ଯାଜପୁର: ଯାଜପୁରରେ ଦ୍ବିତୀୟ କୋରୋନା ପଜିଟିଭ ଚିହ୍ନଟ ହୋଇଛି । ଜାଫରପୁର ପଞ୍ଚାୟତର ସାନ ତ୍ରିଲୋଚନ ପୁରଗାଁରେ ଚିହ୍ନଟ ହୋଇଥିବା ଜିଲାପାଳ ସୂଚନା ଦେଇଛନ୍ତି । ସାନ ତ୍ରିଲୋଚନପୁର ଏବଂ ସଇପୁର ୩ ଗାଁକୁ ସାତ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ଜିଲ୍ଲାପାଳ । ସୂଚନା ଅନୁସାରେ, ଯାଜପୁର ସାନ ତ୍ରିଲୋଚନପୁରର ୬୧ ବର୍ଷିୟ ବ୍ୟକ୍ତି ମାର୍ଚ୍ଚ ୧୮ ତାରିଖରେ କୋଲକାତାରୁ ଓଡିଶାକୁ ଆସିଥିଲେ ଏକ ଟାଟା ମ୍ୟାଜିକରେ । ଆଉ ତାଙ୍କ ସାଙ୍ଗରେ ଆହୁରି ୮ ଜଣ ଥିବା ସୂଚନା ମିଳିଛି ।
ତେବେ ଏହି କୋରୋନା ଆକ୍ରାନ୍ତ ବ୍ୟକ୍ତି ପାଣିକୋଇଲିର ଏକ ମାଛଗାଡିରେ ଗଣେଶରପୁର ପର୍ଯ୍ୟନ୍ତ ଆସିଥିବା ସୂଚନା ମିଳିଛି । ଚଳିତ ମାସ ୧୦ତାରିଖରେ ସ୍ବାସ୍ଥ୍ୟ ପରୀକ୍ଷା ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କୁ କୋରୋନା ସଂକ୍ରମିତ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ତେବେ ଏହି ୮ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୩ରୁ୪ ଜଣକୁ ଜିଲ୍ଲା ପ୍ରଶାସନ ଚିହ୍ନଟ କରାଯାଇଥିବା ସୂଚନା ମିଳିଛି । ସୋମବାର ବିଳମ୍ବିତ ରାତିରେ ପଜିଟିଭି ରିପୋର୍ଟ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ମାନଙ୍କୁ ହୋମ କ୍ବାରେଣ୍ଟାଇନରେ ରଖାଯାଇଛି । ଏହା ସହିତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କଟକ ଅଶ୍ୱିନୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ