପପୁଷ୍ଟିର ଶିକାର ଶିଶୁଙ୍କ ଚେହେରା । ବର୍ତ୍ତମାନ ଏହି ଘଟଣାକୁ ଦୁଇ ବର୍ଷ ବିତିଛି ସତ, ଆଉ ସମୟ ସହ ଏହି ଅଞ୍ଚଳର ପରିସ୍ଥିତିରେ ଆସିଛି ସାମାନ୍ୟ ସୁଧାର । ଅପପୁଷ୍ଟି ରୋଗ କଥା ପ୍ରଘଟ ହେବା ପରେ ଏହି ଅଞ୍ଚଳକୁ ଛୁଟିଥିଲା କେନ୍ଦ୍ର ଓ ରାଜ୍ୟର ବଡ ବଡ ନେତା ତଥା ଅଫିସର ଓ ଡାକ୍ତରଙ୍କ ସୁଅ । ଫଳରେ ପୂର୍ବରୁ ଯେଉଁ ଅଞ୍ଚଳରେ ରହିବା ପାଇଁ ଘରଟିଏ ନଥିଲା, ଏବେ ସେଠି ପହଞ୍ଚିଛି ବିଜୁ ପକ୍କାଘର।

ହେଲେ ଏତେସବୁ ଭିତରେ ଅଧାରେ ରହିଯାଇଛି ଗାଁ ପାଇଁ ରହିଥିବା ରାସ୍ତାର କାମ । ଫଳରେ ଏହି ଗାଁକୁ ଆସିବାକୁ ଥିବା ଅଫିସର ଓ ଡାକ୍ତରମାନଙ୍କୁ ଭୋଗିବାକୁ ପଡୁଛି ନାନା ଅସୁବିଧା । ଆମ୍ବୁଲାନ୍ସ, ବସ୍‌ ଓ ମେଡିକାଲ ଟିମ୍‌ ପାଇଁ ମଧ୍ୟ କଷ୍ଟକର ହୋଇ ପଡିଛି ଏହି ଗାଁକୁ ଆସିବା । ଅନ୍ୟପଟେ ସରକାରୀ ବାବୁଙ୍କ ତମାମ ସଫେଇ ପରେ ମଧ୍ୟ ଏହି ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ଅପପୁଷ୍ଟି ରୋଗର ଉତ୍‌ଥାନ । ଖବର ପାଇ ବର୍ତ୍ତମାନ ଡାକ୍ତରୀ ଦଳ ଗାଁରେ ପହଞ୍ଚି ଉଭୟ ଶିଶୁ ଓ ମା'ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେଉଛନ୍ତି । ଏଥିସହ ଏହି ଅଞ୍ଚଳର ଲୋକମାନଙ୍କ ଖାଇବା ପିଇବା ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଥିବା ଜଣା ପଡିଛି ।

undefined

ତେବେ ଇତିହାସକୁ ଦୋହରାଇବାରୁ ରୋକିବାକୁ ହେଲେ ନେବାକୁ ହେବ କିଛି କଡା ପଦକ୍ଷେପ ଏବଂ ସଚେତନ କରିବାକୁ ହେବ ଏହି ଗାଁ ଲୋକଙ୍କୁ । ତାହାଲେ ଯାଇ ହୁଏତ ବଦଳିପାରେ ନଗଡାର ଭବିଷ୍ୟତ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.